Advertisment

ISKON Ratha Jatra: ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି; କହିଲେ ଆଉ ଛଡ଼ା ଯିବନି...

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା ।

ଅଦ୍ୟତନ ହୋଇଛି
ISKON

ISKON

Advertisment

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍ କରିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ହେଉଛି। ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଚିଠି ଲେଖିବା ସତ୍ତ୍ବେ ଇସ୍କନ ମାନିଲାନି, ରଥ ଆୟୋଜନ କରୁଛି। ୩ ତାରିଖ ସ୍ନାନଯାତ୍ରାକୁ ବାତିଲ କଲେ, କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି ବୋଲି କହିଛନ୍ତି ଗଜପତି ।

Advertisment

ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଆମେ ଚାହୁଁଛୁ ଆଲୋଚନା ଦ୍ବାରା ସମାଧାନ ହେଉ। ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା ବୋଲି କହିଛନ୍ତି ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ୧୯୬୯ରୁ ଇସ୍କନ ଅଦିନରେ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଅଦିନ ରଥଯାତ୍ରା କରୁଛି ଇସ୍କନ। ତେବେ ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ଆଶା ଥିବା କହିଛନ୍ତି ଗଜପତି ମହାରାଜା ।

ସେପଟେ ହ୍ୟୁଷ୍ଟନ ସହରରୁ ଶୁଭୁଛି ଇସ୍କନ ବିରୋଧୀ ସ୍ୱର। ହ୍ୟୁଷ୍ଟନରୁ ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ନଖେଳିବାକୁ ସେମାନେ ତାଗିଦ୍ ବି କରିଛନ୍ତି । ଏହା ସତ୍ତ୍ୱେ ଶୁଣୁନି କି ସୁଧୁରୁନି ଇସ୍କନ । ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହେଉ କି ଗଜପତି ମହାରାଜାଙ୍କ ଚିଠି । ଏସବୁକୁ ବେଖାତିର କରି ଆସନ୍ତା ୯ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନରେ ମାତିଛି ଇସ୍କନ ।

Advertisment

ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରାକୁ ନେଇ ବିରୋଧ ବଢିବାରୁ ଗତ ୩ ତାରିଖରେ ସ୍ନାନଯାତ୍ରା କାର୍ଯ୍ୟକ୍ରମରୁ ଓହରିଛି ଇସ୍କନ, ହେଲେ ଆସନ୍ତା ୯ ତାରିଖ ରଥଯାତ୍ରା ଜିଦରେ କିନ୍ତୁ ମାତିଛି । ଶନିବାର ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁରେ ଲେଜିଅନ୍ ପାର୍କରେ ଆୟୋଜନ କରିବ ରଥଯାତ୍ରା । ମଧ୍ୟାହ୍ନ ୧୨ଟାରୁ ପରେଡ୍ ଷ୍ଟାର୍ଟ ସହ ଅପରାହ୍ନ ୩ଟାରେ କଲର ଫେଷ୍ଟ କାର୍ଯ୍ୟକ୍ରମ କରିବାକୁ ଲିଫଲେଟ୍ ଛପାଯାଇଛି । ଯାହାକୁ ନେଇ ଆମର ଏଠି ପଲ୍ଲୀରୁ ଦିଲ୍ଲୀ ଯାଏଁ ପ୍ରତିବାଦର ସ୍ୱର ଉଠୁଛି ।

Puri Gajapati Ratha Jatra ISKON
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ