Advertisment

ପବିତ୍ର ପଙ୍କୋଦ୍ଧାର ଏକାଦଶୀ; ବର୍ଷକରେ ଥରେ ଗମ୍ଭୀରାରେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ।

Lokanath Temple

Lokanath Temple

Advertisment

ପୁରୀ ବାବା ଲୋକନାଥଙ୍କ ମନ୍ଦିରରେ ପଙ୍କୋଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି। ବର୍ଷର ଏହି ଗୋଟିଏ ଦିନରେ ଗମ୍ଭୀରା ଭିତରେ ଲୋକନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀ ଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କ ଉଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Advertisment

ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ପଙ୍କୋଦ୍ଧାର ଏକାଦଶୀ। ରାତି ୧ ଟାରୁ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ପରେ ଆରମ୍ଭ ହୋଇଥିଲା ପଙ୍କୋଦ୍ଧାର।

ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ , ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢ଼ାଯାଇଥିଲା। ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ବର୍ଷକରେ ଥରେ ବାବା ଲୋକନାଥଙ୍କ ପ୍ରତ୍ୟକ୍ଷ ଦର୍ଶନର ସୁଯୋଗ ମିଳୁଥିବାରୁ ବଡ଼ିଭୋରରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଜଣେ ଅତିରିକ୍ତ ଏସପି, ପାଞ୍ଚଜଣ ଡିଏସପି, ୧୫ ଇନ୍ସପେକ୍ଟର ସହ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ପଙ୍କୋଦ୍ଧାର ଏକାଦଶୀରେ ୨ ହଜାର ଓ ଜାଗର ଯାତ୍ରା ଦିନ ୪ ହଜାର ସ୍ୱତନ୍ତ୍ର ଦର୍ଶନ ଟିକେଟ ବିକ୍ରି କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ଟିକେଟର ମୂଲ୍ୟ ଶହେ ଟଙ୍କା ରଖାଯାଇଛି।

Advertisment
Lokanath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ