Advertisment

ସପ୍ତମ ଶ୍ରେଣୀରେ ପଢୁଛନ୍ତି, ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି

ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି ।

7th class boy Conducts Paya Shradha Rituals

7th class boy Conducts Paya Shradha Rituals

Advertisment

ପୟା ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼। ପୁରୀ ମରିଚିକୋଟ ଛକଠାରୁ ମାର୍କେଟ ଛକ ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁ ପିଣ୍ଡଦାନ କରୁଥିବାର ଦେଖିବାକୁ ମିଳିଛି । ବାଇଶି ପାହାଚରେ ପିଣ୍ଡଦାନ କରିନପାରି ମନ ଦୁଃଖ ଥିଲେ ବି ବଡ଼ଦାଣ୍ଡରେ ପିଣ୍ଡଦାନ କରିବା, ସେମାନଙ୍କ ଦୁଃଖକୁ କିଛି ମାତ୍ରାରେ କମ୍ କରିଛି ।

Advertisment

କୋଭିଡ୍ କଟକଣା ପାଇଁ ବଡ଼ବଡ଼ୁଆ ଡାକିବା ଉପରେ ମଧ୍ୟ ବାରଣ କରାଯାଇଛି । ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି ।

Advertisment

ଆଜି ଦୀପାବଳି ସହ କାଳୀପୂଜା ପାଇଁ ଚଳଚଞ୍ଚଳ ରହିଛି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠ । ମା ବର୍ଷସାରା ବିଶ୍ୱମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ କାଳୀପୂଜା ଠାରୁ ୭ ଦିନ ଧରି ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି । ଆଜି ସପ୍ତମାତୃକା ବେଶର ପ୍ରଥମ ଦିନରେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା ଭଦ୍ରକାଳୀ ।

ସେପଟେ ବାରିପଦା ବାରୁଣିସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ମଧ୍ୟ ଆଡମ୍ବରରେ ପୂଜା ପାଉଛନ୍ତି ମହାକାଳୀ । ପୂଜା ସହ ହୋମଯଜ୍ଞ ମଧ୍ୟ କରାଯାଉଛି । କୋଭିଡ୍ କଟକଣା ଯୋଗୁଁ ବିଗତ ବର୍ଷ ଭଳି ଏବର୍ଷ ସାଧାରଣ ଭକ୍ତଙ୍କୁ ମନ୍ଦିର ପ୍ରବେଶ ନଥିଲେ ମଧ୍ୟ ସୀମିତ ଭକ୍ତରେ ରୀତିନୀତି ଅନୁଯାୟୀ ଚାଲିଛି ପୂଜା ପାଠ । ଆଜି ବାରୁଣୀ ଶ୍ୟାମାକାଳୀ ମନ୍ଦିରରେ ମାଙ୍କର ସୁନାବେଶ ହୋଇଛି ।

Advertisment

କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଆଜି ମଧ୍ୟରାତ୍ରିରୁ ମା କାଳୀଙ୍କ ପୂଜା ଆରମ୍ଭ ହେବ । ଘଟ ସ୍ଥାପନ କରି ମାଆଙ୍କୁ ଆବାହନ କରାଯାଇ ପରେ ଚକ୍ଷୁ ଦାନ କରାଯିବ । ସନ୍ଧିପୂଜା ଓ କାଳୀପୂଜା ଶେଷ ପରେ ଘଟ ବିସର୍ଜନ କରାଯିବ । ସେପଟେ ଯାଜପୁରର ମଧ୍ୟ ଚାଲିଛି ଗଣପର୍ବ କାଳୀପୂଜା। ବିନା ସାଜସଜ୍ଜା ଓ ନିରାଡମ୍ବର ଭାବେ ପାଳିତ ହେଉଛି ଯାଜପୁରର ଗଣପର୍ବ କାଳୀପୂଜା । ଚତୁର୍ଦଶୀରେ ଲକ୍ଷ୍ମୀନାରାୟଣ ପୂଜା ପାଇଥିବା ବେଳେ ଅମାବାସ୍ୟାରେ ଶ୍ୟମାକାଳୀ ପୂଜା ପାଇଛନ୍ତି। ୩ ରୁ ୮ ତାରିଖ ଯାଏ ପାଳିତ ହେଉଥିବା ଏହି ପର୍ବରେ ପୂର୍ବ ବର୍ଷ ପରି ମଣ୍ଡପ ଅୟୋଜକ ମାନେ କୋଭିଡ କଟକଣା ଅନୁସାରେ ମୁର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତି ରଖି ନିରାଡମ୍ବର ଭାବେ ବିନା ସାଜସଜ୍ଜାରେ କରିଛନ୍ତି ।

ଆଜି ହେଉଛି ପୟା ଶ୍ରାଦ୍ଧ.. ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି.. ଦେଖନ୍ତୁ ଭିଡ଼ ଭିତରେ ଏଇ କୁନି ନନାଙ୍କୁ.. ୭ମ ଶ୍ରେଣୀର ଛାତ୍ର କିନ୍ତୁ ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି.. ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ଦେଉଛନ୍ତି..ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି

Diwali KaliPuja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ