Advertisment

ରାତି ପାହିଲେ ଘୋଷଯାତ୍ରା: ପତିତଜନଙ୍କୁ ଉଦ୍ଧାର କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ...

ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ, କିନ୍ତୁ ରଥାରୁଢ଼ ଦିଅଁ କି ତାଙ୍କ ଦିବ୍ୟରଥକୁ ଚର୍ମ ନେତ୍ରରେ ଦେଖି ପାରିବନି ଭକ୍ତ। ଭକ୍ତଟିଏ ପାଇଁ ୟାଠୁ ବଳି କଷ୍ଟ ଆଉ କଣ ବା ହେଇପାରେ? ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମ ଯାତ୍ରା ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଉଣା କେବଳ ଭକ୍ତର ସେ ଦୁଇ ଚର୍ମନେତ୍ର ଓ ରଥାରୁଢ଼ ତିନିଠାକୁରଙ୍କ ସେ ଚକାନୟନ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ। କରୋନା କଟକଣା ଭିତରେ ଏ ବର୍ଷ ବି ହେବ ରଥଯାତ୍ରା

ଅଦ୍ୟତନ ହୋଇଛି
ରାତି ପାହିଲେ ଘୋଷଯାତ୍ରା: ପତିତଜନଙ୍କୁ ଉଦ୍ଧାର କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ...

Ratha Jatra

Advertisment

ପୁରୀ: ଇତିହାସର ପୁନରାବୃତ୍ତି। ପୁଣି ଭକ୍ତ ବିନା ଘୋଷଯାତ୍ରାରେ ବାହାରିବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତଥର ଭଳି ଏଥର ବି ଭକ୍ତବିନା ବଡ଼ାଦଣ୍ଡରେ ଗଡ଼ିବ ତିନି ରଥ। କାଲି ପ୍ରତ୍ୟୁଷରୁ ଯାତ୍ରା ପାଇଁ ଶ୍ରୀଜିଉ ସଜବାଜ ହେଉଥିବା ବେଳେ ଏପଟେ କିନ୍ତୁ ଚର୍ମନେତ୍ରରେ ଦର୍ଶନରୁ ପୁଣି ବଞ୍ଚିତ ହେବାକୁ ଯାଉଥିବାରୁ କାନ୍ଦି ଉଠିଛି ଭକ୍ତ ପ୍ରାଣ।

Advertisment

ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ

ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ, କିନ୍ତୁ ରଥାରୁଢ଼ ଦିଅଁ କି ତାଙ୍କ ଦିବ୍ୟରଥକୁ ଚର୍ମ ନେତ୍ରରେ ଦେଖି ପାରିବନି ଭକ୍ତ। ଭକ୍ତଟିଏ ପାଇଁ ୟାଠୁ ବଳି କଷ୍ଟ ଆଉ କଣ ବା ହେଇପାରେ? ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମ ଯାତ୍ରା ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଉଣା କେବଳ ଭକ୍ତର ସେ ଦୁଇ ଚର୍ମନେତ୍ର ଓ ରଥାରୁଢ଼ ତିନିଠାକୁରଙ୍କ ସେ ଚକାନୟନ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ। କରୋନା କଟକଣା ଭିତରେ ଏ ବର୍ଷ ବି ହେବ ରଥଯାତ୍ରା। କାରଣ ଗତବର୍ଷ ଭଳି ଏ ବର୍ଷ ବି ଭକ୍ତ-ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ଛିଡ଼ା କରିଛି ମହାମାରୀ। ଭକତ ଭାବରେ ବନ୍ଧା ଭକ୍ତବତ୍ସଳ ଠାକୁର। ଅଗଣିତ ଭକ୍ତଙ୍କ ପାଇଁ ରତ୍ନବେଦୀ ଛାଡ଼ି ରଥାରୁଢ଼ ହେଉଥିଲେ ବି ଉଭୟଙ୍କ ମଧ୍ୟରେ ସେ ମଧୁର ମିଳନର ମହାଘର୍ଯ୍ୟ ଅବସର ଜୁଟିବନି। ଯାହା ଖାଲି କୋଟି କୋଟି ଭକ୍ତର ଅନ୍ତର ବେଦନାକୁ ବ୍ୟଥିତ କରିନି ବରଂ ମହାପ୍ରଭୁଙ୍କ ନିତ୍ୟ ସେବାରେ ନିୟୋଜିତ ସେବାୟତଙ୍କ ଆଖିରେ ଆଣି ଦେଇଛି ଲୁହ।

Advertisment

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳାର ଅନନ୍ୟ ପରମ୍ପରା। ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଉଠେ ପୁରୀ ସହର। ଅଗଣିତ ଭକ୍ତଙ୍କ ଭିଡ଼, ହରିବୋର ହୁଳହୁଳି ଶବ୍ଦ ଓ ଘଣ୍ଟ ଘଣ୍ଟାର ନାଦ ଭିତରେ ହଜି ଯାଇ ନିଜ ରଥକୁ ନିଜେ ଆଗେଇ ନିଅନ୍ତି ତିନି ଠାକୁର। ହେଲେ ଏସନ ବି ସେ ସ୍ଥିତି ନାହଁ। ଭକ୍ତଙ୍କ ଉପସ୍ଥିତି ବିନା ରଥ ଟାଣିବେ ଛତିଶାନିଯୋଗ ସେବାୟତ। ସେଇମାନଙ୍କ କର ସ୍ପର୍ଶରେ ଗୁଣ୍ଡିଚା ମନ୍ଦିର ଆଡ଼କୁ ଗଡ଼ି ଚାଲିବ ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ। ତେବେ ସବୁକିଛି ତାଙ୍କରି ଲୀଳା ଏବଂ ତାଙ୍କରି ନିର୍ଦ୍ଦେଶରେ ହେଉଥିବାରୁ ଏ ବର୍ଷ ବି ସୁରୁଖୁରରେ ରଥଟଣା ନୀତି ସମ୍ପନ୍ନ ହେବା ନେଇ ଆଶା ରଖିଛନ୍ତି ସମସ୍ତ ସେବାୟତ।

ଗତଥର କରୋନା ସଂକ୍ରମଣ ଭୟରେ ରଥଯାତ୍ରା ହେବା ନହେବା ଶଙ୍କା ଭିତରେ ଶେଷରେ ବିନା ଭକ୍ତରେ ଆୟୋଜିତ ହୋଇଥିଲା ଘୋଷଯାତ୍ରା। ହେଲେ ଏଥର ବି ସେଇ ସ୍ଥିତି ଲାଗି ରହିବ ଏବଂ ପୁଣି ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଦାଣ୍ଡ ଭକ୍ତଶୂନ୍ୟ ହେବ, ସେକଥା ଭାବିଲା ବେଳକୁ ଚିନ୍ତା ଚେତନା ହରାଇ ବସୁଛି ସାଧାରଣ ଭକ୍ତ।

Advertisment
Odisha News Puri Ratha Jatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ