Advertisment

ପୂଜା ମଣ୍ଡପରେ ଭୋଗ; କେଉଁଠି ମାଛ, କେଉଁଠି ଚୋପି

ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…

ଅଦ୍ୟତନ ହୋଇଛି
Prasad in the Puja Mandap

Prasad in the puja mandap

Advertisment

ଆଜି ମା’ଙ୍କ ଅଷ୍ଟମୀ ପୂଜା। ଏହି ଦିନ ମା’ ଦୁର୍ଗାଙ୍କ ଅଷ୍ଟମ ରୂପ ମା’ ମହାଗୌରୀଙ୍କ ପୂଜା କରାଯାଏ। ଏହି ଦିନ ଉପବାସ ପାଳନ କରାଯାଏ ଏବଂ ଦେବୀ ଦୁର୍ଗାଙ୍କ ସହ ମହାଗୌରୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଯିଏ ଏହିଦିନ ଉପବାସ ପାଳନ କରେ ଏବଂ ମା ମହାଗୌରୀଙ୍କୁ ପୂଜା କରେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ମା ମହାଗୌରୀଙ୍କୁ ମମତାର ମୂର୍ତ୍ତି କୁହାଯାଏ। ମା ମହାଗୌରୀ ଦୟାଳୁ, ସ୍ନେହଶୀଳ ଓ ଶାନ୍ତ ସ୍ୱଭାବର।

Advertisment

ମା ମହାଗୌରୀଙ୍କ ପୂଜା ବିଧିରେ ଲାଲ୍ ବସ୍ତ୍ର, ଶୃଙ୍ଗାର ସାମଗ୍ରୀ, ଦୀପ, ଘିଅ / ତେଲ, ଧୂପ, ନଡ଼ିଆ, ଅରୁଆ ଚାଉଳ, କୁମ୍‌କୁମ, ଫୁଲ, ଦେବୀଙ୍କ ପ୍ରତୀମା, ପାନ ପତ୍ର, ଗୁଆ, ଲବଙ୍ଗ, ଗୁରୁରାତି, ମିଶ୍ରି, କର୍ପୁର, ଫଳ-ମିଠା, କଦଳି ଆଦି ଦରକାର ହୋଇଥାଏ।

ତେବେ ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ କଟକରେ ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା କଟକର କେଉଁ ଦେବୀ ମଣ୍ଡପରେ ମା’ଙ୍କୁ କ’ଣ ସବୁ ଭୋଗ ଲାଗି କରାଯାଏ।

Advertisment

କଟକର ବିଭିନ୍ନ ମଣ୍ଡପ ମଧ୍ୟରେ ଚୌଧୁରୀ ବଜାର, ଶେଖ ବଜାର, ଶଙ୍କରପୁର, ଚାଉଳିଆଗଞ୍ଜ, ଅଲିଶାବଜାର, ବାଲୁବଜାର, ଦୋଳମୁଣ୍ଡାଇ, ରାଣୀହାଟ, ଖାନନଗର, ଶିଖରପୁର, ମଙ୍ଗଳାବାଗ, ଫିରିଙ୍ଗିବଜାର, ନୟାସଡକ ଆଦି ପ୍ରମୁଖ ରହିଛି।

ଷଷ୍ଠୀ, ସପ୍ତମୀ, ଅଷ୍ଟମୀରେ ସବୁ ମଣ୍ଡପରେ ସକାଳେ ଫଳମୂଳ ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ଅନ୍ନ, ଶାଗ, ଡାଲି, ଛଙ୍କା ଆଦି ଭୋଗ ଲାଗି ହୁଏ।

Advertisment

ସେହିପରି ନବମୀ ଦିନ ସବୁ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ କେବଳ ଅଲିଶା ବଜାର ଓ ଚାନ୍ଦିନୀଚୌକ ମଣ୍ଡପରେ ମାଛ ଭୋଗ ହୋଇଥାଏ।

ଯଦି ଦଶମୀ ତିଥିକୁ ଦେଖାଯାଏ ତେବେ କେତେକ ମଣ୍ଡପର ଭୋଗକୁ ନେଇ ସ୍ୱତନ୍ତ୍ରତା ରହିଛି। ଏହି ସବୁ ମଣ୍ଡପରେ ଦହିପଖାଳ, ଶାଗ, ଛଙ୍କା ଆଦି ଭୋଗ ହେଉଥିବା ବେଳେ କେବଳ ଚୌଧୁରୀ ବଜାର ପୂଜା ମଣ୍ଡପରେ ଚୋପି ଭୋଗ ହୋଇଥାଏ। ସବୁ ପନିପରିବାର ଚୋପାକୁ ମିଶେଇ ଏହି ସ୍ୱତନ୍ତ୍ର ଧରଣର ଚୋପି ଭୋଗ ପ୍ରସ୍ତୁତ ହୋଇଥାଏ।

Durga Puja 2022 Durga Puja Navratri 2022 Navaratri Puja Dasara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ