Advertisment

ଅଖିଳଚକ୍ର ପକ୍ଷରୁ ପୁରସ୍କୃତ ହେଲେ କବି କୃଷ୍ଣ କୁମାର ମହାନ୍ତି: ଗ୍ରହଣ କଲେ ରବୀନ୍ଦ୍ର ପାଢୀ କବିତା ସମ୍ମାନ

ଅଖିଳଚକ୍ର ଅନୁଷ୍ଠାନର ଏହି ସାରସ୍ବତ ଉତ୍ସବରେ ଅନ୍ୟ ଲେଖକ ଲେଖିକା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Akhil Chakra Institute

Akhil Chakra Institute

Advertisment

ମକର ସଂକ୍ରାନ୍ତି ଅବସରରେ ଯାଜପୁରର ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ବାଲେଶ୍ଵରର କବି ଓ ଲେଖକ କୃଷ୍ଣ କୁମାର ମହାନ୍ତିଙ୍କୁ ରାଜ୍ୟସ୍ତରୀୟ ରବୀନ୍ଦ୍ର ପାଢ଼ୀ କବିତା ସମ୍ମାନରେ କରାଯାଇଛି। ଗତ ୧୫ ତାରିଖ ଦିନ ଅନୁଷ୍ଠାନର ବାର୍ଷିକ ସାରସ୍ଵତ ଉତ୍ସବରେ ଉପସ୍ଥିତ ରହି ଶ୍ରୀ ମହାନ୍ତି ଏହି ସମ୍ମାନ ଗ୍ରହଣ କରିଛନ୍ତି। ବରେଣ୍ୟ ଅତିଥି ବର୍ଷୀୟାନ ସାହିତ୍ୟିକ ପ୍ରଫେସର ଆଦିକନ୍ଦ ସାହୁ ଏବଂ ଓଡିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ଶ୍ରୀ ମହାନ୍ତିଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଶାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Advertisment

କବି ଶ୍ରୀ ମହାନ୍ତି ସମ୍ବର୍ଦ୍ଧନାର ପ୍ରତିକ୍ରିୟା ରଖି ଅଖିଳଚକ୍ର ପରି ୫୪ ବର୍ଷର ଏକ ପୁରୁଣା ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହେବା ଗୌରବର କଥା ବୋଲି କହିବା ସହ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ। କବି ବସନ୍ତ ମୁଦୁଲିଙ୍କ ଏକ କବିତାର ଉଦାହରଣ ଦେଇ ସେ କହିଲେ ଯେ କବିଟିଏ ହିଁ ପ୍ରେମର ବାର୍ତ୍ତା ଦେଇପାରେ। ମଣିଷ ସହିତ ମଣିଷକୁ ଯୋଡି ପାରେ। ହଜି ଯାଉଥିବା ମାନବିକ ସମ୍ବେଦନା ଓ ଭଲପାଇବାକୁ ଜଣେ କବି ହିଁ ତା କବିତା ମାଧ୍ୟମରେ ଫେରାଇ ଆଣିପାରେ ବୋଲି ସେ କହିଥିଲେ।

ଅଖିଳଚକ୍ର ଅନୁଷ୍ଠାନର ଏହି ସାରସ୍ବତ ଉତ୍ସବରେ ଅନ୍ୟ ଲେଖକ ଲେଖିକା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶ୍ରୀ ମହାନ୍ତି ଏକାଧାରରେ ଜଣେ କଥାକାର, କବି, ସମ୍ପାଦକ ଏବଂ ଫିଚର୍ ଲେଖକ। ଦୀର୍ଘ ତିନି ଦଶନ୍ଧିରୁ ଅଧିକ କାଳ ଧରି ସେ ସାରସ୍ଵତ ସାଧନାରେ ବ୍ରତୀ ରହି ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ଶ୍ୟାମଳୀ ଦାସ ଓ ରୁବି ରାଏ ନାମକ ତାଙ୍କର ଦୁଇଟି ବହି ପାଠକ ମହଲରେ ବେଶ୍ ଆଦୃତ। ସଂପ୍ରତି ସେ 'ରେବତୀ' ପତ୍ରିକାର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସମ୍ମାନ ଲାଭ ଖବରରେ ତାଙ୍କୁ ଲେଖକମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Advertisment
Akhil Chakra InstituteAkhil Chakra Institute
Odia Literature Writer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ