Advertisment

ନୂଆଁ ଧାନ୍ କେ ନୂଆ ମନ୍; ଗଣପର୍ବ ନୂଆଁଖାଇରେ ଝୁମିଛି ପଶ୍ଚିମ ଓଡ଼ିଶା

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ । ଏକତା ଓ ଭାଇଚାରାର ଉତ୍କୃଷ୍ଟ ନିଦର୍ଶନ ଭିତରେ ଭେଦଭାବ ଓ ମନୋମାଳିନ୍ୟ ଭୂଲି ଏକାଠି ହୋଇଛନ୍ତି ପରିବାର, ବଂଶ ଓ ବୁନିଆଦ ।

undefined

Nuakhai Celebration

Advertisment

ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇରେ ଦୁଲୁକୁଛି ସାରା ସମ୍ବଲପୁର । ବର୍ଷକ ପରେ ଆସିଥିବା ଏ ପର୍ବ ପାଇଁ ମନରେ କେତେ ଆନନ୍ଦ, କେତେ ଉତ୍ସାହ । ନୂଆଁଖାଇରେ ନବାନ୍ନ ଲାଗି ହେବାକୁ ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନର ଢେର ଆଗରୁ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଇଙ୍କ ମନ୍ଦିରରେ ଲାଗିସାରିଥଲା ଗହଳି ଚହଳି। ସକାଳ ୧୦ଟାରୁ ୨୭ରୁ ୧୦ଟା ୪୨ ମଧ୍ୟରେ ସମଲେଇ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରୁ ପ୍ରଥମେ ଆସିଥିଲା ନୂଆ ଚାଉଳ ଓ ଭୋଗ ।

Advertisment

ଅନ୍ୟ ପୂଜକଙ୍କ ଘରୁ ଅନୁରୂପ ସାମଗ୍ରୀ ଆସିବା ପରେ ମାଆଙ୍କ ନିକଟରେ ଲାଗି ହୋଇଥିଲା ନବାନ୍ନ । ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପରେ ସେଇ ଚାଉଳକୁ ନେଇ ଘରେ ନିଜ ଇଷ୍ଟ ଦେବଦେବୀଙ୍କ ନିକଟରେ ପୂଜା କରିବା ପରେ ଆରମ୍ଭ ହୋଇଥିଲା ନୂଆଁଖାଇ । ଘରେ ଘରେ ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନକୁ ପୁରା ପରିବାର ଏକାଠି ବସି ଭୂରି ଭୋଜନ କରିବା ପରେ ଆରମ୍ଭ ହୋଇଥିଲା ବଡ଼ମାନଙ୍କଠୁ ଆଶୀର୍ବାଦ ନେବାର ପରମ୍ପରା ।

ଏପଟେ ନୂଆଁଖାଇ ପାଇଁ ପଡୁଥିଲା ଉଠୁଥିଲା ବଲାଙ୍ଗିର । ସକାଳୁ ସକାଳୁ ଢୋଲ, ଦୁଲଦୁଲି, ଘଣ୍ଟ ଘଣ୍ଟା ଓ ଝାଞ୍ଜ ବାଦ୍ୟରେ କମ୍ପୁଥିଲା ସମଲେଶ୍ୱରୀଙ୍କ ମନ୍ଦିର ପରିସର । ମାଆଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ଆରମ୍ଭ ହୋଇଥିଲା ନୂଆଁ ଖାଇବାର ପର୍ବ । ସବୁ ବର୍ଷ ଭଳି ଏ ବର୍ଷ ବି ନୁଆଁଖାଇରେ ଏକାଠି ହୋଇଥିଲେ ବଲାଙ୍ଗିର ରାଜପରିବାରର ସବୁ ସଦସ୍ୟ । ଆଜି ଗୋଟିଏ ଦିନ ପାଇଁ ରାଜନୈତିକ ଭିନ୍ନତା ଓ ମତଭେଦକୁ ଭୁଲି ଶୈଳଶ୍ରୀ ପ୍ୟାଲେସରେ ଏକାଠି ବସି ନବାନ୍ନ ଖାଇବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ।

Advertisment

ସେପଟେ କଳାହାଣ୍ଡି ଜିଲ୍ଲାରେ ବି ଧୂମଧାମରେ ପାଳନ ହୋଇଛି ନୂଆଁଖାଇ। ବିଧି ଓ ପରମ୍ପରା ଅନୁସାରେ ଇଷ୍ଟଦେବୀଙ୍କୁ କୁରେଇ ପତ୍ରରେ ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା ଲାଗି କରିବା ପରେ କ୍ଷେତରେ ପୂଜାର୍ଚ୍ଚନା କରିଥିଲେ । ପରେ ନୂଆ ପୋଷାକ ପରିଧାନ ପୂର୍ବକ ଘରେ ପିଲାଠୁ ବୟସ୍କଙ୍କ ଯାଏଁ ସମସ୍ତେ ଏକାଠି ବସି ନୂଆ ଖାଇବାର ଅନୁଭୂତି ସାଉଁଟିଥିଲେ ।

ଏପଟେ ନୂଆଖାଇ ଅବସରରେ କଳାହାଣ୍ଡିର ପରିଚୟ ଘୁମୁରାର ଝଲକ ବି ଦେଖିବାକୁ ମିଲିଥିଲା । ସେପଟେ ସୁନ୍ଦରଗଡ଼ରେ ବି ନୂଆଖାଇର ଉତ୍ସବମୁଖର ମାହୋଲ ଭିତରେ ହଜିଥିଲେ ଜିଲ୍ଲାବାସୀ । ସେହିଭଳି ବୌଦ୍ଧ ଜିଲ୍ଲାବାସୀଙ୍କୁ ବି ଭିଜାଇଥିଲା ନୂଆଖାଇର ରଙ୍ଗ । ବାଦିକଟା ଗାଁରେ ଏକ ପରିବାରର ୪ ପୀଢ଼ି ଏକାଠି ନୂଆ ଖାଇବାର ନିଆର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Advertisment

ସେପଟେ କାର୍ଯ୍ୟବସ୍ତତା କିମ୍ବା ଅନ୍ୟ ଗୁରୁ ଦାୟିତ୍ୱ ପାଇଁ ନୂଆଁଖାଇରେ ପରିବାରରେ ସାମିଲ ହୋଇପାରିନଥିବା ପଶ୍ଚିମ ଓଡ଼ିଶାର ବହୁ ନେତା, ମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ନୂଆଦିଲ୍ଲୀର ହଜଖାସ୍ ଜଗନ୍ନାଥ ମନ୍ଦିରରେ ଏକାଠି ହୋଇଥିଲେ । ଏଠାରେ ସମଲେଇଙ୍କ ପୂଜାର୍ଚ୍ଚନା ସହ ସମସ୍ତେ ନୂଆଁ ଖାଇଥିବା ଦେଖିବାକୁ ମିଳିଥିଲା ।

Nuakhai Celebration Nuakhai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ