Advertisment

ନବରାତ୍ରରେ କନ୍ୟାପୂଜା; କ’ଣ ରହିଛି ବିଧି

ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ ଯାହାକୁ ଏହି ଦିନ କନ୍ୟାଙ୍କୁ ପ୍ରଦାନ କରାଯାଇଥାଏ।

ଅଦ୍ୟତନ ହୋଇଛି
Navratri Kanya Puja

On navratri kanya pujan in ashtami or navami

Advertisment

ନବବରାତ୍ରର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ଏହା ପରେ ଅଷ୍ଟମ ଆଉ ନବମ ଦିନରେ ଅଷ୍ଟମୀ ଏବଂ ନବମୀ ବ୍ରତ ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ, ଏହି ଦିନ ଲୋକେ କନ୍ୟାପୂଜା କରିବାର ବିଧି ରହିଛି। କନ୍ୟାମାନଙ୍କୁ ପୁରି, ହାଲୱା, ଖିରି, ଚଣା ଏବଂ ପ୍ରସାଦ ଇତ୍ୟାଦି ଖାଇବାବାକୁ ଦେବା ସହିତ ବିଭିନ୍ନ ପ୍ରକାର ଉପହାର ମଧ୍ୟ ଦିଆଯାଏ।

Advertisment

ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ ଯାହାକୁ ଏହି ଦିନ କନ୍ୟାଙ୍କୁ ପ୍ରଦାନ କରାଯାଇଥାଏ।

ଫଳ:

କନ୍ୟାମାନଙ୍କୁ କଦଳୀ ପରି ଫଳ ଦେବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ ଅନୁଯାୟୀ, ଏହିଦିନ ଯଦି କନ୍ୟାଙ୍କୁ ଫଳ ଦାନ କରାଯାଏ ତେବେ ଶୁଭ ଫଳ ପ୍ରାପ୍ତ ହେବାର ବିଶ୍ୱାସ ରହିଛି। ଏହାଛଡା କଦଳୀ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରିୟ ଫଳ, ଯାହା ବିଶେଷ କରି ଦେବୀଙ୍କୁ ମଧ୍ୟ ପ୍ରଶନ୍ନ କରିଥାଏ।

Advertisment

ନଡ଼ିଆ:

ଏହି ଦିନ କନ୍ୟାଙ୍କୁ ନଡ଼ିଆ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ ଯାହାର ଅର୍ଥ ଦେବୀ ଲକ୍ଷ୍ମୀଙ୍କ ଫଳ। ଏହା ସହିତ ଦେବୀ ନଡ଼ିଆକୁ ମଧ୍ୟ ପସନ୍ଦ କରନ୍ତି, ତେଣୁ କନ୍ୟାଙ୍କୁ ନଡ଼ିଆ ଦେବା ଶୁଭ ବୋଲି ବିବେଚନା କରାଯାଏ।

ନାଲି ବସ୍ତ୍ର:

ଲାଲ ରଙ୍ଗ ମା’ର ରଙ୍ଗ ବୋଲି ବିବେଚନା କରାଯାଏ। ଏହି କାରଣରୁ କନ୍ୟାମାନଙ୍କୁ ନାଲି ରଙ୍ଗର ଚୁନରୀ କିମ୍ବା ବସ୍ତ୍ର ଦିଆଯାଏ। ତେବେ ନଡ଼ିଆରେ ବନ୍ଧା ହେଉଥିବା ଏକ ପତଳା ଲାଲ ରଙ୍ଗର କାଛ ମଧ୍ୟ ଦିଆଯାଇପାରେ।

Advertisment

ଶୃଙ୍ଗାର:

ଏହିଦିନ କନ୍ୟାମାନଙ୍କୁ ସାଜସଜ୍ଜା ନେଇ କେତେକ ମେକ୍‌ଅପ୍ ଆଇଟମ୍ ମଧ୍ୟ ଦିଆଯାଏ। ଏହାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ସାମଗ୍ରୀକୁ ପ୍ରଥମେ ମା’ ଦୁର୍ଗାଙ୍କ ସମ୍ମୁଖରେ ରଖାଯାଏ ଏବଂ ପରେ କନ୍ୟାଙ୍କୁ ଦିଆଯାଏ।

ମିଠା: 

ପ୍ରସାଦ ଆକାରରେ କନ୍ୟାମାନଙ୍କୁ ମିଠା ମଧ୍ୟ ଦିଆଯାଏ। ବିଶ୍ୱାସ ଅନୁଯାୟୀ କନ୍ୟାମାନଙ୍କୁ ଘର ତିଆରି ହାଲୱା ତିଆରି ମିଠା ଦେବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

Durga Puja Durga Puja 2022 Dasara Navaratri Puja Navratri 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ