Advertisment

World Tourisim Day 2023: ପର୍ଯ୍ୟଟନ ସ୍ଥଳ ଉନ୍ନତି ପାଇଁ ହେଉଛି ବ୍ୟୟ ଅଟ୍ଟକଳ, ହେଲେ କାମ ଶୂନ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଓଡିଶାରେ ଏମିତି ଅନେକ ମନୋରମ ଜାଗା ଅଛି ଯାହା କେବଳ ରାଜ୍ୟବାସୀଙ୍କୁ ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରେ। କେତେକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହାର ଉନ୍ନତି କରଣ କରୁଛି ସତ, ହେଲେ ଏହାରି ଭିତରେ ଆହୁରି ଅନେକ ସ୍ଥାନ ଅଛି ଯାହା ବିଭାଗର ଆଢୁଆଳରେ ରହିଯାଇଛି।

ଅଦ୍ୟତନ ହୋଇଛି
The cost estimate for tourism but development is zero

The cost estimate for tourism but development is zero

Advertisment

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଓଡିଶାରେ ଏମିତି ଅନେକ ମନୋରମ ଜାଗା ଅଛି ଯାହା କେବଳ ରାଜ୍ୟବାସୀଙ୍କୁ ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରେ। କେତେକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହାର ଉନ୍ନତି କରଣ କରୁଛି ସତ, ହେଲେ ଏହାରି ଭିତରେ ଆହୁରି ଅନେକ ସ୍ଥାନ ଅଛି ଯାହା ବିଭାଗର ଆଢୁଆଳରେ ରହିଯାଇଛି।

Advertisment

ବିଭାଗର ଅବହେଳା ଯୋଗୁଁ କେଉଁଠି ରାସ୍ତା ମରଣଯନ୍ତା ପାଲଟିଛି ତ ପୁଣି କେଉଁଠି ବେଳାଭୂମି ଆବର୍ଜନାରେ ଭରପୂର। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଏ ସବୁ ସ୍ଥାନ ଦେଖି ଅସନ୍ତୁଷ୍ଟ ବ୍ୟକ୍ତ କରୁଥିବା ଦେଖାଯାଏ। ଆଜି ‘ବିଶ୍ୱ ପର୍ଯ୍ୟଟନ ଦିବସ’ରେ ଏସବୁ ଉପରେ ଟିକେ ନଜର ପକେଇ ନେବା।

ଭଦ୍ରକର ଆରଡି ଛକରୁ ଭାୟା କୋଠାର ଦେଇ ବାବା ଅଖଣ୍ଡଳମଣୀଙ୍କ ପୀଠ ପର୍ଯ୍ୟନ୍ତ ରାସ୍ତା ହେବ ପ୍ରଶସ୍ତିକରଣ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ୩୬ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହେବ ୪୦ କୋଟି ଟଙ୍କା। ଏହି ବ୍ୟୟ ଅଟକଳରେ

Advertisment

୨୩ ଡିସେମ୍ବର ୨୦୨୨ରେ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହାର ଅବଧି ୨ ବର୍ଷ ବା ୨୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଗଲା। ଏଯାଏ ରାସ୍ତା ନିର୍ମାଣ ହୋଇନି କିନ୍ତୁ ଟଳି ପଡିଲାଣି ଭିତ୍ତିପ୍ରସ୍ତର ଫଳକ।

ଓଡିଶାର ଅନ୍ୟତମ ଶୈବପୀଠକୁ ଯିବା ପାଇଁ ଏଠାରେ ଅଣଓସାରିଆ ରାସ୍ତା ରହିଛି। ଖାଲି ଅଣଓସାରିଆ ନୁହେଁ ରାସ୍ତା ସାରା ଖାଲି ଖାଲ ଖମା। ବର୍ଷା ହେଲେ ରାସ୍ତାସାରା ପାଣି ଜମୁଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଓଡିଶାର ବିଭିନ୍ନ କୋଣ ଅନୁକୋଣ ଓ ଭାରତର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏଠାକୁ ଆସନ୍ତି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଲୋକେ କୁହନ୍ତି।

Advertisment

ସେହିପରି ଚାନ୍ଦିପୁର ବେଳାଭୂମୀର ଦୃଶ୍ୟ ଦେଖିଲେ ଦେହ ସହିବନି। ଏହା ପୂରା ଆବର୍ଜନା ହୋଇପଡିଛି। କେଉଁଠି ଜରି, ପ୍ଲାଷ୍ଟିକ୍ ବୋତଲ ପଡିଛି ତ ପୁଣି କେଉଁଠି ପାଣି ଜମି ଦୁର୍ଗନ୍ଦମୟ ପରିବେଶ ସୃଷ୍ଟି କରୁଛି। ଅନନ୍ୟ ବେଳାଭୂମୀ ଭାବେ ପରିଚିତ ଏଠି ପ୍ରତିଦିନ ସମୁଦ୍ର ଦୁଇଥର ପାଖକୁ ଆସେ ଆଉ ପୁଣି ୪ ରୁ ୫ କିଲୋମିଟର ଫେରିଯାଏ। ଏହି ମନୋରମ ଦୃଶ୍ୟକୁ ଦେଖିବାପାଇଁ ଦୂରଦୂରାନ୍ତରୁ ଲୋକେ ଧାଇଁଆସନ୍ତି। ରାଜ୍ୟ ସମେତ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଏହାକୁ ଦେଖି ଅସନ୍ତୁଷ୍ଟ ହେଉଥିବା କୁହନ୍ତି।

(ଟିଟିଲାଗଡରୁ ଅବିନାଶ ନନ୍ଦ, ଭଦ୍ରକରୁ ପାର୍ଥ ସାରଥୀ ନାୟକ ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ)

World Tourism Day Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ