Advertisment

ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।

ଅଦ୍ୟତନ ହୋଇଛି
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

Ratha Jatra

Advertisment

ପୁରୀ: ଆସନ୍ତା ୧୨ତାରିଖରେ ରଥଯାତ୍ରା। ଏ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ବିଭିନ୍ନ ବିଭାଗର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଯୋଗ ଦେବେ। ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ଯେଉଁ ସେବାୟତମାନେ ରଥଯାତ୍ରାରେ ଭାଗ ନେବେ, ସେମାନଙ୍କର କୋଭିଡ ଟେଷ୍ଟ କରାଯାଉଛି। ସେପଟେ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ୍ ଜୋନ୍ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କେବି ସିଂହ । ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।

Advertisment

ସେପଟେ, ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ । ଆର୍ଥାତ୍‌ ବାହୁଡ଼ାରେ ମଧ୍ୟ ଗଜପତି ମହାରାଜ ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ । ତେବେ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଗଜପତି । ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା ।

Advertisment
Ratha Yatra 2021 Puri Ratha Jatra 2021 Puri Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ