Advertisment

ରଥଯାତ୍ରା: ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ

ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି।

ରଥଯାତ୍ରା ସୁରକ୍ଷାର ସମୀକ୍ଷା କଲେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା

Ratha Jatra

Advertisment

ପୁରୀ: ରଥଯାତ୍ରାକୁ ଆଉ ମାତ୍ର ୩ ଦିନ ଥିବା ବେଳେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ହୋଇଥିବା ଏହି ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀ ସୂଚାରୁରୂପେ ନୀତିକାନ୍ତି ସମାପନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରଥଯାତ୍ରା ବେଳେ କୋଭିଡ଼ ଗାଇଡଲାଇନ ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି।

Advertisment

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା ସେପଟେ, ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ । ଆର୍ଥାତ୍‌ ବାହୁଡ଼ାରେ ମଧ୍ୟ ଗଜପତି ମହାରାଜ ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ । ତେବେ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଗଜପତି । ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା ।

Advertisment
Odisha News Puri Ratha Jatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ