Advertisment

ରଥଯାତ୍ରା ସୁରକ୍ଷାର ସମୀକ୍ଷା କଲେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା

ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।

ରଥଯାତ୍ରା ସୁରକ୍ଷାର ସମୀକ୍ଷା କଲେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା

Ratha Jatra

Advertisment

ପୁରୀ: ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା। ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ହୋଇଥିବା ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସହିତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ସୋମବାର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୧ ତାରିଖ ରବିବାର ରାତି ୮ଟାରୁ ୧୩ ତାରିଖ ମଙ୍ଗଳବାର ରାତି ୮ଟା ଯାଏଁ ପୁରା ସହରରେ କର୍ଫ୍ୟୁ ଲାଗିବ। ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ । ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।

Advertisment
Odisha Puri Ratha Jatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ