Advertisment

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ।

ଅଦ୍ୟତନ ହୋଇଛି
Puri Srimandir

Puri Srimandir

Advertisment

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ। ସେହିପରି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି।

Advertisment

ଆଗାମୀ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥ ନିର୍ମାଣର ଶୁଭାରମ୍ଭ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ସହଜ ହୋଇଛି ଦର୍ଶନ ବ୍ୟବସ୍ଥା। ବଡ଼ଦାଣ୍ଡରୁ ବ୍ୟାରିକେଡ୍ ହଟାଇ ନିଆଯିବାରୁ ଶ୍ରୀମନ୍ଦିର ପ୍ରଶାସନଏହି ପଦକ୍ଷେପ ନେଇଛି।

କରୋନା କଟକଣା ପରଠୁ ପଶ୍ଚିମ ଦ୍ୱାରରେ କେବଳ ପୁରୀ ବାସିନ୍ଦାମାନେ ହିଁ ପ୍ରବେଶ ସହ ଦର୍ଶନର ସୁଯୋଗ ପାଉଥିଲେ। ହେଲେ ଆଜିଠୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି। 

Advertisment

ସୂଚନାଥାଉ କି, କରୋନାର ତୃତୀୟ ଲହରରେ ସଂକ୍ରମଣ ବ୍ୟାପିବାରୁ ଜାନୁଆରୀ ୧୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ ରହିଥିଲା। ତେବେ ସ୍ଥିତିରେ ସୁଧାର ଆସିଥିବାରୁ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁସାରେ ଫେବୃଆରୀ ୧ରୁ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ସେହି ସମୟରେ ଭକ୍ତଙ୍କ ଲାଗି ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ