Advertisment

ଶ୍ରୀକ୍ଷେତ୍ର ପରମ୍ପରାରୁ ହଜିଯିବ କି ଝୁଲଣ ଯାତ୍ରା ?

ବଡ଼ଓଡ଼ିଆ ମଠରେ ୩ ବର୍ଷ ଧରି ବନ୍ଦ ଝୁଲଣ ଯାତ୍ରା । ପରିକ୍ରମା ପ୍ରକଳ୍ପରେ ମଠ କ୍ଷତିଗ୍ରସ୍ତ ହେବାରୁ ପରମ୍ପରା ବନ୍ଦ । ସ୍ଥାନାଭାବରୁ ବହୁ ମଠରେ ନିରାଡ଼ମ୍ବର ଆୟୋଜନ । ଶ୍ରୀମନ୍ଦିର ପ୍ରଶାସକ କହିଲେ, ଖୁବଶୀଘ୍ର ପୁନରୁଦ୍ଧାର ହେବ ସବୁ ମଠ ।

ଅଦ୍ୟତନ ହୋଇଛି
Jhulana Jatra

Jhulana Jatra

Advertisment

ଶ୍ରୀକ୍ଷେତ୍ରରେ ୧୨ ମାସରେ ତେର ପର୍ବ। ତା ଭିତରୁ ଅନ୍ୟତମ ଝୁଲଣ ଯାତ୍ରା। ଆଜିଠୁ ଏ ଯାତ୍ରା ଆରମ୍ଭ ହୋଇ ସପ୍ତାହେ ବ୍ୟାପୀ ଚାଲିବ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଝୁଲଣ କୁଞ୍ଜରେ ଝୁଲି ରାସ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ତେବେ ବିଡ଼ମ୍ବନା ହେଉଛି, ଏ ଯାତ୍ରା କେବଳ ଶ୍ରୀମିନ୍ଦର ନୁହେଁ, ପୁରୀରେ ଥିବା ବହୁ ମଠ ଓ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। କିନ୍ତୁ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅନେକ ମଠ ଅସ୍ତିତ୍ୱ ହରାଇବା ପରେ ସେସବୁ ମଠରେ ପରମ୍ପରା ଅନୁସାରେ ହୋଇପାରୁନି ଝୁଲଣ ଯାତ୍ରା।...

Advertisment

ପୁରୀର ବଡ଼ ଓଡ଼ିଆ ମଠରେ ଆଜିଠୁ ଏ ମଠରେ ମହାଆଡ଼ମ୍ବରରେ ପାଳନ ହେବା କଥା ପାରମ୍ପରିକ ଝୁଲଣ ଯାତ୍ରା । ହେଲେ ମଣ୍ଡପ ଏବେ ଖାଁ ଖାଁ। ଝୁଲଣ ପାଇଁ ଆୟୋଜନ ନାହିଁ କି ସାଜସଜା। ପ୍ରାୟ ୩ ବର୍ଷ ହେବ ବିପର୍ଯ୍ୟସ୍ତ ଅବସ୍ଥାରେ ଛିଡ଼ା ହୋଇଛି ଝୁଲଣ ମଣ୍ଡପ। ପ୍ରଶାସନକୁ ବାରମ୍ବାର ଅବଗତ ପରେ ବି ଝୁଲଣ ମଣ୍ଡପର ପୁନରୁଦ୍ଧାର ହୋଇନଥିବାରୁ ପୂର୍ବଭଳି ଆୟୋଜନ ହୋଇପାରୁନି ଝୁଲଣ। ସେମିତି ରାଧାବଲ୍ଲଭ ମଠରେ ବି ପ୍ରତିବର୍ଷ ଶ୍ରାବଣ ଶୁକ୍ଲ ଦଶମୀରୁ ଝୁଲଣ ଯାତ୍ରା ପାଇଁ କମ୍ପି ଉଠିବା କଥା ମଠ ପରିସର।

ହେଲେ ଏବେ ଆଗ ଭଳି ଆଉ ସେ କୋଳାହଳ ନାହିଁ। ପରିକ୍ରମା ପ୍ରକଳ୍ପ ଭାଙ୍ଗିଛ ମଠର ଅନେକ ଅଂଶ। ମଠର ଝୁଲଣ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାରୁ କେବଳ ବିଧି ବଞ୍ଚାଇବାକୁ ବିନା ଆଡ଼ମ୍ବରରେ ଆୟୋଜନ ହେଉଛି ଝୁଲଣ । ସେହିଭଳି ଏମାର, ତ୍ରିମାଳି, ଉତ୍ତରପାର୍ଶ୍ୱ, ଦକ୍ଷିଣପାର୍ଶ୍ୱ, ପଞ୍ଜାବୀ ଓ ରେବେଶା ମଠରେ ବି ଝୁଲଣ ଯାତ୍ରାରେ ବାଧକ ସାଜିଛି ସ୍ଥାନାଭାବ। ତେଣୁ କାଣ୍ଟଛାଣ୍ଟ ଆୟୋଜନ ଏ ଯାତ୍ରାକୁ ମହତ୍ବ ଓ ଗୁରୁତ୍ୱକୁ ବାଧା ପହଞ୍ଚାଇଥିବା କହିଛନ୍ତି ବହୁ ମଠର ମହନ୍ତ।

Advertisment

ଶ୍ରୀକ୍ଷେତ୍ରରେ ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୭ ଦିନ ଧରି ମହା ଆଡ଼ମ୍ବରରେ ପାଳିତ ହୋଇଥାଏ ଝୁଲଣ ଯାତ୍ରା। ମଠମାନଙ୍କରେ ରାଧା କୃଷ୍ଣ ବିଜେ ପୂର୍ବକ ଦୋଳିରେ ଝୁଲିବା ସହ ରାସ ଅବସରରେ ଭଜନ, କୀର୍ତ୍ତିନ ଓ ଜଣାଣର ମହାଆସର ଜମିଥାଏ।
କିନ୍ତୁ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ପ୍ରାୟ ୧୮ଟି ମଠ ଉଚ୍ଛେଦ ଓ କ୍ଷତିଗ୍ରସ୍ତ ହେବା ପରେ ଏସବୁ ମଠରେ ଆଉ ପୂର୍ବଭଳି ଝୁଲଣ ଆୟୋଜନର ସୁଯୋଗ ଓ ସୁବିଧା ନାହିଁ। ସେପଟେ ଆଗକୁ ଏସବୁ ମଠର ପୁନରୁଦ୍ଧାର ପରେ ପୁଣି ଏ ଯାତ୍ରାକୁ ପୂର୍ବଭଳି ମହାଆଡ଼ମ୍ବରରେ କରାଯିବ
ବୋଲି ଆଶା ରଖିଛି ଶ୍ରୀମନ୍ଦିର ପ୍ରଶାସନ।

ଏପଟେ ବିଧି ଓ ପରମ୍ପରା ଅନୁସାରେ ଶ୍ରୀମନ୍ଦିର ମୁକ୍ତି ମଣ୍ଡପରେ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଝୁଲଣ ଯାତ୍ରା। ଏହି ଅବସରରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇଁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣ କୁଞ୍ଜକୁ ବିଜେ କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ