Advertisment

କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ

ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ।

No Festival Celebration

No Festival Celebration

Advertisment

ଭୁବନେଶ୍ୱର/କଟକ: ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଏନେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିବା ବେଳେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(BMC) ଓ କଟକ ମ୍ୟୁନିସିପାଲ କର୍ପୋରେସନ(CMC) ପକ୍ଷରୁ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ଦିଆଯାଇଛି। ତେବେ ଏଥିପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ କିମ୍ବା ପେଣ୍ଡାଲ ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। 

Advertisment

କୋଭିଡ କଟକଣାରେ ମଣ୍ଡପ/ପେଣ୍ଡାଲରେ ପୂଜା ପାଇବେ ଗଜାନନ। ଗଣେଶ ପୂଜା ନେଇ BMC ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ଦିଆଯାଇଛି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ। ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ। ମଣ୍ଡପ ଓ ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଚତୁର୍ଥ ପଟରେ ଆବରଣ ରହିବ। କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ରହିଛି। ଶ୍ରଦ୍ଧାଳୁଙ୍କୁ ମଣ୍ଡପ କିମ୍ବା ପେଣ୍ଡାଲ ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମୂର୍ତ୍ତି ୪ ଫୁଟ ଉଚ୍ଚତାରୁ ଅଧିକ କରାଯାଇ ପାରିବ ନାହିଁ। ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ ଅନୁମତି ରହିଛି। ସେହିଭଳି ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ହୋଇପାରିବ। କୌଣସି ପ୍ରକାର ପ୍ରସାଦ ସେବନ ଓ ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିସର୍ଜନ ଶୋଭାଯାତ୍ରା ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। .

କରୋନା ସଂକ୍ରମଣ ଭୟ ଯୋଗୁ ସିଲଭର ସିଟି କଟକରେ ମଧ୍ୟ ଫିକା ପଡ଼ିବ ସେଲିବ୍ରେସନ। କଟକ ଦଶହରା ପୂଜାର ରୂପରେଖ କେମିତି ହେବ ତାକୁ ନେଇ ଦ୍ୱନ୍ଦରେ ପଡ଼ି ଯାଇଛନ୍ତି ପୂଜା କମିଟି। ଗଣେଶ ପୂଜା ପାଇଁ ବିଏମ୍‌ସି ଭଳି କଟକ ମହାନଗର ନିଗମ ମଧ୍ୟ ଜାରି କରିଛି କଟକଣା। ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରଖିବା ସହ ବିନା ଭକ୍ତ ରେ ପୂଜାପାଇଁ ଅନୁମତି ରହିଛି।

Advertisment

ଛୋଟ ମୂର୍ତ୍ତି ହେଲେ ବର୍ଷକର ବେପାର ଧୋଇ ହୋଇଯିବ ବୋଲି କ୍ଷୋଭର ସହ କହିଛନ୍ତି ମୂର୍ତ୍ତି କାରିଗର। ଆଖିଦୃଶିଆ ତୋରଣ ଓ ଆଲୋକ ମାଳା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଟ୍ୱିନ୍‌ସିଟିକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ପୂଜା କଟକଣାକୁ ନେଇ କ୍ଲବ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାରିଫୁଟ ଉଚ୍ଚତା ମୂର୍ତ୍ତି ନିଷ୍ପତ୍ତିକୁ ସରକାର ପୁନର୍ବିଚାର କରିବାକୁ ଦାବି ହୋଇଛି। 

Advertisment
Odisha Festivals Dussehra Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ