Advertisment

ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ

ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ।

ଅଦ୍ୟତନ ହୋଇଛି
ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ

Niladri Bije

Advertisment

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ। ଯାହାକୁ ନୀଳାଦ୍ରିବିଜେ କୁହାଯାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧାବିଗ୍ରହ।

Advertisment

ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି। ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡାଯାତ୍ରା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ର୍ନିଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିବାରୁ ଆଜି ମଧ୍ୟ ନୀତି ସଅଳ ହେବ ବୋଲି ଅନୁମାନ କରାଯାଉଛି।

ଆଜି ରାଗଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ। ନୀଳାଦ୍ରିବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବା ସହ ପାଖାପାଖି ୬୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବାସହ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ବଡସିଂହାର ବେଶ, ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ। ଗତକାଲି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା। 

Advertisment

ଅନ୍ୟପକ୍ଷେ, ଆଜି ରସଗୋଲା ଦିବସ। ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ଆଜିର ଏହି ସ୍ୱତନ୍ତ୍ର ଦିନ ପାଳନ ହେଉଛି। ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ ରହିଛି ରସଗୋଲା। ନୀଳାଦ୍ରି ବିଜେ ଅବସରରେ ରାଗ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ। ଏହି ପରମ୍ପରା ଅନୁଯାୟୀ, ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଶ୍ରୀଜିଉଙ୍କ ମୂର୍ତ୍ତି କରିବା ସହ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କର ମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି ସୁଦର୍ଶନ। ପୁରୀ ବେଳାଭୂମିରେ ଅତି ନିଖୁଣ ଭାବେ ସୁଦର୍ଶନଙ୍କ ଏହି କାରୁକାର୍ଯ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି। ବାଲିରେ ରସଗୋଲା ଦିବସ ଲେଖିବା ସହ ନୀଳାଦ୍ରି ବିଜେ ଲେଖି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Advertisment
Puri Niladri Bije
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ