Navratri maha navami hubh muhurat and puja vidhi
ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।
ଅଧିକାଂଶ ଲୋକ ନବମୀ ତିଥିରେ ଦେବୀଙ୍କର ନଅ ରୂପର ପ୍ରତୀକ ଭାବେ ନଅ ଜଣ କନ୍ୟାଙ୍କୁ ପୂଜା କରନ୍ତି ଏବଂ ସେମାନଙ୍କୁ ଭୋଜନ କରାନ୍ତି। ନବରାତ୍ରୀର ଉଭୟ ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟାପୂଜା କରାଯାଏ।
କିଛି ଲୋକ ଅଷ୍ଟମୀ ତିଥିରେ ତ ଆଉ କିଛି ନବମୀ ତିଥିରେ କନ୍ୟା ପୂଜା କରି ମା’ଙ୍କ ଆରାଧନା କରନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନବରାତ୍ରୀର ନବମ ଦିନରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ଧନ, ଶକ୍ତି ଏବଂ ଖ୍ୟାତି ସମେତ ସମସ୍ତ ଇଚ୍ଛା ପୂରଣ ହୋଇଥାଏ।
କେତେ ବର୍ଷର କନ୍ୟାକୁ କରାଯାଏ ପୂଜା:
ମହାନବମୀ ଦିନ ୨ ବର୍ଷରୁ ୧୦ ବର୍ଷ ମଧ୍ୟରେ ଝିଅମାନଙ୍କୁ ପୂଜା କରିବାର ବିଧି ରହିଛି। ଦୁଇ ବର୍ଷର ଝିଅଙ୍କୁ କୁମାରୀ, ତିନି ବର୍ଷର ଝିଅଙ୍କୁ ତ୍ରିମୂର୍ତ୍ତି, ଚାରି ବର୍ଷର ଝିଅଙ୍କୁ କଲ୍ୟାଣୀ, ପାଞ୍ଚ ବର୍ଷର ଝିଅଙ୍କୁ ରୋହିନୀ, ଛଅ ବର୍ଷର ଝିଅଙ୍କୁ ଚଣ୍ଡିକା, ସାତରୁ ଆଠ ବର୍ଷର ଝିଅଙ୍କୁ ଶାମ୍ଭବୀ ଏବଂ ନଅ ବର୍ଷର ଝିଅଙ୍କୁ ଦୁର୍ଗା ବୋଲି କୁହାଯାଏ। ଏହିପରି, ନଅ ଜଣ ଝିଅଙ୍କୁ ପୂଜା କରିବା ଦ୍ୱାରା ଭିନ୍ନ ଭିନ୍ନ ଫଳ ମିଳିଥାଏ।
ଶୁଭ ମୁହୂର୍ତ୍ତ:
- ସକାଳ - ୦୬:୨୭ ରୁ ୦୭:୫୧
- ଅପରାହ୍ନ - ୦୧:୩୦ ରୁ ୦୨:୫୫
ପୂଜାବିଧି:
- ମହାନବମୀ ତିଥି ହେଉଛି ନବରାତ୍ରୀର ଶେଷ ଦିନ। ଏହି ଦିନ ମା ଦୁର୍ଗାଙ୍କର ସିଦ୍ଧିଦାତ୍ରୀ ରୂପକୁ ପୂଜା ଓ ପାଠ କରିବାର ଗୁରୁତ୍ୱ ରହିଛି।
- ସକାଳୁ ଉଠି ସ୍ନାନ କରି ବ୍ରତ ପାଳନ କରିବା ସହ ସଂକଳ୍ପ ନିଅନ୍ତୁ
- ଏହା ପରେ ପୂଜାସ୍ଥଳରେ ଦେବୀ ସିଦ୍ଧିଦାତ୍ରୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ
- ଯଦି ଆପଣଙ୍କ ପାଖରେ ଦେବୀଙ୍କ ମୂର୍ତ୍ତି ନାହିଁ, ତେବେ ଦେବୀ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ
- ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଏବଂ ନବଗ୍ରହକୁ ଫୁଲ ଅର୍ପଣ କରନ୍ତୁ
- ଏହା ପରେ ଦେବୀଙ୍କୁ ଧୂପ, ଦୀପ, ଫଳ, ଫୁଲ, ଭୋଗ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ
- ଏହା ପରେ, ଦୁର୍ଗା ସପ୍ତସତୀ ପାଠ ଏବଂ ମା’ ଦୁର୍ଗା ଏବଂ ସିଦ୍ଧିଦାତ୍ରୀଙ୍କ ସହ ଜଡିତ ମନ୍ତ୍ର ପାଠ କରନ୍ତୁ
- ଶେଷରେ ଦେବୀଙ୍କ ଆରତୀ କରନ୍ତୁ ଏବଂ କନ୍ୟା ପୂଜା କରିବା ପରେ ସେମାନଙ୍କୁ ଉପହାର ଦେଇ ବିଦାୟ ଦିଅନ୍ତୁ
ମା ସିଦ୍ଧିଦାତ୍ରୀଙ୍କ ବୀଜ ମନ୍ତ୍ର
ହ୍ଲୀଂ କ୍ଲୀଂ ଏଂ ସିଦ୍ଧୟ ନମ:
ପୂଜା ମନ୍ତ୍ର
ସିଦ୍ଧ ଗନ୍ଧର୍ଭ ଯକ୍ଷାଦ୍ୟୈରସୁରୈରମରୈରପି,
ସେବ୍ୟମାନା ସଦା ଭୁୟାତ୍ ସିଦ୍ଧିଦା ସିଦ୍ଧିଦାୟୀନୀ।
ସ୍ତୁତି ମନ୍ତ୍ର:
ଯା ଦେବୀ ସର୍ବଭୂତେଷୁ ମା ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ॥
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697974920.jpg)