ଅକ୍ଟୋବର ୭ରେ ନବରାତ୍ର , କଣ ରହିଛି କଳସୀ ସ୍ଥାପନାର ମହତ୍ତ୍ୱ ଜାଣନ୍ତୁ...

ଚଳିତ ମାସରୁ ଆରମ୍ଭ ହୋଇଯିବ ମା ଜଗତ୍‌ ଜନନୀ ମା ଦୁର୍ଗାଙ୍କ ଶାରଦିଆ ନବରାତ୍ର ପୂଜା । ନବରାତ୍ରର ୯ଟି ଦିନରେ ପିଠମାନଙ୍କରେ ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁସଜ୍ଜିତ କରାଯାଇଥାଏ । ଏହାସହ ଅନେକ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ଏହି ପୂଜାକୁ ନିଜ ଘରେ ମଧ୍ୟ ପାଳନ କରିଥାନ୍ତି । ଯେଉଁଥିରେ ଭକ୍ତମାନେ ଶୁଭ ଫଳ ପ୍ରାପ୍ତ ଓ ମନସ୍କାମନା ପୂରଣ କରିବା ପାଇଁ ବରାତ୍ରିରେ ଘଟ ସ୍ଥାପନ ତଥା କଳସୀ ପ୍ରତିଷ୍ଠା କରିଥାନ୍ତି ।

ଅକ୍ଟୋବର ୭ରୁ ନବରାତ୍ର ଆରମ୍ଭ, କଣ ରହିଛି ଘଟ ସ୍ଥାପନାର ମହତ୍ତ୍ୱ ଜାଣନ୍ତୁ

News Summary

ଅକ୍ଟୋବର ୭ରୁ ନବରାତ୍ର ଆରମ୍ଭ

କଣ ରହିଛି କଳସୀ ସ୍ଥାପନାର ମହତ୍ତ୍ୱ ଜାଣନ୍ତୁ.

ଚଳିତ ମାସରୁ ଆରମ୍ଭ ହୋଇଯିବ ମା ଜଗତ୍‌ ଜନନୀ ମା ଦୁର୍ଗାଙ୍କ ଶାରଦିଆ ନବରାତ୍ର ପୂଜା । ନବରାତ୍ରର ୯ଟି ଦିନରେ ପିଠମାନଙ୍କରେ ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁସଜ୍ଜିତ କରାଯାଇଥାଏ । ଏହାସହ ଅନେକ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ଏହି ପୂଜାକୁ ନିଜ ଘରେ ମଧ୍ୟ ପାଳନ କରିଥାନ୍ତି । ଯେଉଁଥିରେ ଭକ୍ତମାନେ ଶୁଭ ଫଳ ପ୍ରାପ୍ତ ଓ ମନସ୍କାମନା ପୂରଣ କରିବା ପାଇଁ ବରାତ୍ରିରେ ଘଟ ସ୍ଥାପନ ତଥା କଳସୀ ପ୍ରତିଷ୍ଠା କରିଥାନ୍ତି । ମା ଦୁର୍ଗାଙ୍କ ଆଶିର୍ବାଦ ଫଳରେ ସେମାନଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରଖାଯାଇଥାଏ । ଏହି କଳସ ସ୍ଥାପନର ବିଶେଷ ମହତ୍ତ୍ୱ ରହିଛି ।

କଳସୀ ସ୍ଥାପନାର ଶୁଭ ମୂହୁର୍ତ୍ତ

ନବରାତ୍ର ପୂଜାର ପ୍ରଥମ ଦିନରେ କଳସ ସ୍ଥାପନ କରାଯାଏ । ତେଣୁ କଳସୀ ସ୍ଥାପନର ସମୟକୁ ବିଶେଷ ଧ୍ୟାନ ଦେବା ଉଚିତ୍‌ । ଅକ୍ଟୋବର ୭ରେ ଆରମ୍ଭ ହେଉଛି ନବରାତ୍ର । ତେବେ ସେହିଦିନରେ ଘଟ ସ୍ଥାପନର ଶୁଭ ମୂହୁର୍ତ୍ତ ହେଉଛି ସକାଳ ୬ଟା ୧୭ରୁ ୭ ଟା ୭ । ଜ୍ୟୋର୍ତିବିଦ୍ୟା ଅନୁସାରେ ଏହି ସମୟରେ କଳସ ସ୍ଥାପନ କଲେ ଶୁଭ ଫଳ ପ୍ରାପ୍ତ ହେବ । ତେଣୁ ଏହି ମୂହୁର୍ତ୍ତକୁ କଳସୀ ପ୍ରତିଷ୍ଠା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି ।

କାଳସୀ ସ୍ଥାପନ ପାଇଁ ଆବଶ୍ୟକ ସାମଗ୍ରୀ

କଳସୀ ସ୍ଥାପନା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀର ଆବଶ୍ୟକତା ରହିଛି । ସେଗୁଡିକ ହେଲା ୭ ପ୍ରକାରର ଶସ୍ୟ, ଚଉଡା ମୁହଁ ଥିବା ଏକ ମାଟିର ପାତ୍ର, ପବିତ୍ର ସ୍ଥାନରୁ ଅଣାଯାଇଥିବା ମାଟି, କଳସ, ଗଙ୍ଗା ଜଳ, ଆମ୍ୱ କିମ୍ୱା ଅଶୋକ ପତ୍ର, ଗୁଆ, ନଡିଆ, ଚାଉଳ, ଫୁଲ ଓ ଲାଲି ବସ୍ତ୍ର ।

କଳସୀ ସ୍ଥାପନ

କଳସୀ ସ୍ଥାପନର ପଦ୍ଧତି

କଳସ ସ୍ଥାପନା ସମୟରେ କିଛି ବିଶେଷ ନିୟମ ରହିଛି । ଯାହାର ପାଳନ କରିବା ଆବଶ୍ୟକ । ଘରର ଉତ୍ତର-ପୂର୍ବ ଦିଗକୁ ପରିଷ୍କାର କରି ଲାଲି ରଙ୍ଗର ନୂଆ କପଡା ବିଛାଇ ମାଙ୍କ ମୂର୍ତ୍ତି କିମ୍ୱା ଫଟୋକୁ ସ୍ଥାପନା କରନ୍ତୁ । ଏହା ପରେ ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା କରି କଳସୀ ସ୍ଥାପନା କରନ୍ତୁ । ଏକ ନଡିଆରେ ଶାଲୁ କନା ଗୁଡାଇକି ମୋଲି(ସୂତା) ବାନ୍ଧନ୍ତୁ । ହାଣ୍ଡିକୁ ପାଣିରେ ଭର୍ତ୍ତି କରି ସେଥିରେ ଏକ ଲବଙ୍ଗ, ହଳଦୀ ଗୁଣ୍ଡ, ଗୁଆ,ଦୂବ ଓ କଏନ୍‌ ପକାନ୍ତୁ । ବର୍ତ୍ତମାନ କାଲାଶରେ ଆମ୍ବ ପତ୍ର ରଖି ସେହି ନଡିଆ ରଖନ୍ତୁ ଏବଂ ତା’ପରେ ଏହି କାଲାଶକୁ ଦୁର୍ଗା ମୂର୍ତ୍ତିର ଡାହାଣ ପାର୍ଶ୍ୱରେ ରଖନ୍ତୁ । କଳସୀ ସଂସ୍ଥାପନ ସମାପ୍ତ ହେବା ପରେ, ଦେବୀଙ୍କ ଆରଧନା କରନ୍ତୁ ।