Advertisment

National Road Safety Week 2024: ସଡକ ସୁରକ୍ଷାକୁ ବଢାଇବା ପାଇଁ ଜାଣନ୍ତୁ ୬ଟି ଉପାୟ

ଦିନକୁ ଦିନ ସଡକ ସୁରକ୍ଷାର ଚିନ୍ତା ବଢି ଚାଲିଛି। ଘରୁ ରାସ୍ତାକୁ ପାଦ କାଢ଼ିବାକୁ ଭୟ ଲାଗୁଛି। ଜଣା ନାହିଁ କେତେବେଳେ କ’ଣ ହେବ। ଆଜିର ଦିନରେ ସଡକ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା ଜରୁରୀ। ଆସନ୍ତୁ ଜାଣିବା ସଡକ ସୁରକ୍ଷାକୁ ବଢାଇବାର ୬ଟି ଉପାୟ।

ଅଦ୍ୟତନ ହୋଇଛି
National Road Safety Week 2024

National Road Safety Week 2024 six tips for Road Safety

Advertisment

ଆଜିର ଦିନରେ ସଡକ ସୁରକ୍ଷା ଚିନ୍ତାର ଏକ ପ୍ରମୁଖ କାରଣ ହୋଇପଡିଛି। ସାଂପ୍ରତିକ ସମୟରେ ଦୁର୍ଘଟଣା ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ସକ୍ରିୟ ହୋଇଛନ୍ତି। ଏହି କାରଣରୁ, ଲୋକଙ୍କ ପାଇଁ ସଡକ ଯାତାୟାତର ନିୟମ ବୁଝିବା ସହଜ ହୋଇପାରିଛି। ପ୍ରତିବର୍ଷ ୧୧ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ‘ଜାତୀୟ ସଡକ ସୁରକ୍ଷା ସପ୍ତାହ’ ପାଳନ କରାଯାଏ।

Advertisment

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସପ୍ତାହରେ ଲୋକଙ୍କୁ ସଡକ ସୁରକ୍ଷା ବିଷୟରେ ଅବଗତ କରାଯାଇଥାଏ। ସଡକ ସୁରକ୍ଷା ଲୋକଙ୍କ ସୁରକ୍ଷା ସହିତ ଜଡିତ।

ପ୍ରତିଦିନ ଅନେକ ଦୁର୍ଘଟଣା ରାସ୍ତାରେ ଘଟେ, ଯେଉଁଥିପାଇଁ କିଛି ଲୋକ ମୃତ୍ୟୁବରଣ କରନ୍ତି ଏବଂ କେତେକ ଆହତ ମଧ୍ୟ ହୁଅନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ଲୋକମାନେ ଟ୍ରାଫିକ୍ ନିୟମ ମାନନ୍ତି ନାହିଁ ଯେଉଁଥିପାଇଁ ସେମାନଙ୍କ ଆଖପାଖର ଲୋକମାନେ ଦୁର୍ଘଟଣାର ଶିକାର ହୁଅନ୍ତି। ଏଥିପାଇଁ ‘ଜାତୀୟ ସଡକ ସୁରକ୍ଷା ସପ୍ତାହ’ ପାଳନ କରାଯାଏ।

Advertisment

‘ସଡକ ସୁରକ୍ଷା ସପ୍ତାହ’ ହେଉଛି ଏକ ଦେଶବ୍ୟାପୀ ଅଭିଯାନ ଯାହା ସଡକ ସୁରକ୍ଷା ସମସ୍ୟା ଯଥା ଦୁର୍ଘଟଣା ରୋକିବା, ଆଘାତ କମାଇବା ଏବଂ ମୃତ୍ୟୁକୁ ରୋକିବା ଉପରେ ସଚେତନତା ସୃଷ୍ଟି କରିଥାଏ। ଏହା ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ, ପଥଚାରୀଙ୍କ ସୁରକ୍ଷା ଏବଂ ଉନ୍ନତ ସଡକ ଭିତ୍ତିଭୂମିର ଆବଶ୍ୟକତା ଉପରେ ଆଲୋକପାତ କରିଥାଏ।

ଇତିହାସ:

‘ସଡକ ସୁରକ୍ଷା ସପ୍ତାହ’ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଆରମ୍ଭ ହୋଇଥିଲା। ସମୟ ସହିତ ଏହା ବର୍ତ୍ତମାନ ଦୁର୍ଘଟଣାକୁ ରୋକିବା ଏବଂ ସଡକ ସୁରକ୍ଷା ସଚେତନତା ଉପରେ ଧ୍ୟାନ ଦେଇ ଏକ ବିଶ୍ୱସ୍ତରୀୟ ପଦକ୍ଷେପରେ ପରିଣତ ହୋଇଛି।

Advertisment

ଥିମ୍:

ଚଳିତ ବର୍ଷ ‘ଜାତୀୟ ସଡକ ସୁରକ୍ଷା ସପ୍ତାହ’ ର ବିଷୟବସ୍ତୁ ହେଉଛି। “ସଡକ ସୁରକ୍ଷାର ନାୟକ ହୁଅ”। ଏହି ଥିମ୍ ଅନୁସାରେ ସଡକ ସୁରକ୍ଷାକୁ ବଢେଇବାରେ ନିଜର ଅବଦାନ ରଖିବା ସହିତ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା।

ନିଜର ଅବଦାନ:

‘ସଡକ ସୁରକ୍ଷା ସପ୍ତାହ’ରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ରହିଛି। ଆସନ୍ତୁ ସେସବୁ ଜାଣିବା ଓ ପାଳନ କରିବା।

ସୁରକ୍ଷିତ ଡ୍ରାଇଭିଂ ଅଭ୍ୟାସ – କୁହାଯାଏ ‘ଦ୍ରୁତ ଗତି ମହା ବିପତ୍ତି’। ତେଣୁ ଗାଡି ଚଳାଇବା ବେଳେ ଗତି ପ୍ରତି ସାବଧାନ ହେବା ଜରୁରୀ। ଡ୍ରାଇଭିଂ ସମୟରେ ଆଡେ ସାଡେ ନ ଚାହିଁ ଗାଡ଼ି ଚଳାଇବା ସହ ଟ୍ରାଫିକ ନିୟମ ମାନିବା ଜରୁରୀ।

ପଥଚାରୀଙ୍କ ସୁରକ୍ଷା – ପାଦରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ରାସ୍ତାପାର ବିଷୟରେ ଶିକ୍ଷା ଦିଅନ୍ତୁ ଏବଂ ଡ୍ରାଇଭରମାନଙ୍କୁ କ୍ରସ୍‌ୱାକ୍ ବା ଟ୍ରାଫିକ୍ ନିମୟ ବିଷୟରେ ବୁଝାନ୍ତୁ।

ସୁରକ୍ଷା ଅଭିଯାନକୁ ସମର୍ଥନ – ସଡକ ସୁରକ୍ଷା ସଚେତନତା ଅଭିଯାନ ଏବଂ ଶୈକ୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ କିମ୍ବା ଆୟୋଜନ କରନ୍ତୁ।

ଉନ୍ନତ ସଡ଼କ ପାଇଁ ଦାବି – ଉନ୍ନତ ସଙ୍କେତ, ଆଲୋକ ଏବଂ ପଥଚାରୀଙ୍କ ସୁବିଧା ହେବା ଭଳି ଉନ୍ନତ ସଡକ ଭିତ୍ତିଭୂମିକୁ ସମର୍ଥନ କରନ୍ତୁ ଓ ଏଥିପାଇଁ ସରକାରଙ୍କ ନିକଟରେ ଦାବି କରନ୍ତୁ।

ବିଦ୍ୟାଳୟ କାର୍ଯ୍ୟକ୍ରମ – ଛାତ୍ରମାନଙ୍କୁ ସଡକ ସୁରକ୍ଷା ବିଷୟରେ ଶିକ୍ଷା ଦେବା ଏବଂ ଯୁବ ପଥଚାରୀ ଏବଂ ସାଇକେଲ ଚାଳକଙ୍କ ମଧ୍ୟରେ ନିରାପଦ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟଗୁଡ଼ିକ ସହ ଯୋଗାଯୋଗ କରନ୍ତୁ।

ଉଦାହରଣ ସହ ନେତୃତ୍ୱ ନେବା – ଯଦି ଆପଣ ଗାଡି ଚାଳନା କରୁଛନ୍ତି ହେଲ୍‌ମେଟ୍ ବା ସିଟ୍ ବେଲ୍ଟ ପିନ୍ଧିବା କେବେ ବି ଭୁଲନ୍ତୁ ନାହିଁ। ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।

Road Safety Road Safety India National Road Safety Week
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ