Advertisment

National Nutrition Week 2023: ଦୀର୍ଘ ବର୍ଷ ବଞ୍ଚିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ

ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଆପଣ ଦୀର୍ଘ ବୟସ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବିତାଇ ପାରିବେ। ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିନେବା ଯେଉଁସବୁ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ, ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଜୀଇବା ସଜହ ହୋଇଯିବ। ଏହା ଦ୍ୱାରା ଅନେକ ରୋଗ ଆପଣଙ୍କ ପାଖ ମାଡିବ ନାହିଁ। ଫଳରେ ଜଣେ ସହଜରେ ଦୀର୍ଘ ଜୀବନ ବଞ୍ଚିପାରିବ।

ଅଦ୍ୟତନ ହୋଇଛି
To live long life must include these 5 nutritious foods

To live long life must include these 5 nutritious foods

Advertisment

ପ୍ରତିବର୍ଷ ୧ ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ‘ଜାତୀୟ ପୋଷଣ ସପ୍ତାହ’ ପାଳନ କରାଯାଏ। ଆଜି ହେଉଛି ଚତୁର୍ଥ ଦିନ। ଏହି ସପ୍ତାହ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ପୋଷଣ ତତ୍ତ୍ୱର ଆବଶ୍ୟକତା ବିଷୟରେ ସୂଚନା ଦେବା। ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ କାହିଁକି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ସଚେତନତା ଆଣିବା ପାଇଁ ଏହି ପୂରା ସପ୍ତାହ ପାଳନ କରାଯାଏ।

Advertisment

ଆପଣଙ୍କ ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଆପଣ ଦୀର୍ଘ ବୟସ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବିତାଇ ପାରିବେ। ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିନେବା ଯେଉଁସବୁ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଜୀଇବାରେ ସଜହ ହୋଇଯିବ। ଏହା ଦ୍ୱାରା ଅନେକ ରୋଗ ଆପଣଙ୍କ ପାଖ ମାଡିବ ନାହିଁ। ଫଳରେ ଜଣେ ସହଜରେ ଦୀର୍ଘ ଜୀବନ ବଞ୍ଚିପାରିବ।

ପ୍ରଚୁର ସବୁଜ ପନିପରିବା ଖାଆନ୍ତୁ:

ସବୁଜ ପତ୍ରଯୁକ୍ତ ପନିପରିବା ଖାଇ ଆପଣ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। କେଲ୍ ଏବଂ ପାଳଙ୍ଗ ପରି ପତ୍ରଯୁକ୍ତ ପନିପରିବାରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଜରୁରୀ। ଏହାର ସେବନ ଦ୍ୱାରା ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ରହିବ ନାହିଁ। ଆପଣ ସେଗୁଡ଼ିକୁ ସାଲାଡ, ତରକାରୀ ଓ ଜୁସ୍ ଇତ୍ୟାଦି ଭାବେ ଖାଇପାରିବେ। ପାଳଙ୍ଗ ଖାଇବା ଦ୍ୱାରା ଶରୀରରେ ରକ୍ତହୀନତା ସମସ୍ୟା ଦେଖା ଦିଏ ନାହିଁ।

Advertisment

ଶସ୍ୟ ପୋଷକର ଭଣ୍ଡାର:

ଶସ୍ୟ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇବର ମିଳିଥାଏ। ଅନେକ ପୋଷକ ତତ୍ତ୍ୱରେ ଭରପୂର ଶସ୍ୟ ଶରୀରର ଶକ୍ତି ସ୍ତରକୁ ବଜାୟ ରଖିଥାଏ। ରିଫାଇନ୍‌ଡ ଶସ୍ୟ ବଦଳରେ ସାଧାରଣ ଶସ୍ୟ ଖାଇବା ଉଚିତ। ଏଥିପାଇଁ କ୍ୱିନୋଆ, ବ୍ରାଉନ୍ ରାଇସ୍, ଓଟସ୍ ଇତ୍ୟାଦି ସକାଳ ଜଳଖିଆରେ ଖାଇପାରିବେ।

ବାଦାମ ଆଦି ଖାଆନ୍ତୁ:

ଆପଣ ନିଶ୍ଚିତ ଭାବରେ ନିଜ ଖାଦ୍ୟରେ କିଛି ବାଦାମ ଏବଂ ମଞ୍ଜିଜାତୀୟ ଖାଦ୍ୟ ସାମିଲ କରିବା ଜରୁରୀ। ଏସବୁ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ବାଦାମ, ନାଣ୍ଡି ବଗୁଲି, କଖାରୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜି, ପେଷି ମଞ୍ଜି ଇତ୍ୟାଦି ପୁଷ୍ଟିକର ଖାଦ୍ୟର ଭଣ୍ଡାର ଅଟେ, ଯାହା ହଜମ ପ୍ରକ୍ରିୟା ସହିତ ଅନେକ ଅଙ୍ଗକୁ ସୁସ୍ଥ ରଖେ। ଏଥିରେ ଫାଇବର, ପ୍ରୋଟିନ୍, ସୁସ୍ଥ ଚର୍ବି ଥାଏ। ଆପଣ ଏସବୁକୁ ଜଳଖିଆ ଭାବେ ଖାଇପାରିବେ କିମ୍ବା ଭାଜିକି, ସାଲାଡ କରି, ସ୍ମୁଦି ଇତ୍ୟାଦିରେ ମିଶାଇ ଖାଇପାରିବେ।

Advertisment

କୋଳି ଖାଆନ୍ତୁ:

ଜାମୁକୋଳି, ଷ୍ଟ୍ରବେରି, କଣ୍ଟେଇ କୋଳି ଆଦି ଖାଇବା ଜରୁରୀ। ଏସବୁରେ ଭିଟାମିନ୍, ମିନେରାଲ୍ସ, ଫାଇବର, ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ।

ଛୁଇଁ ବା ଡାଲି ଜାତୀୟ ଖାଦ୍ୟ:

ଫାଇବର, ପ୍ରୋଟିନ୍, ଅନେକ ଖଣିଜ ପଦାର୍ଥ, ଭିଟାମିନ୍ ଆଦିରେ ଭରପୂର ଛୁଇଁ ବା ଡାଲି ଜାତୀୟ ଖାଦ୍ୟ ସୁସ୍ଥ ରହିବା ପାଇଁ ସର୍ବୋତ୍ତମ ଖାଦ୍ୟ। ବିନ୍ସ, କାବୁଲି ବୁଟ, ମସୁର ଡାଲି ଆଦି ନିୟମିତ ଖାଆନ୍ତୁ। ଏହା ଦ୍ୱାରା ଅନେକ ରୋଗରୁ ସୁରକ୍ଷା ମିଳେ। ପେଟ ସଫା ରହିବା ସହିତ କୋଷ୍ଠକାଠିନ୍ୟର କୌଣସି ଅସୁବିଧା ହୁଏ ନାହିଁ।

ଏଗୁଡିକ ସହିତ, ସୁସ୍ଥ ଏବଂ ଫିଟ୍ ରହିବାକୁ ହେଲେ ରଙ୍ଗ ବେରଙ୍ଗ ପନିପରିବା ଏବଂ ଫଳଗୁଡିକ ଖାଦ୍ୟରେ ଯଥାସମ୍ଭବ ସାମିଲ କରନ୍ତୁ। ଏହିସବୁ ଜିନିଷ ଖାଦ୍ୟରେ ସାମିଲ କରି ଆପଣ ସୁସ୍ଥ ରହିପାରିବେ ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଫିଟ୍ ରହିପାରିବେ।

Nutrition Programme Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ