Advertisment

National Naturopathy Day 2024: ପ୍ରାକୃତିକ ଚିକିତ୍ସା ଯୋଗାଇଦେବାରେ ମହାତ୍ମା ଗାନ୍ଧୀଙ୍କ ଭୂମିକା

କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ପ୍ରାଚୀନ ପରମ୍ପରା ଉପରେ ଆଧାର କରି ପ୍ରାକୃତିକ ଚିକିତ୍ସା ଏକ ରୋଗ ନିରାକରଣ ପଦ୍ଧତି। ପ୍ରକୃତିର ପାଞ୍ଚ ଉପାଦାନ ମୃତ୍ତିକା(ମାଟି), ଜଳ(ପାଣି), ସୂର୍ଯ୍ୟ କିରଣ(ଅଗ୍ନି), ବାୟୁ ଏବଂ ଆକାଶ ଭଳି ଉପାଦାନ ଦ୍ୱାରା ଶରୀରକୁ ଶୁଦ୍ଧ ଏବଂ ଠିକ୍ କରିବା ଉପଯୁକ୍ତ ଉପାୟ।

author-image
Pramod Behera
ଅଦ୍ୟତନ ହୋଇଛି
National Naturopathy Day 2024

National Naturopathy Day 2024

ପ୍ରକୃତି ହେଉଛି ସର୍ବଶକ୍ତିମାନ। ମାନବ ଶରୀର ପ୍ରକୃତିର ପାଞ୍ଚଟି ଉପାଦାନକୁ ନେଇ ଗଠିତ। ତେଣୁ ପ୍ରକୃତିର ଏହି ପାଞ୍ଚ ଉପାଦାନ ମୃତ୍ତିକା(ମାଟି), ଜଳ(ପାଣି), ସୂର୍ଯ୍ୟ କିରଣ(ଅଗ୍ନି), ବାୟୁ ଏବଂ ଆକାଶ ଭଳି ଉପାଦାନ ଦ୍ୱାରା ଶରୀରକୁ ଶୁଦ୍ଧ ଏବଂ ଠିକ୍ କରିବା ଉପଯୁକ୍ତ ଉପାୟ। ପ୍ରାକୃତିକ ଚିକିତ୍ସା ଏକ ସୁସ୍ଥ ଜୀବନଯାପନ କରିବାର ଏକ କଳା ଏବଂ ବିଜ୍ଞାନ।

Advertisment

ଏହାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ୧୮ ନଭେମ୍ବରରେ ଭାରତରେ ‘ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ’ ପାଳନ କରାଯାଏ।

ପାର୍ଶ୍ୱ ପ୍ରତିକ୍ରିୟା ବିନା ଚିକିତ୍ସା:

କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ପ୍ରାଚୀନ ପରମ୍ପରା ଉପରେ ଆଧାର କରି ଏହା ଏକ ରୋଗ ନିରାକରଣ ପଦ୍ଧତି। ସ୍ୱାସ୍ଥ୍ୟ, ରୋଗ ଏବଂ ଚିକିତ୍ସା ନୀତି ସହିତ ପ୍ରାକୃତିକ ଚିକିତ୍ସାର ବିଚାର ଅତ୍ୟନ୍ତ ମୌଳିକ। ଏହି ଚିକିତ୍ସା ଦ୍ୱାରା କେବଳ ଗୋଟିଏ ରୋଗକୁ ଭଲ କରେ ନାହିଁ, ଏହା ସମଗ୍ର ଶରୀରକୁ ନିରୋଗ କରେ।

Advertisment

ବେଦ ଏବଂ ପ୍ରାଚୀନ ଗ୍ରନ୍ଥରେ ଏହା ବର୍ଣ୍ଣନା କରାଯାଇଛି ଯେ ଶରୀରରେ ବିଜାତୀୟ ପଦାର୍ଥର ଜମା ହେତୁ ରୋଗ ସୃଷ୍ଟି ହୁଏ, ଯାହା ପ୍ରାକୃତିକ ଜୀବନ ଶକ୍ତିକୁ ଦୁର୍ବଳ କରିଦିଏ। ଏହି ବିଜାତୀୟ ପ୍ରଦାର୍ଥକୁ ଶରୀରରୁ ପ୍ରକୃତି ତଥା ଅନ୍ୟାନ୍ୟ ଉପାୟ ଦ୍ୱାରା ବାହାର କରାଯାଇଥାଏ। ଋତୁକାଳୀନ ରୋଗ ଦ୍ୱାରା ଶରୀରରେ ଆବର୍ଜନା ଜମା ହେବା ଦ୍ୱାରା ଶରୀର ଅସୁସ୍ଥ ହୋଇଯାଏ।

ରୋଗର କାରଣ:

ତେବେ ଅସ୍ୱାଭାବିକ ଖାଦ୍ୟ ଅଭ୍ୟାସ, ଖରାପ ଜୀବନଶୈଳୀ, ଅନୈତିକ ଯୌନ ଆଚରଣ ଆଦି ଦ୍ୱାରା ଶରୀରରେ ଆବର୍ଜନା ଜମା ହୋଇଥାଏ। ପ୍ରାକୃତିକ୍ ଚିକିତ୍ସା ହେଉଛି ତାହା ଯାହା ଜଣେ ବ୍ୟକ୍ତିକୁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ପ୍ରକୃତିର ସୃଜନଶୀଳ ନୀତି ଦ୍ୱାରା ସୁସଙ୍ଗତ କରିବାର ଏକ ପଦ୍ଧତି।

ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା, ରୋଗକୁ ରୋକିବା, ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟ ପୁନରୁଦ୍ଧାର ପାଇଁ ଏହାର ଅନନ୍ୟ କ୍ଷମତା ରହିଛି। ଏହି ଚିକିତ୍ସା ଅନୁସାରେ ଜୀବାଣୁ ରୋଗର ମୁଖ୍ୟ କାରଣ ନୁହେଁ।

ମହାତ୍ମା ଗାନ୍ଧୀଙ୍କ ପ୍ରାକୃତିକ ଚିକିତ୍ସା ଉପରେ ବିଶ୍ୱାସ:

ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରାକୃତିକ ଚିକିତ୍ସାକୁ ବହୁତ ବିଶ୍ୱାସ କରିଥିଲେ। ମହାତ୍ମା ଗାନ୍ଧୀ ୧୮ ନଭେମ୍ବର ୧୯୪୫ରେ 'ସର୍ବ ଭାରତୀୟ ପ୍ରକୃତି ଉପଚାର ଫାଉଣ୍ଡେସନ୍ ଟ୍ରଷ୍ଟ' ପ୍ରତିଷ୍ଠା କରିଥିଲେ।

ମହାତ୍ମା ଗାନ୍ଧୀ ଉପବାସ(ଆକାଶ ତତ୍ତ୍ୱ)କୁ ଶାରୀରିକ ଶୁଦ୍ଧତାର ବିକଳ୍ପ ଭାବରେ ବିବେଚନା କରୁଥିଲେ। ଏକ ସମୟ ଥିଲା ଯେତେବେଳେ ମହାତ୍ମା ଗାନ୍ଧୀ କ୍ଷୀର ଏବଂ ଶସ୍ୟ ଛାଡି କେବଳ ଫଳ ଉପରେ ନିର୍ଭର କରିବା ଆରମ୍ଭ କରିଥିଲେ।

ଗାନ୍ଧୀ ପ୍ରାକୃତିକ ଚିକିତ୍ସା ଉପରେ ଅନେକ ପ୍ରବନ୍ଧ ଏବଂ ପୁସ୍ତକ ଲେଖିଛନ୍ତି। ଏଥିମଧ୍ୟରୁ କିଛିର ନାଁ ହେଉଛି ସ୍ୱାସ୍ଥ୍ୟର ଚାବି, ପ୍ରାକୃତିକ ଚିକିତ୍ସା, ଆହାର ଓ ଆହାର ସୁଧାର, ପ୍ରାର୍ଥନା ଓ ସାକାହାର।

ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ପୁନେ ନିକଟ ଏକ ଛୋଟ ଗାଁ ଉରଲିକାଞ୍ଚନରେ ଏକ ପ୍ରାକୃତିକ ଚିକିତ୍ସା ଡାକ୍ତରଖାନା ଆରମ୍ଭ କରିଥିଲେ। ଏହା ପୁନେର ପ୍ରାକୃତିକ ଚିକିତ୍ସା କ୍ଲିନିକ୍ ଏବଂ ସାନେଟୋରିୟମର ଏକ ଶାଖା ଥିଲା ଯାହା ସେହି ସମୟରେ କେବଳ ସହରୀ ଧନୀମାନଙ୍କୁ ଯୋଗାଉଥିଲା।

ସେଥିପାଇଁ ସ୍ୱାଧୀନତା ପରେ ଦେଶରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ୧୮ ନଭେମ୍ବରକୁ ପ୍ରାକୃତିକ ଚିକିତ୍ସା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ।

Mahatma Gandhi
Advertisment
Advertisment