Advertisment

ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Nabajouban Darshan of Lord Jagannath and His siblings on June 19

Nabajouban Darshan of Lord Jagannath and His siblings on June 19

Advertisment

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ସକାଳ ୮ଟାରୁ ୯ଟା ଯାଏ ପାରମାଣିକ ଦର୍ଶନ ଅନୁଷ୍ଠିତ ହେବ। ପାରମାଣିକ ଟିକେଟ୍‌ ୧୦୦ ଟଙ୍କା ଥିବାବେଳେ ଦକ୍ଷିଣ ଦ୍ୱାର ଦେଇ ଯିବେ ଶ୍ରଦ୍ଧାଳୁ। ସକାଳ ୯ଟାରୁ ୧୧ଟା ସର୍ବସାଧାରଣ ଦର୍ଶନ ଚାଲିବ। ଏନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Advertisment

ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ। ଅଣସର ଗୃହରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ରୂପା ଥାଳିରେ ନେଇ ଦଇତାପତି ସେବକ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ଦେବେ। ଗତକାଲି ବିଳମ୍ବିତ ରାତିରେ ଏକାଦଶୀ ତିଥିରେ ଦଶମୂଳ ମୋଦକ ଦିଆଯାଇଥିଲା। ଖଳି ଲାଗି ନୀତି ମଧ୍ୟରାତ୍ରରେ ଅନୁଷ୍ଠିତ ହୋଇଥିଲା।  

ଶ୍ରୀଜିଉଙ୍କ ବର୍ଷକର ସବୁଠାରୁ ବଡ ଚନ୍ଦନ ସର୍ବାଙ୍ଗ। ଏହି ସର୍ବାଙ୍ଗ ପାଇଁ ଘଟୁଆରି ସେବକ ବହୁ ପୂର୍ବରୁ ଆଠରୁ ଦଶ ସେର ଚନ୍ଦନ ଘୋରି ମହଜୁଦ ରଖିଥିଲେ । ଯାହାକୁ ଦଇତା ଓ ପତିମହାପାତ୍ର ଶ୍ରୀଜିଉଙ୍କ ସମ୍ପୂର୍ଣ୍ଣ ଶ୍ରୀଅଙ୍ଗରେ ଲାଗି କରିଥିଲେ। ଏହି ଚନ୍ଦନରେ କସ୍ତୁରୀ,କେଶର,କର୍ପୁର ଆଦି ମିଶ୍ରଣ କରାଯାଇଥିଲା। ଏହି ଚନ୍ଦନ ସର୍ବାଙ୍ଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏକ ବର୍ଷ ରହିଥାଏ। ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ ସହ ଦଶମୂଳ ଲାଗି ପରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ପ୍ରିୟ ତୁଳସୀ, ଗୀତଗୋବିନ୍ଦ ପାଟ ପରିଧାନ କରିଛନ୍ତି।

Advertisment

ସେପଟେ ତିନି ରଥର ଚାରୋଟି ଲେଖାଏ 'ଦୁଆର ବେଢ଼ା’ ରଥ ଚାରି ପାର୍ଶ୍ୱରେ ଲାଗିଛି ।  ତିନି ରଥର ପ୍ରଥମ ଭୂଇଁ ଉପରେ ‘କନକ ମୁଣ୍ଡି' ସଂସ୍ଥାପନ କରାଯାଇଥିଲା। ତିନି ରଥରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ତିନି ରଥର ପ୍ରଭାରେ ରାହୁ ରୂପ, ମଗର ମୁଖ ଏବଂ ଡାଳି ଲତା ଖୋଦେଇ କାର୍ଯ୍ୟ କରୁଛନ୍ତି। ତିନିରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ