Man litting rocket by cigarette
ଦୀପାବଳିକୁ ନେଇ ସାରା ଦେଶ ଏବେ ଉତ୍ସବମୁଖର। ସହର ବଜାର ଏବେ ରଙ୍ଗ ରରଙ୍ଗ ଆଲୋକ ଓ ଦୀପରେ ସୁସଜ୍ଜିତ। କେହି କେହି ଘର ସାମ୍ନାକୁ ସଫାସୁତୁରା କରି ରଙ୍ଗୋଲିରେ ସଜ୍ଜେଇଛନ୍ତି ତ ଆଉ କେହି ଫୁଲରେ। ଏହି ପର୍ବକୁ ଅଧିକ ସ୍ୱତନ୍ତ୍ର କରିଦେଉଛି ଆତସବାଜି। ଏହି ସମ୍ବନ୍ଧୀୟ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କିଛି ଲୋକ ଏହି ପର୍ବରେ କୋଳାହଳକୁ ପସନ୍ଦ କରୁ ନଥିବା ବେଳେ ଆଉ କେହି ବିନା ଆତସବାଜିରେ ରହି ପାରନ୍ତି ନାହିଁ। ଦୀପାବଳିରେ ଏଭଳି ଏକ ରୋଚକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରକେଟ୍ ଛାଡିବା ପାଇଁ ଭିନ୍ନ ଧରଣର ଉପାୟକୁ ଆପଣେଇ ନେଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଡରିଯିବେ। ଏହି ଭିଡିଓକୁ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ହାତରେ ଏକାଧିକ ରକେଟ୍ ବାଣ ଧରି ପାଟିରେ ସିଗାରେଟ୍ ଧରିଥିବାର ନଜର ଆସିଛନ୍ତି। ସେ ପାଟିରେ ଧରିଥିବା ସିଗାରେଟ୍ରେ ରକେଟ୍ ଲଗେଇ ଗୋଟିଏ ପରେ ଗୋଟିଏ ରକେଟ୍ ଛାଡି ଚାଲିଛନ୍ତି।
ଏହି ଜୁଗାଡ୍ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବୃଦ୍ଧ ବ୍ୟକ୍ତି ଯେପରି ସିଗାରେଟ୍ ଲଗେଇ ଗୋଟିଏ ପରେ ଗୋଟିଏ ରକେଟ୍ ଛାଡୁଛନ୍ତି, ଏହା ଅତ୍ୟନ୍ତ ବିପଜ୍ଜନକ।
ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟରରେ ଏହି ଭିଡିଓ ଶେୟାର କରି ମଜ୍ଜାଳିଆ ଭାବେ ଲେଖିଛନ୍ତି ଯେ ‘ନାସାର ପ୍ରତିଷ୍ଠାତା ନିଶ୍ଚିତ ଭାରତର ଥିଲେ’। ଏହି ଭିଡିଓ ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଭ୍ୟୁ ପାଇସାରିଥିବା ବେଳେ ୨୨ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି।
ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ୧୯ ସେକେଣ୍ଡର ଭିଡିଓକୁ କେହି କେହି ବିପଜ୍ଜନକ ବୋଲି କହୁଛନ୍ତି ତ ଆଉ କେହି ଏହାକୁ ଖୁବ ଉପଭୋଗ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666534154.jpg)