Advertisment

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।

Maha Saptami rituals begin across Odisha

Maha Saptami rituals begin across Odisha

Advertisment

ମା’ଙ୍କ ଆଗମନ ପରେ ଉତ୍ସବମୁଖର ପୁରପଲ୍ଲୀ। ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବର ପରିବେଶ। ଆଜି ମଣ୍ଡପରେ ମା’ଙ୍କର ମହାସପ୍ତମୀ ପୂଜା। ଗତକାଲି ସନ୍ଧ୍ୟାରେ ବିଲ୍ୱବରଣ ପରେ ମା’ଙ୍କର ଚକ୍ଷୁ ଦାନ ଓ ନବପତ୍ରିକା ପ୍ରବେଶ ହୋଇଇ।

Advertisment

ମହାସପ୍ତମୀ ପୂଜା ଲାଗି ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। କଟକରେ ସୁନା, ଚାନ୍ଦି ମେଢ଼ରେ ଝଲସୁଛନ୍ତି ଦେବୀ ଦୁର୍ଗା। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହର। ମଣ୍ଡପରେ ଆଜି ମହାସପ୍ତମୀ ପୂଜା ହେଉଥିବା ବେଳେ ପୀଠରେ ଆଜି ମା’ଙ୍କର ମହାଷ୍ଟମୀ ପୂଜା। ୨ ବର୍ଷ ପରେ ଜାକଜମକରେ ମା’ଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଦେଖିବାକୁ ମିଳିଛି ଉତ୍ସାହ।

ପୂଜାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଶହେରୁ ଅଧିକ ସିନିୟର ଅଫିସର ଏହାର ତଦାରଖ କରୁଛନ୍ତି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଖାଲି କଟକ ନୁହେଁ ରାଜଧାନୀ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ରାଉରକେଲାର ପ୍ରମୁଖ ପୂଜାମଣ୍ଡପ ଗୁଡ଼ିକରେ ମଧ୍ୟ ବ୍ୟାପକ ଆୟୋଜନ ହୋଇଛି। 

Advertisment
Dussehra Durga Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ