Advertisment

ମଣ୍ଡପରେ ଆଜି ମାଆଙ୍କ ମହାସପ୍ତମୀ ପୂଜା,ଘଟ ସ୍ଥାପନ ସହ ଆରମ୍ଭ ହେବ ପୂଜାର୍ଚ୍ଚନା

ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ ।

ଅଦ୍ୟତନ ହୋଇଛି
Durga Puja

Durga Puja

Advertisment

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା । ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ । ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି। ବିଶ୍ୱାସ ରହିଛି ବେଲବୃକ୍ଷରେ ମା ବାସ କରନ୍ତି।

Advertisment

ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ମହାଷଷ୍ଠୀରେ ବେଲବୃକ୍ଷରୁ ଆଜ୍ଞାମାଲ ଆଣି ମାଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ କଳ୍ପାରମ୍ଭ, ଅଧିବାସ ସମ୍ପନ ହୋଇଛି । ଦୁର୍ଗାପୂଜା ପାଇଁ ଐତିହ୍ୟ ସହର କଟକରେ ଉତ୍ସବର ପରିବେଶ। ସୁନାଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ। ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ସାଜସଜା କରାଯାଇଛି। ...

ସୁଦର୍ଶନ ପଟ୍ଟନାୟକଙ୍କ ଶାରଦୀୟ ଶୁଭେଛା

ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ପ୍ରତ୍ୟେକ ପୂଜା ମଣ୍ଡପ ଚଳଚଞ୍ଚଳ। ଏହି ପବିତ୍ର ଦିବସରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଶାରଦୀୟ ଶୁଭେଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ୨ ହଜାର ଦୀପରେ ମା’ଙ୍କ କଳାକୃତି ନିର୍ମାଣ କରି ଗଗନୟାନର ମଧ୍ୟ ସଫଳତା କାମନା କରିଛନ୍ତି ସୁଦର୍ଶନ।

Advertisment

ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟି ତିଆରି ପାଇଁ ୩ ଘଣ୍ଟା ସମୟ ଲାଗିଥିଲା । ଦେବୀ ଦୁର୍ଗାଙ୍କ ମୁଖମଣ୍ଡଳକୁ ବାଲୁକା ଚିତ୍ରକଳାରେ କରାଯାଇ ଥିବାବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଛି। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ