Advertisment

ଗୁମ୍ଫାରେ ପୂଜା ପାଉଛନ୍ତି ମାଆ ନାଗେଶ୍ୱରୀ,ଏଠି ପୂରଣ ହୁଏ ଭକ୍ତର ସମସ୍ତ ମନସ୍କାମନା

ଆଦିବାସୀ ଲୋକଙ୍କ ପୂଜାପର୍ବ ବେଶ ନିଆରା । ନୂଆ ଢଙ୍ଗରେ ଆଉ ଭିନ୍ନ ଭିନ୍ନ ଉପାୟରେ ପାଳନ ହେଉଛି ଅନେକ ପର୍ବପର୍ବାଣୀ । କେଉଁଠି ଗୁମ୍ଫା ମଧ୍ୟରେ ନୃତ୍ୟ ପରିବେଷଣ କରି ପୂଜା କରାଯାଉଛି ତ ଆଉ କେଉଁଠି ଜେସିବିରେ ଚଢି ପୌରାଣିକ ଶୈଳୀରେ ପୂଜା କରାଯାଉଛି ।

ଅଦ୍ୟତନ ହୋଇଛି
Maa Nageshwari

Maa Nageshwari

Advertisment

ଭକ୍ତିରେ ଝୁମୁଛନ୍ତି ଶ୍ରଦ୍ଧାଳୁ । ଘଣ୍ଟ, ଘଣ୍ଟି ମୃଦୁଙ୍ଗରେ କମ୍ପି ଉଠୁଛି ପୁରା ପରିବେଶ। ପାହାଡ଼ ଗୁମ୍ଫାରେ ବର୍ଷ ବର୍ଷ ଧରି ପୂଜା ପାଉଛନ୍ତି ମାଆ ନାଗେଶ୍ୱରୀ। ଚୈତ୍ର ମାସ ଶେଷ ସପ୍ତାହରେ ବେଶ ଧୁମଧାମରେ ଏଠାରେ ଗୁମ୍ଫା ଯାତ୍ରା ପାଳନ କରାଯାଉଛି। ବାଲଡ଼ା ପାହାଡ଼ରେ ମାଆ ନାଗେଶ୍ୱରୀ ପୂଜା ପାଉଥିବାରୁ ଏହାକୁ ଗୁମ୍ଫା ଯାତ୍ରା ଭାବେ ପାଳନ କରାଯାଏ।

Advertisment

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡା ଗାଁରେ ଏଥିପାଇଁ ଗଳିକନ୍ଦିରେ ଉତ୍ସବର ଆସର। ମାଆ ନାଗେଶ୍ୱରୀଙ୍କଠାରେ ମାନସିକ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।

ନୂଆ ଢଙ୍ଗରେ ନାଟକ ପରିବେଷଣ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି କଳାକାର । ଜେସିବି ଏବଂ ଟ୍ରକ୍ ଉପରେ ଚଢି ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି କଳାକାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କେ.ନୁଆଁଗାଁ ଦାଉଣି ଗାଁରେ ପାଳନ ହୋଇଛି ଠାକୁରାଣୀ ଯାତ୍ରା । ୫ ଦିନ ଧରି ବିଭିନ୍ନ ସାଂସ୍କୃତିକ ଓ ପୌରାଣିକ ନାଟକ ପରିବେଷଣ କରି ଯାତ୍ରା ଉତ୍ସବ ପାଳନ ହୋଇଛି ।

Advertisment

ଏପଟେ ଭଦ୍ରକରେ ୩୦ ବର୍ଷର ପରମ୍ପରାକୁ ବଜାୟ ରଖି କୈବର୍ତ୍ତ ପରିବାର ଘୋଡ଼ା ପୂଜା କରିଛନ୍ତି। ଚାନ୍ଦବାଲୀ ଚଡଦିଆ ଗାଁରେ ୧୫୦ରୁ ଅଧିକ କୈବର୍ତ୍ତ ପରିବାରର ମହିଳା ଏହି ପୂଜାରେ ସାମିଲ ହୋଇଥିଲେ। ଏଠାରେ ଇଷ୍ଟ ଦେବୀ ଭାବେ ଘୋଡ଼ାକୁ ପୂଜା କରାଯାଇଥାଏ। କୈବର୍ତ୍ତ ପରିବାର ନିଜ ଇଷ୍ଟ ଦେବୀଙ୍କୁ ପୂଜା କରିବା ପରେ ମାଛ ମାରିବା ପରମ୍ପରା ରହିଛି।

Koraput Chaiti Parba Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ