Advertisment

କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ: ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କେଉଁ ସମୟରେ ଲାଗିବ ଗ୍ରହଣ...

ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ ।

ଅଦ୍ୟତନ ହୋଇଛି
Lunar Eclipse on Kumar Purnima

Lunar Eclipse on Kumar Purnima

Advertisment

ଆସନ୍ତାକାଲି କୁମାର ପୂର୍ଣ୍ଣିମା । ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ର ଗ୍ରହଣ ବି ଲାଗୁଛି । ତେଣୁ କୁମାର ପୂର୍ଣ୍ଣିମାରେ ହେବାକୁ ଥବା ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି ।

Advertisment

ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ । ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ରେ ଶେଷ ହେବ । ଚନ୍ଦ୍ର ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ରହିବ ।

ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର ପୂର୍ବ ଉତ୍ତର ଆମେରିକାରେ ଦୃଶ୍ୟମାନ ହେବ। ଆସନ୍ତାକାଲି ରାତିରେ ଲାଗୁଥିବା ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରରେ ଦୃଶ୍ୟମାନ ହେବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ । 

Advertisment

ସେପଟେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମା’ ସମଲେଇଙ୍କ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଧ୍ୱଜାରୋହଣ ଓ ନୀତିକାନ୍ତି ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରତିବର୍ଷ ରାତି ସମୟରେ ଧ୍ୱଜାରୋହଣ ଅର୍ଥାତ୍‌ ମନ୍ଦିର ଚୁଡ଼ାରେ ଲାଗିଥିବା ପୁରୁଣା ପତାକାକୁ ଅପସାରଣ କରି ନୂଆ ପତାକା ଲଗାଯାଇଥାଏ ।

କିନ୍ତୁ ଏଥର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ପରିବର୍ତ୍ତିତ ସମୟ ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ସକାଳ ୬ଟାରୁ ସକାଳ ୧୧ଟା ୪୫ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ୧୧ଟା ୪୫ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

Advertisment

ସେହି ସମୟ ମଧ୍ୟରେ ମା' ଙ୍କର ଅନ୍ନଭୋଗ, ଶ୍ରୀଙ୍ଗାର ଓ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ । ଏଥିସହ ଧ୍ୱଜାରୋହଣ କରାଯାଇ ମହାଦୀପ ଉଠିବ । ପୁଣି ୨ଟାରୁ ୩ଟା ୧୫ ଯାଏ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତା' ପରେ ଚନ୍ଦ୍ର ଗ୍ରହଣ ପାଇଁ  ୩ଟା ୧୫ରୁ ମନ୍ଦିର ବନ୍ଦ ରହିବ। 

Lunar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ