Advertisment

ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ... ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼...

ରାତି ୧ଟା ୪୪ ମିନିଟରୁ ଲାଗିବ ଗ୍ରହଣ....ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି...

 Lunar Eclipse

Lunar Eclipse

Advertisment

ଆଜି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ରାତି ୧ଟା ୪୪ମି. ୦୩ ସେକେଣ୍ଡରେ ମଧ୍ୟାନ୍ତର ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ । ଗ୍ରହଣର ଅବଧି ରହିବ ମୋଟ୍୧ ଘଣ୍ଟା ୧୯ ମିନିଟ୍। ତେଣୁ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି ।

Advertisment

ଅପରାହ୍ନ ୪ଟା ୦୫ ରୁ ହାଣ୍ଡିଛାଡ଼ ଥିବା ବେଳେ ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ । କିନ୍ତୁ ରୋଗୀ, ବୃଦ୍ଧ, ଶିଶୁମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ। ଗ୍ରହଣ ସର୍ବମୋକ୍ଷ ପରେ ରାତି ୨ଟା ୨୪ ମିନିଟ୍ ପରେ ସ୍ନାନାଦି କର୍ମ ସାରି ପୁଣି ପୂଜାନୀତି ଓ ରୋଷେଇ କରିହେବ। ଏଥର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଦର୍ଶନ ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଲୋକଙ୍କ ପାଇଁ ଶୁଭଙ୍କର ।..

Advertisment

ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର ପୂର୍ବ ଉତ୍ତର ଆମେରିକାରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରିରେ ଦେଖାଯିବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ।

ସେପଟେ ଚନ୍ଦ୍ରଗ୍ରହଣ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ଆଜି ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ରତ୍ନ ସିଂହାସନରେ ବିଜେ କରିବେ। ଯାହା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ସମୟ ଦିନ ୪ଟା ୪ମିନିଟ୍ ୫୫ ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ