Advertisment

ନୀଳାଦ୍ରି ବିଜେ ପରେ ବି ହୋଇନି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର, ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଖୋଲାଖୋଲି ଅଣଦେଖା

ନକଲି ସାମଗ୍ରୀ ଦିଆଯାଉଥିବା ଦତ୍ତମହାପାତ୍ର ସେବକଙ୍କ ଅଭିଯୋଗ । କାଲି ବନଲାଗି ହେବ କହି ପ୍ରସଙ୍ଗ ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ।

ଅଦ୍ୟତନ ହୋଇଛି
undefined

Banakalagi’ rituals

Advertisment

ନୀଳାଦ୍ରି ବିଜେକୁ ୧୭ ଦିନ ବିତିଲାଣି । ହେଲେ ତା ପରଠୁ ଆଉ ହୋଇନି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର। ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଅଣଦେଖା କରାଯାଇ ଏହି ନୀତିକୁ ଉପେକ୍ଷା କରାଯାଉଥିବା ଓ ନକଲି ସାମଗ୍ରୀ ଯୋଗାଇ ଦିଆଯାଉଥିବା ନେଇ ଏହି ସେବାରେ ନିୟୋଜିତ ଦତ୍ତ ମହାପାତ୍ର ସେବାୟତ ସଂଗୀନ ଅଭିଯୋଗ ଆଣିଥିବାବେଳେ ଏସବୁ ପ୍ରସଙ୍ଗକୁ କିନ୍ତୁ ଏଡ଼ାଇ ଯାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କେବଳ ଏତିକି କହିଛନ୍ତି- ଆସନ୍ତାକାଲି ହେବ ଠାକୁରଙ୍କ ବନକଲାଗି ନୀତି।...

Advertisment

ବନକଲାଗି ନୀତି ପାଇଁ ଆଉ ମିଳୁନି ସୁଗନ୍ଧ କସ୍ତୁରୀ। ବଜାରରେ ମିଳୁଥିବା ରଙ୍ଗମିଶା ନକଲି ପଦାର୍ଥକୁ କୁଆଡ଼େ ମହାପ୍ରଭୁଙ୍କ ସେବାରେ ବ୍ୟବହାର କରାଯାଉଥିବା ରୋକଠୋକ୍ ଅଭିଯୋଗ ଆଣିଛନ୍ତି ସେବାରେ ନିୟୋଜିତ ସେବକ। ଏପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ ପରଠୁ ଦୀର୍ଘ ୧୭ ଦିନ ହେଲାଣି ଆଜି ଯାଏଁ ଥରୁଟିଏ ବି ହୋଇପାରିନି ମହାପ୍ରଭୁଙ୍କ ଶ୍ରୀମୁଖ ଶିଂଗାର । ଯେଉଁଠି ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ମାସକୁ ୪ଥର ଶ୍ରୀମୁଖ ଶିଂଗାର ହେବା କଥା। ସେଥିରେ ଘୋର ବ୍ୟତିକ୍ରମ ପାଇଁ କ୍ଷୁବ୍ଧ ହୋଇଛନ୍ତି ଦତ୍ତମହାପାତ୍ର ସେବକ । କେଉଁ ବାରରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ ତାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିବା ବେଳେ ଆଜି ଏହାର ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

ସୂଚନା ଅନୁସାରେ ପୂର୍ବଭଳି ଆସନ୍ତା କାଲି ଅର୍ଥାତ ବୁଧବାର ହିଁ ଶ୍ରୀମୁଖ ଶିଂଗାର ନୀତି ସମ୍ପନ୍ନ ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ଦତ୍ତମହାପାତ୍ର ସେବକ ବୁଧବାର ବଦଳରେ ସୋମବାର ଓ ଗୁରୁବାର ଏହି ନୀତି କରିବାକୁ ଜିଦ୍ ଧରିଥିଲେ ବି ନିଷ୍ପତ୍ତି ସେଇ ବୁଧବାରରେ ଅଟକି ଥିବା ଜଣାପଡ଼ିଛି। ଅନ୍ୟପଟେ ବରିଷ୍ଠସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ବୁଧବାର ମା ଲକ୍ଷ୍ମୀ, ସରସ୍ୱତୀ ଓ ମଦନ ମୋହନଙ୍କ
ମାଜଣା ଥିବାରୁ ସେଦିନ ବନକ ଲାଗି ନୀତି ରଖିଲେ ଏଥିରେ ଘୋର ବିଳମ୍ବ ହେବ।

Advertisment

ଭକ୍ତଙ୍କ ମୁଖ୍ୟ ଆକର୍ଷଣ ମହାପ୍ରଭୁଙ୍କ ଶ୍ରୀମୁଖ। ତେଣୁ ଏହାକୁ ସବୁବେଳେ ଆକର୍ଷଣୀୟ ରଖିବାକୁ କରାଯାଏ ବନକଲାଗି। ଯେଉଁଥିରେ ଧଳା, କଳା, ନାଲି ଓ ହଳଦିଆ ପ୍ରାକୃତିକ ରଙ୍ଗ ସହ ସୁଗନ୍ଧ କସ୍ତୁରୀ, ହେଙ୍ଗୁଳ, ହରିତାଳ ଓ କେଶର ଆଦି ସାମଗ୍ରୀ ଦରକାର। କିନ୍ତୁ ଏବେ ଏହି ପ୍ରାକୃତିକ ପ୍ରସାଧନ ମିଳିବାରେ ଅସୁବିଧା ଉପୁଜିଲାଣି । ତେବେ ବନକଲାଗି ନୀତିରେ ବିଭ୍ରାଟ ଓ ନକଲି ସାମଗ୍ରୀ ବ୍ୟବହାର ଅଭିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁହଁ ଖୋଲୁନଥିବାବେଳେ କେବଳ ଆସନ୍ତାକାଲି ହିଁ ମହାପ୍ରଭୁଙ୍କ ଶ୍ରୀମୁଖ ଶିଂଗାର ନୀତି ଅନୁଷ୍ଠିତ ହେବ କହି ପୁରା ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।... 

Banakalagi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ