Advertisment

କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ....ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସୂଚନା...ଭକ୍ତମାନେ ଚାହିଁଲେ ଆଜି ରାତିରେ ଆସି ଦର୍ଶନ କରିପାରିବେ....

ଅଦ୍ୟତନ ହୋଇଛି
 Kartika Purnima

Kartika Purnima

Advertisment

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି । ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସେନେଇ ସବୁ ନିଯୋଗ ସହ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ବଡ଼ ଖବର ହେଉଛି, ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ତେଣୁ ଯେଉଁ ଭକ୍ତମାନେ ଚାହିଁବେ ରାତିରେ ଆସି ଦର୍ଶନ କରିପାରିବେ । ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ପଡିଲେ ଶ୍ରୀଜିଉଙ୍କ ପହଡ଼ ବନ୍ଦ କରାଯିବ ନଚେତ୍ ପ୍ରତୀକାତ୍ମକ ପହଡ଼ କରାଯିବ।

ସେହିପରି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ । ବାହାର କାଠରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ ହେବେ। ବେଳାଭୂମିରେ ମଧ୍ୟ ପୋଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

Advertisment
Kartika Purnima Srimandir Suna Besha Puri Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ