ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳନ । ହନୁମାନଙ୍କୁ ଏକ ଲକ୍ଷ ରାମନାମ ଲେଖାଥିବା ବେଲପତ୍ର ଅର୍ପଣ କରାଯାଇଛି । ବେଲପତ୍ର ଉପରେ ହନୁମାନ ସିନ୍ଦୁରରେ ତୁଳସୀ କାଠି ସାହାଯ୍ୟରେ ଲେଖାଯାଇଛି ରାମନାମ । ୧୦୮ ଥର ଗାୟତ୍ରୀ ପାଠ ଓ ୨୧ଥର ହନୁମାନ ଚାଳିଶା ଭକ୍ତମାନେ ପାଠ ବି କରିଛନ୍ତି ।
ହନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଛି କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାରରୁ ସଂଗ୍ରହ କରାଯାଇଛି । ସେହିଭଳି ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲେଖାଥିବା ରାମନାମ ପତ୍ରିକା ଆସିଛି । ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ । ହନୁମାନ ଜୟନ୍ତୀ ଅବସରରେ ଆଶ୍ରମରେ ୮୮୦ କୋଟି ଗଚ୍ଛିତ ନାମ ପତ୍ରିକା ବି ପୂଜା ହୋଇଛି ।
Also Read
ଅଧିକ ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ
ମଧ୍ୟପ୍ରଦେଶର ସତାନାର ମାନସଂଘ ସ୍ଥିତ ରାମବନରେ ତିଆରି ହୋଇଛି ମନ୍ଦିର । ସେହିଭଳି କୋଲକାତାରେ ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ନାମ ପତ୍ରିକା ପୂଜା ପାଉଛି । ନେପାଳ ପଶୁପତିଙ୍କ ନିକଟରେ ଅଛି ନାମ ପତ୍ରିକା ସ୍ତୁପ । ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମ ପତ୍ରିକା ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ ନାମ ପତ୍ରିକା ସଂଗୃହିତ ହୋଇଛି ।
ବେଲପତ୍ର ଉପରେ ରାମନାମ ଲେଖି ହନୁମାନଙ୍କୁ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ଏଥିସହ ୧୦୮ ଥର ଗାୟତ୍ରୀ ସହ ୨୧ ଥର ହନୁମାନ ଚାଳିଶା ପାଠ କରି ଭକ୍ତମାନେ ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳନ କରିଛନ୍ତି । ଏକ କୋଟି ରୁଦ୍ରାକ୍ଷରେ ବିଗ୍ରହ ସ୍ଥାପନ ଓ ରାମ ନାମ ଜପରେ ପ୍ରକମ୍ପିତ ହୋଇଥିଲା ପରିବେଶ ।