Advertisment

ଏଥର ବି ଜୋରଦାର ହେବ ଛେନାପୋଡ଼ ଦିବସ; ଏଯାଏଁ ମିଳିନି GI ଟ୍ୟାଗ୍‌

ନୟାଗଡ଼ରୁ ସୃଷ୍ଟ ଏହି ଛେନାପୋଡ଼କୁ ଏବେ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ। ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ। ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି।

ଅଦ୍ୟତନ ହୋଇଛି
GI tag demand for Chhena Poda

Chenapoda Divas

Advertisment

ଛେନାପୋଡ଼କୁ ନେଇ ଏବେ ପୁଣି ଚର୍ଚ୍ଚା l ଗତବର୍ଷ ଠାରୁ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ ସରକାରୀ ଏବଂ ବେସରକାରୀ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ। ଏପଟେ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଗତବର୍ଷ ଠାରୁ ଆବେଦନ କରିଛି ନୟାଗଡ଼ ଜିଲ୍ଲା ପ୍ରଶାସନ।

Advertisment

ଛେନାପୋଡ଼, ଦେଖିଦେଲେ ଓ ଭାବିଦେଲେ ପାଟିରୁ ଗଡିଆସେ ଲାଳ। ଲୁତୁପୁତୁରେ ଭରା ଛେନାପୋଡ଼ କାହାର ବା ପସନ୍ଦ ନୁହେଁ। ପିଲାଠୁ ବୁଢ଼ା, ମେହନତି ମଣିଷଠୁ ଆରମ୍ଭ କରି ସେଲିବ୍ରିଟି,ସଭିଁଙ୍କ ଖାସ ମିଠା ଛେନାପୋଡ଼। ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା। ଏହି ସୁସ୍ୱାଦୁ ବ୍ୟଞ୍ଜନ ଯୁକ୍ତ ଛେନାପୋଡ଼କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ନୟାଗଡ଼ରୁ ସୃଷ୍ଟ ଏହି ଛେନାପୋଡ଼କୁ ଏବେ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ। ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ। ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି। ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏପ୍ରିଲ ୧୧ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ୨୦୨୨ ମସିହାରୁ ଆରମ୍ଭ ହୋଇଛି ଉଦ୍ୟମ। ଆଉ ଏହା ପରେ ଏବେ ଚାରିଆଡେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଆସୁଛି।

Advertisment

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼। ଭାଗମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳି ଯାଏ। ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି। ନୟାଗଡ଼ ସହର ସମେତ ମାଛିପଡ଼ା ଆଦି ସ୍ଥାନରେ ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ତିଆରି କରାଯାଉଛି।

ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼। ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ ସହରର ସ୍ୱର୍ଗତ ସୁଦର୍ଶନ ସାହୁ ଏହି ସୁଆଦିଆ ଛେନାପୋଡ଼ର ସ୍ରଷ୍ଟା। ନୟାଗଡ଼ କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଂଚାଇବାକୁ ଉଦ୍ୟମ କରିଥିଲେ। ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡ଼ପିଠା ପ୍ରସ୍ତୁତ କରିଥିଲେ। ଏହି ପୋଡ଼ ସେତେବେଳେ ଏକ ନିଆରା ସ୍ୱାଦ ଦେବା ସହ ସେବେ ଠାରୁ ଛେନାପୋଡ଼ ଭାବରେ ପରିଚିତ ହୋଇଆସୁଛି। ବଳକା ଛେନାରୁ ଆଜି ବିଶ୍ୱ ଛେନାପୋଡ଼ ଦିବସ। ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି।

Advertisment

ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି। ନୟାଗଡ଼ ଏବଂ ସର୍ବୋପରି ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଉଦ୍ୟମରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ମଧ୍ୟ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ MSME ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ଏବେ ସମସ୍ତଙ୍କ ଅପେକ୍ଷା କେବେ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବ।

ପ୍ରତିବର୍ଷ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରୁଛନ୍ତି ସଭିଁଏ। ଏପଟେ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ଅପେକ୍ଷାରେ ପ୍ରତିଟି ଛେନାପୋଡ଼ ପ୍ରେମୀ।

GI Tag Chenapoda Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ