Advertisment

କେବେ ଲାଗିବ ଦ୍ୱିତୀୟ ସୂର୍ଯ୍ୟ ପରାଗ ? ମାନନ୍ତୁ ଏହିସବୁ ଜିନିଷ...

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।

Know when next solar eclipse in this year

Know when next solar eclipse in this year

Advertisment

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ(Solar Eclipse) ଏପ୍ରିଲ ୨୦ରେ ଲାଗିଥିବା ବେଳେ ଏବର୍ଷର ଶେଷ ତଥା ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବାକୁ ଯାଉଛି। ଏହି ପରାଗ କଙ୍କଣାକୃତି ସୂର୍ଯ୍ୟ ପରାଗ ହେବ। ଯାହା ଅଶ୍ୱିନ ମାସର ଅମାବାସ୍ୟା ଦିନ ଲାଗିବ। ଚଳିତ ବର୍ଷ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ରହିଛି। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଲାଗି ସାରିଛି।  ମେ’ ୫ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିଥିଲା। 

Advertisment

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪, ଶନିବାର ଦିନ ଲାଗିବ। ଏହି ସୂର୍ଯ୍ୟ ପରାଗ ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ, କାନାଡା, ଗ୍ୱାଟେମାଲା, ଆର୍ଜେଣ୍ଟିନା, କଲମ୍ବିଆ, ମେକ୍ସିକୋ, କ୍ୟୁବା, ବାର୍‌ବାଡୋସ୍, ଆଣ୍ଟିଗୁଆ, ବ୍ରାଜିଲ, ପାରାଗୁଏ, ପେରୁ, ଭେନେଜୁଏଲା, ଆମେରିକା, ଚିଲି, ଡୋମିନିକା, ବହାମାସ୍‌, ନିକାରାଗୁଆରେ ଇତ୍ୟାଦି ସ୍ଥାନରେ ଦୃଶ୍ୟମାନ ହେବ।

ସୂର୍ଯ୍ୟପରାଗ ସମୟରେ ଭୁଲ୍‌ରେ ଏହିସବୁ କାମ କରନ୍ତୁ ନାହିଁ...

  • ଖାଦ୍ୟ ଖାଆନ୍ତୁ ନାହିଁ- ଗ୍ରହଣ ସମୟରେ କୌଣସି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି ସମୟରେ ରନ୍ଧା ଖାଦ୍ୟ ଖାଇବା ନିଷେଧ। 
  • କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ- ବିଶ୍ୱାସ ରହିଛି ଯେ, ଗ୍ରହଣ ସମୟରେ ନକାରାତ୍ମକ ପ୍ରଭାବ ଅଧିକ ଥାଏ। ତେଣୁ ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍‌ ନୁହେଁ। ଏହାଛଡ଼ା ଗ୍ରହଣ ସମୟରେ ନଖ କାଟିବା ଉଚିତ୍‌ ନୁହେଁ
  • ଗର୍ଭବତୀ ମହିଳା କରନ୍ତୁନି ଏହି କାମ- ଗ୍ରହଣ ସମୟରେ ଗର୍ଭବତୀ ମହିଳା କୌଣସି ଧାରୁଆ କିମ୍ବା ତୀକ୍ଷ୍ଣ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏହାସହ କୌଣସି କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ। ଗ୍ରହଣ ସମୟରେ ଘର ଭିତରେ ରୁହନ୍ତୁ। ବିଶ୍ୱାସ ରହିଛି, ଯଦି ଏସବୁ ନମାନନ୍ତି ତା’ହେଲେ ଜନ୍ମିତ ଶିଶୁ ଉପରେ ପ୍ରଭାବ ପଡ଼ିପାରେ। 
  • ପୂଜାପାଠ କରନ୍ତୁ ନାହିଁ-  ଗ୍ରହଣ ସମୟରେ ଘର ଓ ମନ୍ଦିରରେ ଦେବାଦେବୀଙ୍କ ପ୍ରତିମାକୁ ଆଚ୍ଛାଦିତ କରି ରଖନ୍ତୁ। ଏହି ସମୟରେ ଆଦୌ ପୂଜାପାଠ କରନ୍ତୁ ନାହିଁ।
Advertisment
Solar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ