Advertisment

Christmas Day 2022: ଖ୍ରୀଷ୍ଟମାସରେ କେକ୍, ଘଣ୍ଟି, ମହମବତୀ, ମୋଜାର କ’ଣ ରହିଛି ମହତ୍ୱ

ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହିଦିନ କେକ୍, ଘଣ୍ଟି, ମହମବତୀ, ମୋଜା ଆଦିର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିନେବା ଏହି ଉତ୍ସବରେ ଏ ସବୁକୁ କାହିଁକି ବ୍ୟବହାର କରି ଘର ସଜ୍ଜାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Christmas day 2022

Christmas day 2022

ଖ୍ରୀଷ୍ଟମାସ ବା ବଡଦିନ ପ୍ରତିବର୍ଷ ଡିସେମ୍ବର ୨୫ରେ ପାଳନ କରାଯାଏ। ଏହି ଉତ୍ସବ ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବିଶେଷ ପର୍ବ ଭାବରେ ବିବେଚନା କରାଯାଏ। ଏହା ଖ୍ରୀଷ୍ଟିଆନ ଧର୍ମର ମୁଖ୍ୟ ପର୍ବ ହୋଇଥିଲେ ବି ଏହାକୁ ସମସ୍ତ ଧର୍ମର ଲୋକମାନେ ଏକାଠି ପାଳନ୍ତି କରନ୍ତି।

Advertisment

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯୀଶୁ ଖ୍ରୀଷ୍ଟ ଏହି ଦିନ ଜନ୍ମ ହୋଇଥିଲେ। ଏହି ଦିନ ଲୋକମାନେ ଖ୍ରୀଷ୍ଟମାସ୍‌ ଟ୍ରିକୁ ସଜାନ୍ତି, ପରସ୍ପରକୁ ଉପହାର ଦିଅନ୍ତି। ଖ୍ରୀଷ୍ଟମାସ ଦିନ କେକ୍, ଘଣ୍ଟି, ମହମବତୀ, ମୋଜା ସବୁର ମହତ୍ୱ ରହିଛି। ଖୁସିର ଏହି ପର୍ବରେ ଅନେକ ଅନନ୍ୟ ଏବଂ ଆକର୍ଷଣୀୟ ପରମ୍ପରା ମଧ୍ୟ ଅଛି।

ଘଣ୍ଟି:

ଏହି ପର୍ବରେ ଲୋକମାନେ ନିଜ ଘରେ ଖ୍ରୀଷ୍ଟମାସ ଟ୍ରିକୁ ବିଶେଷ ଭାବେ ସଜେଇଥାନ୍ତି। ଏଥିରେ ଘଣ୍ଟି ମଧ୍ୟ ସାମିଲ ଥାଏ। ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରାଯାଏ ଯେ ଘଣ୍ଟିରେ ଘରକୁ ସଜାଇଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ପରମ୍ପରା ଅନୁଯାୟୀ ଏହିଦିନ ଘଣ୍ଟି ବଜେଇ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ପାଳନ କରାଯାଏ।

Advertisment

କେକ୍:

ଯେପରି ହିନ୍ଦୁ ପର୍ବରେ ଲୋକମାନେ ପରସ୍ପରକୁ ମିଠା ବଣ୍ଟନ କରନ୍ତି, ସେହିପରି ଖ୍ରୀଷ୍ଟମାସ୍‌ରେ କେକ୍ ଖାଇବା ଏବଂ ବାଣ୍ଟିବାର ପରମ୍ପରା ଅଛି। ଏହିଦିନ ଲୋକମାନେ କେକ୍ ବାଣ୍ଟି ପରସ୍ପର ସହିତ ସେମାନଙ୍କର ଖୁସି ବାଣ୍ଟନ୍ତି। ଏହା ପଛରେ ଏକ ବିଶ୍ୱାସ ଅଛି ଯେ କେକ୍ ବାଣ୍ଟିବା ଏବଂ ଖାଇବା ଦ୍ୱାରା ମାନସିକ ଚାପ ଏବଂ ଉଦାସୀନତା ଦୂର ହୋଇଥାଏ।

ମୋଜା:

ଖ୍ରୀଷ୍ଟମାସ ଦିନ, ଘରେ ମୋଜାକୁ ଟାଙ୍ଗି ସାଜସଜ୍ଜା ମଧ୍ୟ କରାଯାଇଥାଏ। ଖ୍ରୀଷ୍ଟିଆନ ଧର୍ମରେ ଏହା ପଛରେ ଏକ କାହାଣୀ ଅଛି ଯେ ଜଣେ ବ୍ୟକ୍ତି ଟଙ୍କା ଅଭାବରୁ ନିଜର ତିନି ଝିଅଙ୍କୁ ବିବାହ କରିପାରୁ ନଥିଲେ। ସେ ତାଙ୍କର ତିନି ଝିଅଙ୍କୁ ବହୁତ କଷ୍ଟରେ ପ୍ରତିପୋଷଣ କରିଥିଲେ। ଝିଅମାନେ ବଡ ହେଲା ପରେ ସେମାନଙ୍କ ବିବାହ ପାଇଁ ଯେତେ ଚେଷ୍ଟା କରିଥିଲେ ବି ଟଙ୍କା ଯୋଗାଡ କରିପାରି ନଥିଲେ।

କିଛି ଦିନ ପରେ ଖ୍ରୀଷ୍ଟମାସ ପର୍ବ ଆସିଲା। ଏହିଦିନ ସେହି ବ୍ୟକ୍ତିଙ୍କ ତିନି ଝିଅ ସ୍ୱଚ୍ଛ ମନରେ ଭଗବାନଙ୍କୁ ପ୍ରାର୍ଥନା କଲେ ଏବଂ ଶୋଇବାକୁ ଗଲେ।

ସେଣ୍ଟ୍‌ ନିକୋଲାସ ତାଙ୍କୁ ସେହି ରାତିରେ ଅର୍ଥାତ୍ ଖ୍ରୀଷ୍ଟମାସ ଦିନ ସାହାଯ୍ୟ କରିଥିଲେ। ଡିସେମ୍ବର ୨୫ର ଶୀତ ରାତିରେ ସେ ଏକ ସୁନାରେ ଭର୍ତ୍ତି ବ୍ୟାଗ୍‌ ପକେଇଦେଲେ, ଯାହା ଘରେ ଝୁଲୁଥିବା ଏକ ମୋଜା ଭିତରେ ପଡିଲା। ପରଦିନ ସକାଳେ ଯେତେବେଳେ ସେହି ଝିଅମାନେ ଉଠିଲେ, ସେମାନଙ୍କ ଆଖି ସୁନା ବ୍ୟାଗ ଭର୍ତ୍ତି ଥଳିରେ ପଡିଲା। ଏହା ଦେଖି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ।

ଯେତେବେଳେ ସେମାନେ ସେହି ଥଳିକୁ ଏନି ତାଙ୍କ ବାପାଙ୍କୁ ଦେଲେ, ସେତେବେଳେ ତାଙ୍କର ସମସ୍ୟାର ସମାଧାନ ହୋଇଗଲା ଏବଂ ସେ ତାଙ୍କ ଝିଅମାନଙ୍କୁ ଖୁବ୍ ଧୂମ୍‌ଧାମ୍‌ରେ ବିବାହ କଲେ। ସେବେଠାରୁ ଖ୍ରୀଷ୍ଟମାସ ଦିବସ ଅବସରରେ ଘରେ ମୋଜା ଟାଙ୍ଗିବାର ପରମ୍ପରା ଆରମ୍ଭ ହୋଇଥିଲା। 

ମହମବତୀ:

ଯେପରି ହିନ୍ଦୁ ଧର୍ମରେ ଦେବଦେବୀଙ୍କ ଆରାଧନା ପାଇଁ ଦୀପ ଜାଳି ପୂଜା କରାଯାଏ, ସେହିଭଳି ଖ୍ରୀଷ୍ଟମାସରେ ମହମବତୀ ଜାଳି ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରାଯାଏ। ଏହା ପଛରେ ଥିବା ବିଶ୍ୱାସ ହେଉଛି ଯେ ମହମବତୀ ଦୁଃଖର ଅନ୍ଧକାରକୁ ଦୂର କରିଥାଏ ଏବଂ ସୁଖର ଆଲୋକ ଖେଳେଇଥାଏ। ରଙ୍ଗୀନ ମହମବତୀଗୁଡ଼ିକର ନିଜସ୍ୱ ମହତ୍ତ୍ୱ ମଧ୍ୟ ଅଛି। 

ଖ୍ରୀଷ୍ଟମାସ ଟ୍ରି:

ଖ୍ରୀଷ୍ଟମାସ ଟ୍ରି ପଛରେ ଥିବା ବିଶ୍ୱାସ ହେଉଛି ଏକ ସବୁଜ ଖ୍ରୀଷ୍ଟମାସ ଟ୍ରି ସମୃଦ୍ଧତା ଆଣିଥାଏ। ଏହା ସହିତ ଘରର ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯାଏ। ଡିସେମ୍ବର ୨୫ରେ, ବିଶ୍ୱାସ କରାଯାଏ ଯେ ଯୀଶୁ ଜନ୍ମର ଖୁସିରେ ସ୍ୱର୍ଗର ଦୂତମାନେ ଫର୍ନ ଗଛକୁ ଆଲୋକ, ଫୁଲ ଏବଂ ତାରାମାନଙ୍କ ଦ୍ୱାରା ସଜାଇ ଦେଇଥିଲେ। ସେହି ସ୍ମୃତିରେ, ଖ୍ରୀଷ୍ଟମାସ ଦିନ ଖ୍ରୀଷ୍ଟମାସ ଟ୍ରିକୁ ଧଳା ସୂତା, ଆଲୋକ, ଟଫି ଏବଂ ଛୋଟ ଛୋଟ ଉପହାରରେ ସଜାଯାଇଥାଏ।

ଖ୍ରୀଷ୍ଟମାସ ଟ୍ରିକୁ ଆଲୋକ ଏବଂ ଫିତା ଦ୍ୱାରା ସଜାଯାଏ। ଏଥି ସହିତ, କିଛି ଲୋକ ଖ୍ରୀଷ୍ଟମାସ ଗଛରେ ଘଣ୍ଟି ମଧ୍ୟ ବାନ୍ଧନ୍ତି। ଫେଙ୍ଗ୍ ଶୁଇ ଅନୁଯାୟୀ, ଯେତେବେଳେ ଘଣ୍ଟି ବାଜିବ, ଏଥିରୁ ବାହାରୁଥିବା ଶବ୍ଦ ସମଗ୍ର ଘରକୁ ନୂଆ ସକାରାତ୍ମକ ଶକ୍ତି ଆଣିଥାଏ।

Jesus Christ Christmas Day
Advertisment
Advertisment