Advertisment

ଗଜଲକ୍ଷ୍ମୀ ପୂଜା ସାଙ୍ଗକୁ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷର ସମୟ..

ଶନିବାର ଅପରାହ୍ନ ୪ଟା ୦୫ରୁ ହାଣ୍ଡିଛାଡ଼। ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ। କିନ୍ତୁ ରୋଗୀ, ବୃଦ୍ଧ, ଶିଶୁମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ।

ଅଦ୍ୟତନ ହୋଇଛି
undefined

Lunar Eclipse

Advertisment

କାଲି କୁମାର ପୂର୍ଣ୍ଣମୀ, ଗଜଲକ୍ଷ୍ମୀ ପୂଜା। ହେଲେ ଏଡେ ବଡ଼ ପର୍ବରେ ଦ୍ୱନ୍ଦ୍ୱ ପୁରାଇଛି ଚନ୍ଦ୍ର ଗ୍ରହଣ। କେତେଟା ବେଳଠୁ ହାଣ୍ଡି ଛାଡ଼ ହେବ ? ରାତି କେତେବେଳେ ଗ୍ରହଣ ଛାଡ଼ିବ ? ଏସବୁ ଜାଣିବାକୁ ବଢ଼ିଛି ଉତ୍କଣ୍ଠା। ଜ୍ୟୋତିର୍ବିଦ୍‌ଙ୍କ ମତରେ- ଶନିବାର ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ରାତି ୧ଟା ୪୪ମି.୦୩ ସେକେଣ୍ଡରେ ମଧ୍ୟାନ୍ତର ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ। ଗ୍ରହଣର ଅବଧି ରହିବ ମୋଟ୍ ୧ ଘଣ୍ଟା ୧୯ ମିନିଟ୍। ତେଣୁ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି। 

Advertisment

ଅର୍ଥାତ୍ ଶନିବାର ଅପରାହ୍ନ ୪ଟା ୦୫ରୁ ହାଣ୍ଡିଛାଡ଼। ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ। କିନ୍ତୁ ରୋଗୀ, ବୃଦ୍ଧ, ଶିଶୁମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ। ଗ୍ରହଣ ସର୍ବମୋକ୍ଷ ପରେ ରାତି ୨ଟା ୨୪ ମିନିଟ୍ ପରେ ସ୍ନାନାଦି କର୍ମ ସାରି ପୁଣି ପୂଜାନୀତି ଓ ରୋଷେଇ କରିହେବ। ଏଥର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଦର୍ଶନ ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଲୋକଙ୍କ ପାଇଁ ଶୁଭଙ୍କର।

ଯେହେତୁ କାଲି କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା, ତେଣୁ ସଭିଁଙ୍କ ମନରେ ଦ୍ୱନ୍ଦ୍ୱ, କେତେବେଳେ ହେବ ଲକ୍ଷ୍ମୀଙ୍କ ଅବାହନ ? କଣ ରହିଛି ଶ୍ରୀମନ୍ଦିରରେ ନୀତିକାନ୍ତି ? ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି- ଯେହେତୁ ମହାପ୍ରଭୁ ଜଗନ୍ନାଥ ନିଜେ ଗ୍ରହରୂପୀ ଜନାର୍ଦ୍ଦନ, ତେଣୁ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଠାକୁରମାନଙ୍କ ଗ୍ରହଣ ମହାସ୍ନାନ ହେବ ଓ ଖଇ-କୋରା ଭୋଗ ଲାଗି ହେବ। ଗ୍ରହଣ ମୋକ୍ଷ ପରେ ଅନ୍ୟ ନୀତି ଆଗକୁ ବଢ଼ିବ। ଯେହେତୁ ଗ୍ରହଣ ପାଇଁ ଅଶୁଭ କାଳ ରହିଛି, ତେଣୁ କୁମାରୀମାନେ ଅପରାହ୍ନ ୪ଟା ୦୫ ପୂର୍ବରୁ ଚନ୍ଦ୍ର ପୂଜା ଓ ବ୍ରତ ସାରିବାକୁ ପରାମର୍ଶ ଦିଆଯାଇଛି। ମୃଣ୍ମୟୀ ଗଜଲକ୍ଷ୍ମୀ ପ୍ରତିମାଙ୍କ ପୂଜା ପାଇଁ ମଣ୍ଡପ ମାନଙ୍କରେ ଅପରାହ୍ନ ୪ଟା ପୂର୍ବରୁ ପୂଜା ବିଧି ସାରିବାକୁ କୁହାଯାଇଛି।

Advertisment

ତେଣେ ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଚନ୍ଦ୍ର ଗହଣ ଏକ ଛାଇ ଆଲୁଅର ଖେଳ। ଭାରତର ସବୁ ସ୍ଥାନରେ କାଲି ମଧ୍ୟରାତିରେ ଏହା ଦୃଶ୍ୟମାନ ହେବ। ଏସିଆ, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା ଓ ଆମେରିକାରେ ମଧ୍ୟ ଦେଖି ହେବ। ପରବର୍ତ୍ତୀ ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ ତାରିଖରେ ପଡ଼ିବ।

Gajalaxmi Puja Lunar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ