Advertisment

ଜାଣନ୍ତୁ କେବେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଓ କେଉଁଠି ଦୃଶ୍ୟମାନ ହେବ...

ଖୁବ୍‌ଶୀଘ୍ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁ ସମୟରେ ଗ୍ରହଣ କିମ୍ବା ପରାଗ ଲାଗେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।

ଅଦ୍ୟତନ ହୋଇଛି
First Lunar Eclipse Of 2023

First Lunar Eclipse Of 2023

Advertisment

ଚଳିତ ବର୍ଷ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗି ସାରିଥିବା ବେଳେ ଖୁବ୍‌ଶୀଘ୍ର ପ୍ରଥମ ଚନ୍ଦ୍ର ଗ୍ରହଣ(Lunar Eclipse) ଲାଗିବାକୁ ଯାଉଛି। ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ସେହି ସମୟରେ ଚନ୍ଦ୍ର ଗ୍ରହଣ ଲାଗିଥାଏ। 

Advertisment

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ...

ଆସନ୍ତା ମାସ ମେ’ ୫ରେ ଚଳିତ ବର୍ଷ ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବ। ଏହି ଦିନ ବୈଶାଖ ପୂର୍ଣ୍ଣିମା ପଡ଼ୁଛି। ଯାହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ରାତି ୮ଟା ୪୫ ମିନିଟ୍‌ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ୧ଟା ପର୍ଯ୍ୟନ୍ତ ଗ୍ରହଣ ଲାଗିବ। ଏହି ଚନ୍ଦ୍ର ଗ୍ରହଣକୁ ଉପଛାୟା ଚନ୍ଦ୍ର ଗ୍ରହଣ ମଧ୍ୟ କୁହାଯାଉଛି। ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୟୁରୋପ, ଅଷ୍ଟ୍ରେଲିଆ, ଏସିଆ, ଆଫ୍ରିକା, ଆଣ୍ଟଲାଟିକା, ଭାରତ ମହାସାଗର ଓ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ। ତେବେ ଭାରତରେ ଏହା ଦେଖିବାକୁ ମିଳିବ ନାହିଁ।

ଦେଖନ୍ତୁ ଭିଡିଓ | ପରାଗ କି ଗ୍ରହଣ...ଏଇ ପୋଖରୀରେ ସ୍ନାନ କଲେ...

ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁ ସମୟରେ ଗ୍ରହଣ କିମ୍ବା ପରାଗ ଲାଗେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହାସହ ଏହି ସମୟରେ ଲୋକଙ୍କୁ କିଛି ଜିନିଷ ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିବା ଉଚିତ୍‌। 

Advertisment

 

Chandra Grahan Lunar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ