Advertisment

Khudurukuni Osha: ଓଡ଼ିଆ ସିନେମାରେ ତଅପୋଇର ହସଲୁହ ଭରା କାହାଣୀ

ଲୋକଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ତଅପୋଇର କରୁଣ କାହାଣୀ ଓ ଭାଇ-ଭଉଣୀର ପବିତ୍ର ସଂପର୍କକୁ ଲୋକମାନଙ୍କ ନିକଟରେ ପହଞ୍ଚେଇଛି ମନୋରଂଜନ ଦୁନିଆ। ୧୯୭୮ ମସିହାରେ ଦିଗ୍‌ଗଜ ଅଭିନେତା ଶରତ ପୂଜାରୀଙ୍କ ନିର୍ଦ୍ଦେଶନା ଓ ସୁବୋଧ ସାମଲକ ପ୍ରଯୋଜନାରେ ଆସିଥିଲା ଓଡ଼ିଆ ଫିଲ୍ମ ‘ତଅପୋଇ’।

ଅଦ୍ୟତନ ହୋଇଛି
Khudurukuni Osha 2023 tapoi story in odia film

Khudurukuni Osha 2023 tapoi story in odia film

Advertisment

ଓଡ଼ିଶାର ପୁରପଲ୍ଲୀରେ ବାର ମାସରେ ତେର ପରବ ପାଳନ ହେଉଥିବା ବେଳେ ଖୁଦୁରୁକୁଣୀ ଓଷା ସେଥିମଧ୍ୟରୁ ଗୋଟିଏ। ଏହାକୁ କେଉଁଠି ଭାଲୁକୁଣୀ ଓଷା କୁହନ୍ତି ତ ଆଉ କେଉଁଠି ଢିଙ୍କିଓଷା ନ ହେଲେ ତଅପୋଇ ଓଷା ମଧ୍ୟ କୁହନ୍ତି। ଭାଇ-ଭଉଣୀଙ୍କ ପବିତ୍ର ସଂପର୍କର କଥା କହେ ଏହି ଓଷା। ଏଥିରେ ରହିଛି ଅନେକ ସାମାଜିକ ଶିକ୍ଷା।

Advertisment

ଏହି ଓଷା ଆମକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ଭଲପାଇବା ବିଷୟରେ ଶିକ୍ଷା ଦେଇଥାଏ। ନିଜ ଭାଇମାନଙ୍କ ପାଇଁ ତଅପୋଇ କିପରି ମା ମଙ୍ଗଳାଙ୍କ ପାଖରେ ମାନସିକ ରଖିଥିଲା ଓ ଭାଇମାନଙ୍କ ଆସିବା ବାଟକୁ ସେ ଚାହିଁ ବସିଥିଲା। ସେହିପରି ତା’ ଭାଇମାନେ କିପରି ସବୁବେଳେ ତାକୁ ଭଲ ପାଉଥିଲେ ଆଉ ବିଦେଶରୁ ଆସିବା ମାତ୍ରେ ତାକୁ ଆଗେ ଖୋଜୁଥିଲେ ଏ ସବୁ ଏହି ଓଷା ମାଧ୍ୟମରେ ଜାଣିହୁଏ।

ଅଧିକ ପଢ଼ନ୍ତୁ: ଭାଇ ଭଉଣୀର ମଧୁର ପ୍ରେମକୁ ମନେପକେଇ ଦିଏ ଖୁଦୁରୁକୁଣୀ ଓଷା

ଆଜିର ଆଧୁନିକ ଦୁନିଆରେ ଭାଇ-ଭଉଣୀଙ୍କ ମଧ୍ୟରେ ଭଲ ପାଇବା ଥିଲେ ମଧ୍ୟ ସେହି ସମ୍ପର୍କ ଏତେ ସୁଦୃଢ ହେଉ ନାହିଁ। ଧନ, ସମ୍ପତି ଲୋଭରେ ଭାଇ ଭଉଣୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଇଛି। ସମ୍ପର୍କ ଟଙ୍କା, ପଇସାର ନିକିତିରେ କିଣା , ବିକା ହେଉଛି। ସମାଜରେ ଏହିସବୁ ବ୍ୟତିକ୍ରମ ଦେଖାଯାଉଥିବା ବେଳେ ଖୁକୁରୁକୁଣୀ ଓଷା ଏ ଦିଗରେ ଯୁଗଯୁଗରୁ ଲୋକଙ୍କୁ ସଚେତନ କରିଆସୁଛି।

Advertisment

ଏହି ପରମ୍ପରାକୁ ନେଇ ମନୋରଂଜନ ଦୁନିଆଁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ହୋଇଛି। ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ତଅପୋଇର କରୁଣ କାହାଣୀ ଓ ଭାଇ-ଭଉଣୀର ପବିତ୍ର ସଂପର୍କକୁ ଲୋକମାନଙ୍କ ନିକଟରେ ପହଞ୍ଚେଇଛି। ଚଳଚ୍ଚିତ୍ର ଦୁନିଆ ଏଥିରୁ ମଧ୍ୟ ବାଦ ପଡିନି।

୧୯୭୮ ମସିହାରେ ଦିଗ୍‌ଗଜ ଅଭିନେତା ଶରତ ପୂଜାରୀଙ୍କ ନିର୍ଦ୍ଦେଶନା ଓ ସୁବୋଧ ସାମଲକ ପ୍ରଯୋଜନାରେ ଆସିଥିଲା ଓଡ଼ିଆ ଫିଲ୍ମ ‘ତଅପୋଇ’। ଏଥିରେ ମୁଖ୍ୟ ଚରିତ୍ର ତଅପୋଇ ଭାବେ ଅଭିନୟ କରିଥିଲେ କ୍ଷଣପ୍ରଭା। ଅନ୍ୟାନ୍ୟ ଭୂମିକାରେ ଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ସୁଜାତା ଆନନ୍ଦ, ଅନିତା ଦାସ, ସାମୁଏଲ୍ ସାହୁ, ଭବାନୀ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: କିପରି ପାଳନ ହୁଏ ‘ଖୁଦୁରୁକୁଣୀ ଓଷା’; ଏମିତି ନାମକରଣର ରହସ୍ୟ କ’ଣ

ଏଥିରେ ଥିବା ସବୁ ଗୀତଗୁଡିକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଅକ୍ଷୟ ମହାନ୍ତି ସଜ୍ଜେଇଥିଲେ। ଗୀତଗୁଡିକୁ ନିଜେ ଗାଇବା ସହିତ ତୃପ୍ତି ଦାସ, ବିନୋଦିନୀ ଦେବି, ସୁଜିତ ମହାନ୍ତି ଓ ଗୀତା ପଟ୍ଟନାୟକ ଗାଇଥିଲେ। ଏଥିରେ ଏକ ଗୀତ ଥିଲା ‘କଥାଟିଏ କହୁ କଥାଟିଏ କହୁ ଭାଉଜରାଣୀ’। ଏହା ଉଭୟ ତୃପ୍ତି ଦାସ ଓ ଗୀତା ପଟ୍ଟନାୟକଙ୍କ କଣ୍ଠରେ ପରିବେଷଣ ହୋଇଥିଲା। ଏହି ଗୀତଟି ଖୁବ ମନଛୁଆଁ ହୋଇଥିବା ବେଳେ ଏକ କୁଆଁରୀ ମନର ଭାବନାକୁ ପ୍ରକାଶ କରେ। ଏଥିରେ ଗ୍ରାମାଞ୍ଚଳର ଅନେକ ଦୃଶ୍ୟକୁ ସଂଯୋଜନା କରାଯାଇଛି।

ସେହିପରି ଅନ୍ୟଏକ ଭାବପ୍ରବଣ ଗୀତ ହେଲା ‘ନିରିମାଖି କୁଆଁରୀ ମୁ ଶୁଣ ମୋ ଦୟିନୀ’। ଏହି ଗୀତିକୁ ତୃପ୍ତି ଦାସ ଗାଇଥିବା ବେଳେ ଏହାକୁ ତଅପୋଇ ଉପରେ ଚିତ୍ରଣ କରାଯାଇଛି। ଭାଇମାନେ ବିଦେଶକୁ ବେପାର କରିବାକୁ ଯାଇ ଫେରିବାରେ ବିଳମ୍ବ ହେବାକୁ ଅନେକ ଅଶୁଭ ଚିନ୍ତନ କରି ତଅପୋଇ ମା’ ମଙ୍ଗଳାଙ୍କୁ ପୂଜାକରିବାକୁ ମନସ୍ଥ କରେ। ଏନେଇ ଭୋଗ କରିବାକୁ ଘର ଘର ବୁଲି ଖୁଦ ମାଗେ। ଏହାକୁ ଏହି ଗୀତରେ ଚିତ୍ରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ଖୁଦୁରୁକୁଣୀ ଓଷାର ବହି ନଥିଲେ ଦେଖନ୍ତୁ ଏଠି ପୂରା ଗୀତ

ଏଥିରେ ଆଉ ଏକ ଚକତ୍କାର ଗୀତ ଦେଖିବାକୁ ମିଳେ। ଗୀତଟି ହେଲା ‘ସାତ ଦରିଆ ପାରେ ବୋଇତ ଭାସିଯାଆ’। ଏହି ଗୀତଟିକୁ ଅକ୍ଷୟ ମହାନ୍ତି ବୋଲିଥିବା ବେଳେ ଏଥିରେ ପ୍ରଶାନ୍ତ ନନ୍ଦ ଅଭିନୟ କରିଛନ୍ତି। ଏଥିରେ ବୋଇତ ବନ୍ଦାଣର ଦୃଶ୍ୟ ଦେଖିବାକୁ ମିଳେ।

Odia Festivals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ