Advertisment

କରୋନା କଟକଣା ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ହବିଷ୍ୟାଳିଙ୍କ ଭିଡ଼; ହୋଟେଲ, ଲଜ୍ ଫାଙ୍କା

ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।

ଅଦ୍ୟତନ ହୋଇଛି
Puri Srimandir

Puri Srimandir

Advertisment

ଭୁବନେଶ୍ୱର: ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।   

Advertisment

ହୋଟେଲ, ଲଜ୍ ଫାଙ୍କା। ତଥାପି ଶ୍ରୀଜିଉଙ୍କ ଦର୍ଶନ କରିବା ଓ ମହାପ୍ରସାଦ ପ୍ରାପ୍ତିର ଆକାଂକ୍ଷା କିଛି ଭକ୍ତଙ୍କୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଛି। କିଏ ବନ୍ଧୁବାନ୍ଧବଙ୍କ ଘରେ ରହୁଛନ୍ତି ତ କିଏ ଘର ଭଡ଼ା ନେଇ ରହିଛନ୍ତି। ଏହାସହ ସେମାନେ ସାଙ୍ଗରେ ଟିକାର ଡବଲ ଡୋଜ୍ ପ୍ରମାଣ ପତ୍ର ଆଣିଛନ୍ତି। ହବିଷ ପାଳନ ସହ ମାସକ ଯାକ ଶ୍ରୀଜିଉଙ୍କ ଦର୍ଶନ ଏବଂ ମହାପ୍ରସାଦ ସେବନ ପାଇଁ ସେମାନେ ଆଶା ରଖିଛନ୍ତି। 

କରୋନା ପାଇଁ କାର୍ତ୍ତିକ ମାସରେ ଏଥର ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ଧର୍ମଶାଳା ଓ ଲଜ୍‌ରେ ହବିଷ୍ୟାଳିଙ୍କୁ ନ ରଖିବାକୁ ମଧ୍ୟ ପ୍ରଶାସନ ତାଗିଦ କରିଛି। ତେଣୁ ସବୁ ଲଜ୍ ଓ ଧର୍ମଶାଳା ଖାଁ ଖାଁ। ତେବେ କାର୍ତ୍ତିକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ସହିତ ନୀତି ର୍ନିଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଯେଉଁ ଦିନ ଅଧିକ ଗହଳି ହେବାର ସମ୍ଭାବନା ଅଛି, ସେହି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।   

Advertisment
Srimandir Kartik Month Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ