Advertisment

ପୁଅକୁ ମଣିଷ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି କଳ୍ପନା

ମା’ ହୋଇ ନିଜ ସନ୍ତାନ ପାଇଁ ସେ କରିଛନ୍ତି ଅକ୍ଳାନ୍ତ ପରିଶ୍ରମ। ପୁଅକୁ ମଣିଷ କରିବା ପାଇଁ ସେ ସବୁ ଯନ୍ତ୍ରଣା, କଷ୍ଟକୁ ହସିହସି ସହିଛନ୍ତି ଆଜି ପର୍ଯ୍ୟନ୍ତ, ହେଲେ କେବେବି ହାର ମାନିନାହାଁନ୍ତି କି କାହାରି ପାଖରେ ହାତ ପତେଇ ନାହାନ୍ତି।

ଅଦ୍ୟତନ ହୋଇଛି
Kalpana doing hard laboure to brought up her son

Kalpana doing hard laboure to brought up her son

Advertisment

ମା’ କରୁଣା ମୟୀ, ମା’ ମମତା ମୟୀ, ମା’ ଜନନୀ। ମା’ ଏମିତି ଶବ୍ଦ ତାକୁ କାହା ସହିତ ତୁଳନା କରି ହେବନି। ମା’ ଠାରୁ ମହାନ ଆଉ ବା କିଏ ହେଇପାରେ। ଶିଶୁକୁ ଲାଳନପାଳନ କରି ବଡ କରିଥାଏ ମା’। ଜୀବନରେ ଯେତେ ଝଡ ଝଞ୍ଜା ଆସୁ ପଛେ ନିଜ ସନ୍ତାନକୁ ରକ୍ଷା କରିବା ନେଇ ମା’ ଠିଆ ହୁଏ କବଚ ସାଜି। ଯେତେ ଅଭାବ ଅନଟନରେ ଥିଲେ ବି ସନ୍ତାନ ରାଜସୁଖ ଦେବାରେରେ ଯିଏ ଟିକିଏ ବି ହେଳା କରେନି ସିଏ ହେଲା ମା’। ତେବେ ଆସନ୍ତୁ ଏମିତି ଏକ ଗରିବ ମା’ର ସ୍ନେହ, ପ୍ରେମ ଓ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।

Advertisment

ସେ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣାସ୍ଥ ବିଦ୍ୟାଧରପୁର ଗାଁର କଳ୍ପନା ମହାରଣା। ମା’ ହୋଇ ନିଜ ସନ୍ତାନ ପାଇଁ ସେ କରିଛନ୍ତି ଅକ୍ଳାନ୍ତ ପରିଶ୍ରମ। ପୁଅକୁ ମଣିଷ କରିବା ପାଇଁ ସେ ସବୁ ଯନ୍ତ୍ରଣା, କଷ୍ଟକୁ ହସିହସି ସହିଛନ୍ତି ଆଜି ପର୍ଯ୍ୟନ୍ତ, ହେଲେ କେବେବି ହାର ମାନିନାହାଁନ୍ତି କି କାହାରି ପାଖରେ ହାତ ପତେଇ ନାହାନ୍ତି।

୧୩ ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ବ୍ରେନ୍‌ ଟ୍ୟୁମର ହେଲା। ମେଡିକାଲ୍‌ ନେଇ ବଞ୍ଚାଇବାର ଶତଚେଷ୍ଟା କରିଥିଲେ କଳ୍ପନା। କିନ୍ତୁ ଆର୍ଥିକ ଅଭାବରୁ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା। ସେତେବେଳକୁ ଜନ୍ମ ନେଇଥିବା ଶିଶୁ ପୁତ୍ରକୁ ମାତ୍ର ତିନି ବର୍ଷ ହେଇଥାଏ। ସେ ସମୟରେ ଦୁଇ ପ୍ରାଣୀଙ୍କ ଜୀବନ ବଞ୍ଚାଇବା କଳ୍ପନାଙ୍କ ପକ୍ଷେ ସମସ୍ୟା ହୋଇପଡିଲା। ସାହାସ ଦେବାକୁ ନା କିଏ ଥିଲେ ଆଗକୁ ନା ଥିଲେ ପଛକୁ।

Advertisment

ସ୍ୱାମୀ ଅଧା ରାସ୍ତାରେ ଛାଡି ଆରପାରିକୁ ଚାଲିଗଲା ପରେ କିଛି କ୍ଷଣ ସଂସାର ରଥ ଅଟଳି ଗଲା। କଳ୍ପନାଙ୍କ ଜୀବନ ଅନ୍ଧାର ହୋଇଗଲା। ଶେଷରେ ସେ ସାହାସ ଜୁଟାଇଲେ। ପୁତ୍ର ସନ୍ତାନକୁ ବାପା ଓ ମା’ର ସ୍ନେହ ଦେଇ ପୁଅକୁ ବଞ୍ଚିବାର ରାହା ଦେଇ ମଣିଷ କରିବାକୁ ନିଷ୍ପତି ନେଲେ ସେ। ମାର ସବୁ ଧର୍ମ ପାଳନ କରି ଆଜି ପୁଅକୁ ପାଠ ପଢାଇ ମଣିଷ କରିବା ପାଇଁ ଲାଗି ପଡିଛନ୍ତି।

ଏହା ଭିତରେ ପୁଅକୁ ଷୋହଳ ବର୍ଷ ହେଲାଣି। ସେ ବୈଷୟକ ଶିକ୍ଷାନୁଷ୍ଠାନରେ(ଆଇ.ଟି.ଆଇ.)ରେ ତାଲିମ ନେଉଛି। ତେଲ ଲୁଣ ସଂସାରରେ ଗୋଟେ ଗରିବ ଘରର ମା’ ହୋଇ ନିଜ କର୍ତ୍ତବ୍ୟ ପାଳନ କରି ପୁଅର ଇଚ୍ଛାକୁ ପ୍ରତ୍ୟକ ସମୟରେ ପୂରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି କଳ୍ପନା। ମନରେ ଅଛି ଅନେକ ସ୍ୱପ୍ନ, ମା’ର ସ୍ନେହ ଦେଇ ସଭ୍ୟ ସମାଜରେ ପୁଅକୁ ଭଲ ମଣିଷଟିଏ କରିବେ।

Advertisment

ମା’ର ସବୁ ଦୁଃଖକୁ ବୁଝନ୍ତି ପୁଅ ହରି ଶଙ୍କର ମହାରଣା। ମା’କୁ ମୁହୂର୍ତ୍ତେ ବି ଛାଡି ରହି ପାରନ୍ତି ନି। ଘରକୁ ଆସିଲେ ମା’କୁ ନ ପାଇଲେ ଚାରି ଆଡେ ଖୋଜି ପକାନ୍ତି। ମା’ର ସବୁ ଆଶା ପୂରଣ କରିବେ ବୋଲି କୁହନ୍ତି ସେ।

(ରିପୋର୍ଟ: ବାଲେଶ୍ୱରରୁ ରଣଜିତ୍ ପାକଳ)

Mother’s Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ