/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666496442.jpg)
Kali Puja 2022
ରାତିପାହିଲେ ମାଆ କାଳୀଙ୍କ ପୂଜା । କରୋନା କଟକଣାର ଦୁଇବର୍ଷ ପରେ ମାଆଙ୍କ ପୂଜା ହେଉଥିବାରୁ ସବୁଠି ପ୍ରସ୍ତୁତି, ସବୁଠି ଉତ୍ସାହ । ସରିଛି ମୂର୍ତ୍ତିକାମ, ଶେଷ ପର୍ଯ୍ୟାୟରେ ତୋରଣ କାମ । ଆଲୋକ ସାଜସଜ୍ଜା ବି ସରି ସରି ଆସିଲାଣି । ସେପଟେ ପ୍ରଶାସନ ପକ୍ଷରୁ ବି ହୋଇଛି ବିଶେଷ ଆୟୋଜନ । ଭଦ୍ରକ ସହରରେ ଏଥର ୧୧ ମଣ୍ଡପରେ ମାଆଙ୍କ ପୂଜା ହେଉଥିବା ବେଳେ, ଯାଜପୁରରେ ୪୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ।
ଆଖି ଝଲସିଆ ଆଲୁଅ, ଆକର୍ଷଣୀୟ ମଣ୍ଡପ, ମନଲୋଭା ସାଜସଜ୍ଜା । କାଳୀପୂଜା ପାଇଁ ସଜେଇ ହେଲାଣି ଭଦ୍ରକ ସହର । ସହର ୧୧ଟି ମଣ୍ଡପରେ ଏଥର ପୂଜାର ଆୟୋଜନ କରାଯାଇଥିବା ବେଳେ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଶାନ୍ତିଶୃଙ୍ଖଳାର ସହ ପୂଜାର ଆୟୋଜନ ପାଇଁ ଗଠିତ ହୋଇଛି ଶାନ୍ତି କମିଟି । ସେହିପରି ଚରମ୍ଭାରେ ବି ମାଆଙ୍କ ପୂଜା ପାଇଁ ହୋଇଛି ବ୍ୟାପକ ଆୟୋଜନ । କାଲିଠୁ ପୂଜା ଆରମ୍ଭ ହୋଇ ୩୧ ତାରିଖ ଯାଏଁ ଚାଲିବ । ସେପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସେହିପରି ବିସର୍ଜନ ପାଇଁ କୃତ୍ରିମ ପୋଖରୀର ବ୍ୟବସ୍ଥା କରିଛି ପ୍ରଶାସନ ।
ଯାଜପୁରରେ ୪୦ରୁ ଅଧିକ ସ୍ଥାନରେ ହେବ ମାଆଙ୍କ ପୂଜା । ପୂଜାମଣ୍ଡପ ଗୁଡିକରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଶେଷ ପର୍ଯ୍ୟାୟରେ ମୂର୍ତ୍ତି ଓ ତୋରଣ କାମ । ସେପଟେ ସୁରକ୍ଷା ଦୃଷ୍ଟିରୁ ସହରକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଥିବା ବେଳେ, ୧୧ ଜଣ ମାଜିଷ୍ଟ୍ରେଟ୍ ନିଯୁକ୍ତ ହୋଇଛନ୍ତି ।
ତେବେ ଯାଜପୁର ସହରରେ କାଳୀପୂଜାରେ ଭାଇଚାରାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଥାଏ । ଉଭୟ ହିନ୍ଦୁ ମୁସଲିମ ଏକାଠି ହୋଇ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି । ୧୨ଦିନ ପୂଜା ପରେ ନଭେମ୍ବର ୪ ଓ ୫ ତାରିଖ ରେ ଦୁଇ ପର୍ଯ୍ୟାୟରେ ଭସାଣ ଉତ୍ସବ ସମ୍ପନ୍ନ ହେବାକୁ ସ୍ଥୀରିକୃତ ହୋଇଛି । ଦଶହରା ଓ ଲକ୍ଷ୍ମୀପୂଜା ସୁରୁଖୁରୁରେ ସରିଥିବା ବେଳେ, କାଳୀପୂଜା ବି ଶାନ୍ତିଶୃଙ୍ଖଳାରେ ସାରିବାକୁ ସବୁଛି ହୋଇଛି ପ୍ରସ୍ତୁତି । ...
(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ଯାଜପୁରରୁ ସଂଜୀବ ନାୟକ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)