Advertisment

Joranda Mela: ଆଜିଠୁ ଯୋରନ୍ଦା ମେଳା; ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କର ହେବ ସମାଗମ

ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ। ସଂଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଂଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।

ଅଦ୍ୟତନ ହୋଇଛି
joranda-mela-

joranda-mela-

Advertisment

ଆଜିଠୁ ଆରମ୍ଭ ହେଉଛି ୧୨୫ତମ ଯୋରନ୍ଦା ମାଘ ମେଳା। ମାଘମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଆରମ୍ଭ ହୁଏ ମାଘ ମେଳା। ୨ଦିନ ଧରି ଚାଲିବ ମେଳା। ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ।

Advertisment

ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଭାଗର ଅଧିକାରୀ ଓ ମହିମା ସାଧୁଙ୍କୁ ନେଇ ପୂର୍ବରୁ ବୈଠକ ସରିଥିବା ବେଳେ ଗାଦି ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି। ଏହି ବ୍ୟାରିକେଟ ଦେଇ ମହିମା ସାଧୂ ଓ ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଯିବେ। ଏଥିସହ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି।

ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ। ସଂଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଂଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଗାଦି ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ମେଳା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଠାବ୍ୟବସାୟୀମାନେ ଆସି ପସରା ମେଲାଇଛନ୍ତି।

Advertisment

ଢେଙ୍କାନାଳ ଏସପି ଅଭିନବ ସୋନକର କହିଛନ୍ତି, ଯୋରନ୍ଦା ମେଳା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ, ୪ ପ୍ଲାଟୁନ ହୋମଗାର୍ଡ ଓ ୫୦ ଅଫିସର ମୃତୟନ ହୋଇଛନ୍ତି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅଧିକ ପଢନ୍ତୁ : ରାଜଧାନୀରେ ଦୁର୍ଘଟଣା; ଦ୍ରୁତ ଗତିରେ ଆସି ଘରେ ପଶିଲା BMW କାର୍‌।

Dhenkanal Joranda Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ