Advertisment

ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ! ସାଧାରଣ ଲୋକଙ୍କୁ ବାରଣ

ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇ କୋଭିଡ ଗାଇଡଲାଇନ ମଧ୍ୟରେ ଏଥର ମଧ୍ୟ ମାଘ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ,ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା

ଅଦ୍ୟତନ ହୋଇଛି
joronda mela

joronda mela

Advertisment

ଆଜି ଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଏହି ମହିମାଗାଦି । ଉଭୟ ବକ୍କଳ ଧାରୀ ଓ କୌପିନଧାରୀ ମହିମା ସମାଜ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Advertisment

ତେବେ ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇ କୋଭିଡ ଗାଇଡଲାଇନ ମଧ୍ୟରେ ଏଥର ମଧ୍ୟ ମାଘ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ,ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା । କୋଭିଡ଼ ପରିସ୍ଥିତି ପାଇଁ ସେଠାରେ ଟିକା ନେଇନଥିବା ସାଧୁମାନଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି। ତା'ସହିତ ସହିତ ଅଟୋମ୍ୟାଟିକ ସାନିଟାଇଜେସନ ମେସିନର ସୁବିଧା ମଧ୍ୟ କରାଯାଇଛି।

ଦୁଇଟି ଡୋଜ ଟିକା ନେଇଥିବା ସନ୍ଥ ମାନଙ୍କୁ ଗାଦୀ ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ମିଳିଛି । ଏହି ଅବସରର ଆଜି ମାଘ ଚତୁର୍ଦ୍ଦଶୀ, ଆସନ୍ତାକାଲି ମାଘ ପୂର୍ଣ୍ଣିମା ଓ ୧୭ ତାରିଖ ଦିନ ଗୁରୁ ପୂର୍ଣ୍ଣିମା ଭାବରେ ୩ଦିନ ଧରି ମେଳାକୁ ପାଳନ କରାଯାଉଛି। ଏଥିପାଇଁ ଯୋରନ୍ଦା ମହିମା ଗାଦି ପୀଠରେ ବିଭିନ୍ନ ପ୍ରସ୍ତୁତି କରାଯାଇଛି ।

Advertisment

ଆଜି ଓ ଆସନ୍ତାକାଲି ଦୁଇ ଦିନ ଏଠାରେ ସନ୍ଧ୍ୟା ସମୟରେ ବିଶ୍ଵର ମଙ୍ଗଳ କାମନା କରି ମହଣ ମହଣ ଘିଅରେ ଝାଡଦ୍ଵୀପ ପ୍ରଜ୍ଵଳନ କରାଯିବ। ସାଧୁ ସନ୍ଥଙ୍କ ସମାଗମକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ବିଭିନ୍ନ ପ୍ରସ୍ତୁତି କରିଛି ।

ଢ଼େଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ

Joranda Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ