• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରସୁଲପୁର ବ୍ଲକର ହରିପୁର ଗାଁରେ ପବିତ୍ର ପଂଚୁକରୁ ଚାଲିଛି ରାହାସଯାତ୍ରା । ଏହି ଯାତ୍ରାରେ ପୂଜା ପାଉଛନ୍ତି ରାଧାକୃଷ୍ଣ ଓ ମଦନ ମୋହ । ନ ରାହାସ ଯାତ୍ରା ଅବସରରେ ସ୍ଥାନୀୟ ଅଂଚଳପ ବିଭିନ୍ନ ମଠ ମନ୍ଦିରରେ ତିଆରି ହୋଇଥାଏ ଭଳିକି ଭଳି କୁଞ୍ଜ, ଆଉ ଏହାକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ଛୁଟୁଛି ସୁଅ ।

କାହିଁ କେଉଁ କାଳରୁ ଏହି ଯାତ୍ରା ଚାଲିଆସୁଥିବା ବେଲେ କରୋନା ସମୟରେ ଏହା ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଯାତ୍ରା ସୁରୁଖୁରୁରେ ହେଉଥିବା ବେଳେ ଏହାର ମୁଖ୍ୟ ଆକର୍ଷଣ ହେଉଛି ବିଭିନ୍ନ ସ୍ଥାନର କୁଞ୍ଜ । ଆଉ ଏହି କୁଞ୍ଜ ତିଆରି କରିବା ପାଇଁ କାରିଗରମାନେ ଢେର୍ ଆଗରୁ କାମରେ ଲାଗି ପଡ଼ନ୍ତି ।

କିମ୍ବଦନ୍ତି ଅନୁସାରେ ପଞ୍ଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟ ଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏହି ସ୍ଥାନରେ କିଛି ସମୟ ଅତିବାହିତ କରିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ସମର୍ପି ଦେଇଥିଲେ । ଆଉ ସେବେ ଠାରୁ ଏହି ଅଂଚଳରେ ପାଳିତ ହୋଇ ଆସୁଛି ରାହାସ ଯାତ୍ରା । କାଳକ୍ରମେ ଏହି ଯାତ୍ରା ଆଧୁନିକ ରୂପ ନେଇ ଏତେ ବିଶାଳ ଜନସମାଗମରେ ପରିଣତ ହେଲାଣି ।

ରାହାସଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଟପଟା ଖାଇବା ଆଇଟମ ସାଙ୍ଗକୁ ଅପେରା ପାର୍ଟି ଆଉ ମିନାବଜାର ମଧ୍ୟ ପଡ଼ିଛି । ସଞ୍ଜ ନଇଁଲେ ଲୋକଙ୍କ ଭିଡ଼ ଜମୁଛି । ଚିକିମିକିଆ ଆଲୁଅରେ ଝଲସିଉଠୁଛି କୁଞ୍ଜ । ବର୍ଷବର୍ଷ ଧରି ଚାଲିଆସିଥିବା ଏ ପରମ୍ପରା ପ୍ରଭୁ ଶ୍ରୀଚୈତନ୍ୟଙ୍କ ସ୍ମୃତିକୁ ସାଇତି ରଖିଛି ।

( ରିପୋର୍ଟ - ଗୁଲାମ ଗସ, ଯାଜପୁର )