ପୁରୀ : ଶନିବାର ଖୋଲା ଶ୍ରୀମନ୍ଦିର । ବିନା ବାଧାରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କରୋନା ପାଇଁ ସୃଷ୍ଟି ହୋଇଥିବା ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି । ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ସାନି ଏସଓପି ଜାରି କରାଯାଇଛି । କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ । ଏହାସହ ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ହୋଇଥିବା ନିଷ୍ପତ୍ତି ହୋଇଛି । ଫଳରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ସେହିପରି ପୂର୍ବ ନିଷ୍ପତ୍ତି ଅନୁସାରେ ୧୦ ତାରିଖ ଗଣେଶ ପୂଜା ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଗଣେଶ ପୂଜା ଓ ୧୭ ତାରିଖ ବିଶ୍ୱକର୍ମା ପୂଜା ଦିନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଅକ୍ଟୋବର ମାସରେ ମଧ୍ୟ ୩ ଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।
Also Read
ଆଜି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଏସଓପି ସମିକ୍ଷା ବୈଠକ ଆୟୋଜିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ଏସଓପି ଉପରେ ସମୀକ୍ଷା କରାଯାଇଛି । ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ, ଏସପି, ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ ।