Advertisment

International Yoga Day 2025: ଆଜି କାହିଁକି ପାଳନ ହେଉଛି ଯୋଗ ଦିବସ; କେବେ ହେଲା ଆରମ୍ଭ

ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନ ଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ । ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା ।

ଅଦ୍ୟତନ ହୋଇଛି
International Yoga Day 2025

International Yoga Day 2025

Advertisment

ଭାରତୀୟ ଋଷିମୁନୀଙ୍କ ଠାରୁ ଆରମ୍ଭ ହୋଇଥିବା ଯୋଗ ଆଜି ଦେଶ ବିଦେଶରେ ପରିଚିତ । ସଫଳତା ପାଇବାକୁ ହେଲେ ତିନୋଟି ମୁଖ୍ୟ ଜିନିଷର ଆବଶ୍ୟକତା ରହିଛି । ଏହାହେଲା ଧନ, ଖ୍ୟାତି ଏବଂ ମାନସିକ ଶାନ୍ତି । ଧନ ଏବଂ ଖ୍ୟାତି ପାଇବା ସହଜ କିନ୍ତୁ ମାନସିକ ଶାନ୍ତି ପାଇବା ଏତେ ସହଜ ନୁହେଁ । ଏଥିପାଇଁ ସବୁଠାରୁ ବଡ ଅସ୍ତ୍ର ହେଉଛି ଯୋଗ । ଯୋଗ ବିନା ମାନସିକ ଶାନ୍ତି ସମ୍ଭବ ନୁହେଁ ।

Advertisment

ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନ ଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା ।

ଅଧିକ ପଢ଼ନ୍ତୁ: କରନ୍ତୁ ଏହି ୫ ସହଜ ଯୋଗାସନ; ଜୀବନରେ ହେବ ନାହିଁ ଫ୍ୟାଟି ଲିଭର୍‌

ଜୁନ୍ ୨୧ କାହିଁକି:

ହିନ୍ଦୁ କ୍ୟାଲେଣ୍ଡର୍‌ ଅନୁଯାୟୀ, ଜୁନ୍ ୨୧ରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବା ଦିନ ହୋଇଥାଏ, ଯାହାକୁ ଗ୍ରୀଷ୍ମ ସଂକ୍ରାନ୍ତି କୁହାଯାଏ । ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟଙ୍କ ଗତି ଦକ୍ଷିଣାୟନ ହୋଇଥାଏ । ଏହି କାରଣରୁ ସୂର୍ଯ୍ୟଙ୍କ ତେଜ କମିବା ଆରମ୍ଭ ହୁଏ, ଯେଉଁ କାରଣରୁ ପରିବେଶ ଅଶୁଦ୍ଧ ହୋଇଯାଏ । ଫଳରେ ଜୀବାଣୁ ଉତ୍ପନ୍ନ ହେବାକୁ ଲାଗନ୍ତି, ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଏପରି ପରିସ୍ଥିତିରେ, ପ୍ରତିବର୍ଷ ଜୁନ୍ ୨୧ରେ ଆଧ୍ୟାତ୍ମିକ ସଫଳତା ହାସଲ କରିବା ଓ ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ସ୍ଥିର ହୋଇଛି ।

Advertisment

କିଏ ଆରମ୍ଭ କରିଥିଲେ ଯୋଗ:

ଯୋଗ ବିଦ୍ୟାରେ ଭଗବାନ ଶିବଙ୍କୁ 'ଆଦିଯୋଗୀ' ଭାବରେ ବିବେଚନା କରାଯାଏ ଅର୍ଥାତ ଶିବଙ୍କୁ ଯୋଗର ଜନକ ବୋଲି କୁହାଯାଏ । ବେଦ ଅନୁଯାୟୀ ଯୋଗ ହେଉଛି ଜୀବାତ୍ମା ​​ଏବଂ ପରମାତ୍ମାର ମିଳନ । ଯୋଗ ଅହଂକାରକୁ ନଷ୍ଟ କରି ଚେତନାରେ ଚାଲୁଥିବା ବିଭିନ୍ନ ପ୍ରବୃତ୍ତିକୁ ବନ୍ଦ କରିଥାଏ ।

ପ୍ରଥମ ଯୋଗ ଦିବସ:

ଯୋଗ ଦିବସ ପାଳନ ୨୦୧୫ରୁ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଥିଲା । ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ ।

Advertisment

ଇତିହାସ:

୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ବିଶ୍ୱର ସମସ୍ତ ଦେଶକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମିଳିତ ଜାତିସଂଘ ମହାସଭା ମାତ୍ର ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ଘୋଷଣା କରିଥିଲା । ଏହା ପରେ ବିଶ୍ୱ ୨୦୧୫ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କଲା ।

ଚଳିତ ବର୍ଷର ଥିମ୍: ଯୋଗ ଦିବସ ପାଇଁ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସ୍ଥିର ହୋଇଥାଏ । ଚଳିତ ବର୍ଷର ଥିମ୍ ହେଉଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ"(Yoga for One Earth, One Health")।

ଅଧିକ ପଢ଼ନ୍ତୁ: ବିଶ୍ୱ ପାଇଁ ଚିନ୍ତାରେ କାରଣ ହୋଇଛି ବ୍ରେନ୍ ଟ୍ୟୁମର୍‌; ୩ ଯୋଗ, ଦେବ ମୁକ୍ତି

Yogasana Yoga Asanas Yoga International Yoga Day Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ