Advertisment

International Yoga Day 2023 : ଆପଣଙ୍କ ଥାଇରଏଡ୍ ସମସ୍ୟା ଅଛି କି ? ଜାଣନ୍ତୁ କେଉଁ ଯୋଗ କଲେ ଏହା ଦୂର ହେବ

ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ଜରୁରୀ। ଆଜି ଯୋଗ ଦିବସରେ ଆସନ୍ତୁ ଜାଣିନେବା କେଉଁ ସବୁ ଯୋଗାସନ କରି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବେ।

ଅଦ୍ୟତନ ହୋଇଛି
Yogasana For Thyroid

Yogasana for thyroid

Advertisment

ଯୋଗାସନ ଅଭ୍ୟାସ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରଭାବଶାଳୀ ହୋଇଥିବା ବେଳେ ଏହା ଶରୀରକୁ ନମନୀୟ କରିବା ସହିତ ଚାପରୁ ମୁକ୍ତି ଦିଏ। ଶରୀରର ହରମୋନ୍‌କୁ ସନ୍ତୁଳନ କରିବାରେ ଯୋଗାସନ ଅତ୍ୟନ୍ତ ଉପକାରୀ। ଶରୀରର ଥାଇରଏଡ୍ ଗ୍ଲାଣ୍ଡ୍‌ ମଧ୍ୟ ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ସମସ୍ୟା ଅନେକ ଶାରିରୀକ କ୍ଷତି ଆଣିଥାଏ। ତେଣୁ ଥାଇରଏଡ୍ ସମସ୍ୟାକୁ ଠିକ କରିବାରେ ଯୋଗ ଅତ୍ୟନ୍ତ ଉପକାରୀ ହୋଇଥାଏ।

Advertisment

ତେବେ ଆସନ୍ତୁ ଜାଣିବା ଏହି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବାରେ ଏବଂ ଏଥିରୁ ଝରୁଥିବା ହରମୋନ୍‌ର କାର୍ଯ୍ୟକୁ ଠିକ୍ କରିବାରେ କେଉଁ ସବୁ ଯୋଗାସନର ଅଭ୍ୟାସ ବିଶେଷ ଲାଭଦାୟକ ହୋଇପାରେ...।

ଆସନ ଅଭ୍ୟାସ-

ଉଷ୍ଟ୍ରାସନ:

କାନ୍ଧ ଓ ପିଠିକୁ ଷ୍ଟ୍ରେଚିଂ ଓ ମଜବୁତ କରିବା ସହିତ ଶ୍ୱାସକ୍ରିୟା ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଉଷ୍ଟ୍ରାସନ ଅତ୍ୟନ୍ତ ଉପକାରୀ। ଏହା ବେକକୁ ଷ୍ଟ୍ରେଚିଂ କରିବା ସହିତ ରକ୍ତ ସଞ୍ଚାଳନ ବୃଦ୍ଧି କରି ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରେ। ଏହି ଯୋଗର ନିୟମିତ ଅଭ୍ୟାସ ମଧ୍ୟ ପିଠି ଯନ୍ତ୍ରଣାରୁ ମୁକ୍ତି କରେ।

Advertisment

ମତ୍ସ୍ୟାସନ:

ମତ୍ସ୍ୟାସନର ଅଭ୍ୟାସ ଛାତି, ଆବ୍ସ, ପିଚା ଏବଂ ବେକ ସମେତ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଷ୍ଟ୍ରେଚ୍ କରିବା ଠାରୁ ହର୍‌ମୋନ୍‌ର ସନ୍ତୁଳନକୁ ସୁଦୃଢ କରିବାରେ ସହାୟକ ହୋଇଥାଏ। ବେକ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଏହା ଏକ ପ୍ରଭାବଶାଳୀ ଯୋଗ ଅଭ୍ୟାସ। ବେକରେ ଥିବା ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିବା ସହିତ ଏହା କାନ୍ଧ ଏବଂ ମସ୍ତିଷ୍କ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ।

ସର୍ଭାଙ୍ଗାସନ:

ସର୍ଭାଙ୍ଗାସନର ନିୟମିତ ଅଭ୍ୟାସ ଗୋଡ ଓ କାନ୍ଧକୁ ମଜବୁତ କରିବା ସହ, ବେକର ଅତିରିକ୍ତ ଯନ୍ତ୍ରଣା ଦୂର କରିବା ଏବଂ ଥାଇରଏଡ୍ ଏବଂ ପେଟର ଅଙ୍ଗକୁ ସକ୍ରିୟ କରିଥାଏ। ଚାପରୁ ମୁକ୍ତି ସହିତ, ଏହି ଯୋଗ ଅଭ୍ୟାସ ମେନୋପଜ୍ ସହିତ ଜଡିତ ଜଟିଳତାକୁ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ।

Advertisment

ଅଧିକ ପଢ଼ନ୍ତୁ: କିପରି ମଧୁମେହ ହେବ ଦୂର; କେଉଁ ଆସନ ହେବ ଉପକାରୀ ଜାଣନ୍ତୁ

ପ୍ରାଣାୟମ ଅଭ୍ୟାସ-

ଉଜ୍ଜାୟୀ ପ୍ରାଣାୟାମ:

ଉଜ୍ଜାୟୀ ପ୍ରାଣାୟାମର ଅଭ୍ୟାସ ହେଉଛି ଏକ ଶ୍ୱାସଜନିତ ଏକ ଉତ୍ତମ ଟେକ୍‌ନିକ୍ ଯାହାକି ଉଭୟ ହାଇପୋଥାଇରଏଡିଜିମ୍ ଏବଂ ହାଇପରଥାଇରଏଡିଜିମ୍ ପାଇଁ ବିଶେଷ ଲାଭଦାୟକ। ଏହି ପ୍ରାଣାୟମ ଥାଇରଏଡ୍ ଗ୍ରନ୍ଥିରୁ ନିଗ୍ରତ ହରମୋନ୍‌କୁ ସନ୍ତୁଳିତ କରିଥାଏ।

କପାଳଭାତି ପ୍ରାଣାୟାମ:

ଥାଇରଏଡ ରୋଗୀଙ୍କ ପାଇଁ କପାଳଭାତି ପ୍ରାଣାୟାମ ମଧ୍ୟ ଉପକାରୀ। ଏହି ପ୍ରାଣାୟାମର ନିୟମିତ ଅଭ୍ୟାସ ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟକୁ ଭଲ ଭାବରେ ବଜାୟ ରଖିବା ସହିତ ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ହ୍ରାସ କରିବାରେ ଲାଭଦାୟକ ହୋଇଥାଏ। ମନକୁ ଏକାଗ୍ର କରିବା ଏବଂ ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିବା ପାଇଁ ଏହି ପ୍ରାଣାୟାମ ଅତ୍ୟନ୍ତ ଉପକାରୀ।

Yogasana World Yoga Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ