Advertisment

International joke day 2023: ମନ ଖୋଲା ହସ ହୃଦରୋଗରୁ ରକ୍ଷା କରେ

ହଜି ଯାଉଛି ହସ । ଆଜିକାଲି କାହା ମୁହଁରେ ଆଉ ଖୋଲା ହସ ଦେଖିବାକୁ ମିଳୁନି। ସମସ୍ତେ ବିଷାଦ ଓ ଅବସାଦ ଜୀବନ ଜୀଉଁଛନ୍ତି। ଏନେଇ ଲୋକଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧ ରେ ‘ଅନ୍ତର୍ଜାତୀୟ ଜୋକ୍‌ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
international joke day 2023

international joke day 2023

ଆଜିର ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତଙ୍କ ମୁହଁରୁ ହସ ହଜିଯାଇଛି। କାହା ମୁହଁରେ ଖୋଲା ହସ ଦେଖିବାକୁ ମିଳୁନି। ସମସ୍ତେ ବିଷାଦ ଓ ଅବସାଦ ଜୀବନ ଜୀଉଁଛନ୍ତି। ଏନେଇ ଲୋକଙ୍କ ମୁହଁରେ ଚେନାଏ ହସ ଫୁଟେଇବା ନେଇ ପ୍ରତିବର୍ଷ ଜୁଲାଇ ୧ ରେ ‘ଅନ୍ତର୍ଜାତୀୟ ଜୋକ୍‌ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।

Advertisment

କଥାରେ ଅଛି, 'ହସ ହେଉଛି ସର୍ବୋତ୍ତମ ଔଷଧ'। ସର୍ବଶେଷରେ, ହସ ସହିତ ଜଡିତ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଅଛି। ଏହା ସହିତ, ହସ ମଧ୍ୟ ଶରୀରରେ ସକରାତ୍ମକ, ଭାବନାତ୍ମକ ଏବଂ ଶାରୀରିକ ପରିବର୍ତ୍ତନ ଆଣିଥାଏ।

ଇତିହାସ:

୧୯୯୦ ମସିହାରୁ ‘ଅନ୍ତର୍ଜାତୀୟ ଜୋକ୍ ଦିବସ’ ଆରମ୍ଭ ହୋଇଥିଲା। ଯେତେବେଳେ ଆମେରିକାର ଔପନ୍ୟାସିକ ୱେନ୍‌ ରେନାଗେଲ ତାଙ୍କ ଜୋକ୍ ପୁସ୍ତକ ବାହାର କଲେ ସେବେଠାରୁ ଏହା ପାଳନ କରାଯାଉଛି। ଏହି ଦିନ ପ୍ରଥମେ ଯୁକ୍ତରାଷ୍ଟ୍ରରେ ପାଳନ କରାଯାଇଥିଲା। ପରେ ଏହାକୁ ଧୀରେ ଧୀରେ ବିଶ୍ୱର ଅନ୍ୟ ଦେଶମାନେ ଗ୍ରହଣ କରିଥିଲେ।

Advertisment

ଆଜି ‘ଅନ୍ତର୍ଜାତୀୟ ଜୋକ୍ ଦିବସ’ ଅବସରରେ ଆସନ୍ତୁ ହସିବା ଦ୍ୱାରା କ’ଣ ଉପକାର ମିଳେ ସେ ବିଷୟରେ ଜାଣିନେବା।

  • ପ୍ରତ୍ୟେକ ଦିନ ସକାଳେ ହସର ସହ ଉଠିଲେ ଦିନ ସାରା ଶରୀର ଉର୍ଜାରେ ପରିପୂର୍ଣ୍ଣ ରୁହେ।
  • ହସିବା ଦ୍ୱାରା ଆମ ମନ ଚିନ୍ତାରୁ ମୁକ୍ତ ହୋଇଯାଏ ଏବଂ ମନକୁ ଏକ ଆଧ୍ୟାତ୍ମିକ ଶାନ୍ତି ମିଳେ
  • ହସ ସହିତ କରତାଳି ଜୀବନରେ ଉତ୍ସାହ ଆଣିଥାଏ। ଏହା ସୁପ୍ତ ଅବସ୍ଥାରେ ଥିବା କୋଷଗୁଡ଼ିକୁ ଜାଗ୍ରତ କରିଦିଏ, ଫଳରେ ଶରୀରରେ ନୂତନ ଉର୍ଜା ଖେଳିଯାଏ।
  • ହସ ଅନେକ ରୋଗର ଔଷଧ। ଏହା ଏମିତି ଏକ ଔଷଧ ଯାହା ଆମ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ମଣିଷର ପ୍ରତିରକ୍ଷା ପ୍ରଣାଳୀ ହସିବା ଦ୍ୱାରା ସକ୍ରିୟ ହୋଇଥାଏ।
  • ମନ ଖୋଲା ହସ ହୃଦୟ ପାଇଁ ସବୁଠାରୁ ଭଲ ବ୍ୟାୟାମ ଯାହା ଟି ସେଲ୍ ସଂଖ୍ୟାକୁ ବୃଦ୍ଧି କରିଥାଏ। ଫଳରେ ହୃଦରୋଗର ଆଶଙ୍କା କମିଯାଏ।
  • ହସିବା ଦ୍ୱାରା ଆଣ୍ଟିବଡି ଇମ୍ୟୁନୋଗ୍ଲୋବୁଲିନ ଏ ପରିମାଣ ବଢିଥାଏ, ଯାହା ଶ୍ୱାସକ୍ରିୟା ସଂକ୍ରମଣରୁ ରକ୍ଷା କରିଥାଏ।
  • ହସିବା ଦ୍ୱାରା ଚାପ ସୃଷ୍ଟି କରୁଥିବା ହରମୋନର ସ୍ତର କମିଯାଏ। ହଜମ ପ୍ରକ୍ରିୟାକୁ ସଠିକ୍ ରଖିବା, ଓଜନ ହ୍ରାସ କରିବା ଏବଂ ଚର୍ବି ହ୍ରାସ କରିବାରେ ହସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
  • ହସିବା ମସ୍ତିଷ୍କର ଉଭୟ ଡାହାଣ ଏବଂ ବାମ ଅଂଶର କାର୍ଯ୍ୟକଳାପକୁ ବଢେଇଥାଏ, ଯାହା ଆପଣଙ୍କ ସ୍ମୃତିକୁ ତୀକ୍ଷ୍ଣ କରିଥାଏ।
  • ହସି ଏମିତି ଏକ ସଞ୍ଜୀବନୀ, ଯାହା ଜଣେ ବ୍ୟକ୍ତିର ମାନସିକ ସ୍ଥିତିକୁ ବଦଳାଇ ତାଙ୍କୁ କିପରି ସୁଖରେ ବଞ୍ଚିବାକୁ ହୁଏ ଶିଖାଏ।
  • ସର୍ବଦା ହସିବା ଏକ ସକରାତ୍ମକ ଭାବନା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଶକ୍ତି ଓ ଶାନ୍ତି ମିଳେ। ଅନ୍ୟପକ୍ଷରେ ଦୁଃଖୀ ଓ ଶୁଖିଲା ଚେହେରାକୁ କେହି ପସନ୍ଦ କରନ୍ତି ନାହିଁ, କିନ୍ତୁ ହସୁକୁରା ଲୋକଙ୍କୁ ସମସ୍ତେ ପସନ୍ଦ କରନ୍ତି।
Joker
Advertisment
Advertisment