Advertisment

International day against drug abuse and illicit trafficking: ଡ୍ରଗ୍ ଅପବ୍ୟବହାର ଓ ବେଆଇନ ଯୋଗାଣକୁ ବିରୋଧର ଦିନ

ପ୍ରତିବର୍ଷ ଜୁନ୍ ୨୬ରେ ବିଶ୍ୱ ସ୍ତରରେ “ଅନ୍ତର୍ଜାତୀୟ ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧ ଦିବସ” ଭାବରେ ପାଳନ କରାଯାଏ। ଏହି ଦିନ ହେଉଛି ବିଶ୍ୱକୁ ଡ୍ରଗ୍ ମୁକ୍ତ କରିବାକୁ ନିଆଯାଉଥିବା ପଦକ୍ଷେପ ଓ ସହଯୋଗର ପ୍ରତୀକ।

author-image
Pramod Behera
ଅଦ୍ୟତନ ହୋଇଛି
International Day Against Drug Abuse and Illicit Trafficking

International day against drug abuse and illicit trafficking

ପ୍ରତିବର୍ଷ ଜୁନ୍ ୨୬ରେ ବିଶ୍ୱ ସ୍ତରରେ “ଅନ୍ତର୍ଜାତୀୟ ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧ ଦିବସ” ଭାବରେ ପାଳନ କରାଯାଏ। ଏହି ଦିନ ହେଉଛି ବିଶ୍ୱକୁ ଡ୍ରଗ୍ ମୁକ୍ତ କରିବାକୁ ନିଆଯାଉଥିବା ପଦକ୍ଷେପ ଓ ସହଯୋଗର  ପ୍ରତୀକ। ଏହି ଦିବସ ପାଳନ ୨୬ ଜୁନ୍ ୧୯୮୯ ରେ ଆରମ୍ଭ ହୋଇଥିଲା।

Advertisment

ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ ୭ ଡିସେମ୍ବର ୧୯୮୭ରେ ମିଳିତ ଜାତିସଂଘର ସାଧାରଣ ସଭାରେ ପାରିତ ହୋଇଥିବା ୪୨/୧୧୨ ପ୍ରସ୍ତାବ ଅନୁଯାୟୀ ଗ୍ରହଣ କରାଯାଇଥିଲା। ତେବେ ଆସନ୍ତୁ ଜାଣିନେବା ସାମ୍ପ୍ରତିକ ପରିସ୍ଥିତିରେ ନିଶା ସେବନ ଏବଂ ବିଶ୍ୱବ୍ୟାପୀ ଏହି ମନ୍ଦ ଅଭ୍ୟାସ ବିରୁଦ୍ଧରେ ଲଢିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି।

ଅଧିକ ପଢ଼ନ୍ତୁ: ଡ୍ରଗ୍ସର ଅପବ୍ୟବହାରରେ ଛନ୍ଦି ହୋଇପଡିଛି ଯୁବ ସମାଜ

ଥିମ୍:

ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌ ଅନୁସାରେ ଏହି ଦିବସକୁ ପାଳନ କରାଯାଏ। ଚଳିତ ବର୍ଷର ଥିମ୍‌ ହେଉଛି, "ଲୋକମାନେ ପ୍ରଥମେ କଳଙ୍କ ଏବଂ ଭେଦଭାବ ବନ୍ଦ କରନ୍ତୁ, ପ୍ରତିରୋଧକୁ ଦୃଢ କରନ୍ତୁ।" ("People first: stop stigma and discrimination, strengthen prevention.")

Advertisment

ଏହି ଥିମ୍ ଦୁନିଆର ସାମ୍ପ୍ରତିକ ସ୍ଥିତି ପ୍ରତି ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଯାହା ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିନାଶକାରୀ।

ବିଶ୍ୱ ଡ୍ରଗ୍ସ ଅପବ୍ୟବହାର ବିରୋଧ ଦିବସ ଅବସରରେ ଡ୍ରଗ୍ସ ଏବଂ କ୍ରାଇମ୍‌ ଉପରେ ମିଳିତ ଜାତିସଂଘର କାର୍ଯ୍ୟାଳୟ ଦ୍ୱାରା # CareInCrises ଅଭିଯାନ ଚାଲିଛି। ଏହା ଅଧୀନରେ ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ସମସ୍ତ ହିତାଧିକାରୀଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିରେ ଡ୍ରଗ୍ ବ୍ୟବହାର ରୋକିବା ଏବଂ ଚିକିତ୍ସାର ଉପଯୋଗ କରିବା ଏବଂ ବେଆଇନ ଡ୍ରଗ୍ସ ଯୋଗାଣର ମୁକାବିଲା ମଧ୍ୟ ଅନ୍ତର୍ଭୁକ୍ତ।

Advertisment
Advertisment