‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ। ଖାସ୍‌ କରି ଖେଚୁଡ଼ି ଓ ଡାଲମା ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

ଖାଲି ଓଡ଼ିଶାର ଖାଦ୍ୟକୁ ଅନୁ ମଲ୍ଲିକ ପ୍ରଶଂସା କରି ନାହାନ୍ତି ବରଂ ଏଠାକାର ସଂସ୍କୃତି, ଓଡ଼ିଆ ଲୋକ ଓ ପାରିବାରିକ ମୂଲ୍ୟ ବୋଧତାକୁ ମଧ୍ୟ ସେ ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ପାରିବାରିକ ମୂଲ୍ୟ ବୋଧତା ଅଧିକ ରହିଛି। ଏଠାରେ ପରିବାର ସଦସ୍ୟମାନେ ପରସ୍ପରକୁ ଭଲ ପାଇବା ସହ ସେମାନଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ସେତିକି ଭଲ ପାଇବା ଓ ସ୍ନେହ ଦେଇଥାନ୍ତି।’

ଅଧିକ ପଢ଼ନ୍ତୁ: ଷ୍ଟେଜ୍‌ରେ ଅନ୍‌ ଦ ସ୍ପଟ୍‌ ଓଟିଭି ପାଇଁ ଗୀତ କମ୍ପୋଜ କଲେ ଅନୁ ମଲ୍ଲିକ୍, ଶୁଣନ୍ତୁ...

ଏହାସହ ଓଟିଭି ପାଇଁ ଅନୁ ମଲ୍ଲିକ ଗୀତ ମଧ୍ୟ ଗାଇ ଥିଲେ। ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ। ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇ ଦେଲେ ଗୀତ। ଗୀତଟି ଏତେ ସୁନ୍ଦର ଥିଲା ଯେ, ତୁରନ୍ତ ସମସ୍ତଙ୍କ ମନ ଜିତି ନେଇଥିଲା । ମଞ୍ଚ ତଳେ ବସିଥିବା ଦର୍ଶକ ତାଳି ମାରି ଅନୁ ମଲ୍ଲିକଙ୍କୁ ସ୍ୱାଗତ କରିଥିଲେ।

ଆଜି ଫୋରସାଇଟ୍‌-୨୦୨୩ରେ ପ୍ରଥମେ ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଓଟିଭି ଫୋରସାଇଟ୍‌ର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଏହାପରେ ମୁଖ୍ୟବକ୍ତା ଭାବେ ଭିଡିଓ ବାର୍ତ୍ତା ଜରିଆରେ ଯୋଡ଼ି ହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ