Advertisment

Manabasa Gurubara 2023: ମା’ ଲକ୍ଷ୍ମୀଙ୍କୁ ଡାକି ଧନଧାନ୍ୟରେ ପରିପୂର୍ଣ୍ଣ ହେଲେ ଗରିବ ବ୍ରାହ୍ମଣ

ଧନର ପ୍ରତୀକ ମା’ ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଓଡ଼ିଆ ଭକ୍ତିର ସହ ପୂଜା କରନ୍ତି। ଆଜି ମାଣବସା ଗୁରୁବାରର ପ୍ରଥମ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।

ଅଦ୍ୟତନ ହୋଇଛି
How Mahalakshmi was pleased with the poor Brahmin

How Mahalakshmi was pleased with the poor Brahmin

Advertisment

ଧନର ପ୍ରତୀକ ମା’ ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଓଡ଼ିଆ ଭକ୍ତିର ସହ ପୂଜା କରନ୍ତି। ଓଡ଼ିଶାର ଲୋକମାନେ ମାର୍ଗଶୀର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ ମାଣବସା ଗୁରୁବାର ସମୟରେ ସେହିମାନଙ୍କ ଘରକୁ ଯାଆନ୍ତି, ଯେଉଁ ମହିଳାମାନେ ମା’ଙ୍କୁ ଭକ୍ତି ସହିତ ପୂଜା କରନ୍ତି। ଆଜି ମାଣବସା ଗୁରୁବାରର ପ୍ରଥମ ପାଳି। ଏହି ଅବସରରେ ଆସନ୍ତୁ ମହାଲକ୍ଷ୍ମୀଙ୍କୁ ନେଇ ଏକ କାହାଣୀ ଉପରେ ନଜର ପକେଇନେବା।

Advertisment

କାହାଣୀ:

ଗୋଟିଏ ଗାଁରେ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ। ସେ ସବୁଦିନ ଜଗତର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିଲେ। ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ଦର୍ଶନ ଦେଲେ ଏବଂ ବ୍ରାହ୍ମଣଙ୍କୁ କିଛି ମାଗିବାକୁ କହିଲେ। ବିଷ୍ଣୁଙ୍କ ବରଦାନରେ ଗରିବ ବ୍ରାହ୍ମଣ ତାଙ୍କ ଘରେ ମା’ ଲକ୍ଷ୍ମୀଙ୍କ ବାସ ପାଇଁ ଇଚ୍ଛା ପ୍ରକାଶ କଲେ।

ଭଗବାନ ବିଷ୍ଣୁ ଗରିବ ବ୍ରାହ୍ମଣଙ୍କୁ ମା’ ଲକ୍ଷ୍ମୀଙ୍କୁ ପାଇବାର ରାସ୍ତା ବତେଇଦେଲେ। ସେ କହିଲେ ଯେ ମନ୍ଦିର ସମ୍ମୁଖକୁ ପ୍ରତିଦିନ ଜଣେ ମହିଳା ଆସନ୍ତି। ତୁମେ ତାଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କରିବ। ସେ ହିଁ ହେଉଛନ୍ତି ଦେବୀ ଲକ୍ଷ୍ମୀ। ଯେତେବେଳେ ଧନର ଦେବୀ ମା’ ଲକ୍ଷ୍ମୀ ତୁମ ଘରକୁ ଆସିବେ, ସେତେବେଳେ ତୁମ ଘର ଟଙ୍କା ଓ ଶସ୍ୟରେ ଭରିଯିବ। ଏହା କହି ଶ୍ରୀ ବିଷ୍ଣୁ ଉଭାନ୍ ହୋଇଗଲେ।

Advertisment

ପରଦିନ ସକାଳେ ଗରିବ ବ୍ରାହ୍ମଣ ସକାଳୁ ଉଠି ମନ୍ଦିର ସମ୍ମୁଖରେ ଯାଇ ବସିଲେ। ଯେତେବେଳେ ଛଦ୍ମବେଶରେ ମା’ ଲକ୍ଷ୍ମୀ ସେଠାକୁ ଆସିଲେ, ବ୍ରାହ୍ମଣ ତାଙ୍କ ପାଖକୁ ଗଲେ ଆଉ ତାଙ୍କୁ ନିଜ ଘରକୁ ଆସିବାକୁ ଅନୁରୋଧ କଲେ। ବ୍ରାହ୍ମଣଙ୍କ କଥା ଶୁଣିବା ପରେ ମା’ ଲକ୍ଷ୍ମୀ ଏ କଥା ବୁଝିଗଲେ ଯେ ଏହା ନିଶ୍ଚିତ ଭଗବାନ ବିଷ୍ଣୁଙ୍କ କଥାରେ ହେଉଛି।

ଏହା ପରେ ମା’ ଲକ୍ଷ୍ମୀ ବ୍ରାହ୍ମଣଙ୍କୁ କହିଲେ ଯେ, ମୁଁ ତୁମ ଘରକୁ ଯିବି କିନ୍ତୁ ଏଥିପାଇଁ ତୁମକୁ ପ୍ରଥମେ ମହାଲକ୍ଷ୍ମୀ ବ୍ରତ କରିବାକୁ ପଡିବ। ଏହାପରେ ତୁମର ମନସ୍କାମନା ପୂରଣ ହେବ। ଦେବୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରାହ୍ମଣ ଉପବାସ କଲେ ଏବଂ ପୂଜା କଲେ ଏବଂ ଦେବୀଙ୍କୁ ଆରାଧନା କଲେ। ଏହା ପରେ ଦେବୀ ଲକ୍ଷ୍ମୀ ତାଙ୍କ ପ୍ରତିଜ୍ଞା ପୂରଣ କଲେ। ମା’ ଲକ୍ଷ୍ମୀ ତାଙ୍କ ଘରକୁ ଆସିବା ପରେ ଗରିବ ବ୍ରାହ୍ମଣଙ୍କ ଘର ଧନଧାନ୍ୟରେ ପୂରଣ ହୋଇଗଲା।

Advertisment

ଓଡିଶାବାସୀଙ୍କ ବିଶ୍ୱାସ ରହିଛି ଯେ ମା’ ଲକ୍ଷ୍ମୀଙ୍କ ଆରାଧନା ଫଳରେ ଘରେ ସମୃଦ୍ଧି ଖେଳିଯାଏ। ତେଣୁ ପ୍ରତ୍ୟେକ ଓଡିଆ ମହିଳା ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମାର୍ଗଶୀର ଗୁରୁବାର ବ୍ରତ ପାଳନ କରନ୍ତି।

Manabasa Gurubara Manabasa Gurubar Maa Laxmi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ